ମନ ସରବରାହରେ ଅପେକ୍ଷାର ବିବର୍ଣ୍ଣିତ ପ୍ରତିଛବିର ଦାଗ
ମନ ସରବରାହରେ ଅପେକ୍ଷାର ବିବର୍ଣ୍ଣିତ ପ୍ରତିଛବିର ଦାଗ
ପ୍ରିୟ ବନ୍ଧୁ ମୋର,
ବହୁଦିନରୁ ତୁମ ସହ ବାର୍ତ୍ତାଳାପ ହୋଇ ନାହିଁ । କେଉଁ ସୁଦୁର ରେଙ୍ଗୁନ୍ ରାଜ୍ୟରେ ରହିଯାଇଥିଲ କେଜାଣି ? ଭାବିଥିଲି ସ୍ମୃତି ଗର୍ଭରୁ ମୋତେ ପୋଛିଦେଇଥିବ ବୋଲି । ଅନେକ୍ ଦିନ ତଳେ ତୁମ ସହ କଥାହେଇଥିଲି । ପ୍ରଥମ ଲେଖାରୁ ହିଁ ତୁମକୁ ହୃଦୟର ହେମସିଂହାସନ ଦେଇଥିଲି ।ନା ଥିଲା ମୋର ପରିଚୟ ତୁମ ପାଖରେ ନା ଥିଲା ଅସ୍ତିତ୍ବ। କିନ୍ତୁ ତୁମେ ମୋତେ ମୋ ଅଜଣାରେ ସ୍ମୃତିର ପଙ୍କଜ ତୋଳିସାରିଥିଲ ।ତୁମକୁ ଭଲପାଇଲେ ବନ୍ଧୁ ସମ୍ପର୍କରେ କଳଙ୍କ ଲାଗିଯିବ। ତା'ପରେ ତୁମ ପାଇଁ ନିଜକୁ ଯୋଗ୍ୟ ବୋଲିବି ଭାବିଲି ନାହିଁ । ପ୍ରେମକୁ ନପାଇ, ସବୁକିଛି ପାଇବାର ଅନୁଭବ ଆଉ ପାଇ ମଧ୍ୟ ନପାଇବାର ଗ୍ଲାନି ଭିତରେ ଯିଏ ଗତି କରିଛି , ତା ପାଇଁ ପ୍ରେମ ଏକ ପରିତୃପ୍ତି ନା ଅତୃପ୍ତି ଶାଶ୍ୱତ ସତରେ !!
ତୁମେ ମୋ ଭଲପାଇବାର ଭାଷାକୁ ବୁଝିପାରିବ ନା ବୁଝିମଧ୍ୟ ଏକାନ୍ତ ରେ ନିରବିଯିବ ଜାଣିନି ତମ ଲେଖା ପଢିବା ଦିନରୁ ତୁମକୁ ମୁଁ ସେଇମିତି ଭଲପାଇ ଆସୁଛି । ଆଜି ତୁମେ ମୋ ପାଖରେ ଅଛ ବୋଲି ସବୁ ଅତୀତର କିଛି ସ୍ମୃତି ଜୀବନ୍ତ ହେଇଉଠୁଛି । ସେଇ ସୁଧଭି ସ୍ନିଗ୍ଧ ଅତୀତର ସ୍ମୃତି ରୋମନ୍ଥନ କରି ମୁଁ ଲେଖିଚାଲିଛି, ଚାଲିଥିବି ମଧ୍ୟ। ସେଇ ଅତୀତ ହିଁ ତ ମଣିଷର ଚିରକାଳର ସାଥି । ଅନ୍ତର ଭରା ପ୍ରେମ ହିଁ ତ ଅନନ୍ତ । ମୋହ ଠାରୁ ମୋକ୍ଷ ଯାଏଁ ପ୍ରେମର ରଜ୍ଜୁରେ ବନ୍ଧା ଏଇ ମଣିଷ ଜୀବନ ...... ପ୍ରେମର ନୈସର୍ଗିକ ସତ୍ତାଦିଏ ମଣିଷକୁ ଅନନ୍ୟ ଚୈତନ୍ୟ ...ଏଇ ଭଲପାଇବା ହିଁ ତ ଦେଖାଏ ମଣିଷକୁ ବଞ୍ଚିରହିବାର ରାହା ।
ସତରେ ହେଉକି ମିଛରେ ହେଉ ବାସ୍ତବରେ ହେଉ କି ସ୍ବପ୍ନରେ ହେଉ ୟାକୁଇ ନେଇ ତ ମଣିଷ ଅତିକ୍ରମି ଯାଏ ଜୀବନର ସୋପାନ । ତୁମେ ମୋର ଅତି ନିଜର , ତୁମକୁ ଏ ଜନ୍ମକୁ ନେଇ ବାକି ରହିଛି ଆଉ କିଛି ଜନ୍ମ। ତୁମକୁ ନପାଇ ବି ପାଇଯାଇଛି । ତମେ ମୋଠୁଁ ଅନେକ୍ ଦୂରରେ ଥାଇବି ରହିଛ ବହୁତ୍ ପାଖରେ । କେତେଥର ଛୋଟଛୋଟ କଥାକୁ ନେଇ ମୋ ସହ ଝଗଡା କରିଛ , କେତେଥର ମୋତେ ନିଜ ଭିତରେ ହଜେଇ ଦେଇଛ , କେତେଥର ନିଜକୁ ମୋ ଉପରେ ସମର୍ପଣ କରିଦେଇଛ ତାର କିଛି ହିସାବ୍ ନାହିଁ । ସେ ମାୟା ହେଉକି ବାସ୍ତବ ହେଉ । ତୁମକୁ ମୁଁ ପାଇସାରିଛି ଆଖିର ଲୁହରେ , ହୃଦୟର କୋହରେ ।
ଇତି ତୁମର ବାନ୍ଧବୀ.....

