STORYMIRROR

Sarita Senapati

Inspirational

4  

Sarita Senapati

Inspirational

ପୁଣି ଫେରିବାର ବେଳ

ପୁଣି ଫେରିବାର ବେଳ

3 mins
202



    ମୁଁ ଶୁଣିଛି,  କି ମୁଁ ଶେଷକୁ ଝିଅ ଟେ ବୋଲି କୁଆଡେ ଜନ୍ମ ବେଳୁ ସମସ୍ତେ ଅସନ୍ତୋଷ । ଶୈଶବ କୁମାରୀତ୍ବ ର ଭଲ ମନ୍ଦ ସମୟକୁ ଅତିକ୍ରାନ୍ତ କରି ଏବେ ପହଁଚିଛି ଯୌବନ ରେ। ଛୋଟ ବେଳେ ରଥ ଯାତ୍ରାର ବେଳ ଆସିଲେ ମନରେ କେତେ ଉଦ୍ଦୀପନା ଆସେ ସେ କଥା, ଯାହା ସମୟ ହିଁ ଉତ୍ତର ରଖିପାରେ। ଗୋଟମା, ଖଡିକାରେ ରଥ ବନେଇ ସେଥିରେ ଜଗାକୁ ବସେଇ କଦଳୀ ପାଟୁଙ୍ଗାରେ ଦଉଡି କରି ରଥ ଟାଣିବାରେ ଯେତେ ସବୁ ପିଲାଳିଆମୀ ଥିଲା । ଭୋଗ ଲଗେଇବା ପାଇଁ ବିଚାର ବସୁଥିଲା, ଜଗା ପାଖେ କଣ ଭୋଗ ଲଗେଇବା ? ବାଲି ଆଉ ଇଟା ଚୁନାରେ ମିଛି ମିଛିକା ଅବଢ଼ା, ମିଠା ଡାଲିର ସୁଆଦ ଯେମିତି ନିଆରା ଲାଗୁଥିଲା ସେତେ ବେଳେ। 


     ପ୍ରଥମ ଥର କରି ପଞ୍ଚମରେ ପଢିଲା ବେଳେ ଦେଖିଥିଲି ତତେ ଶ୍ରୀମନ୍ଦିରର ରତ୍ନ ସିଂହାସନ ରେ। ହେଲେ ସେତେବେଳେ ଚପଳ ମତି ବୟସରେ ଭାବର ଭାବକୁ କେମିତି ବା ବୁଝିଥାନ୍ତିରେ? ହେଲେ ସେ ଚକା ଚକା ଆଖିରେ ମୋ ଆଖି ମିଶେଇଥିଲି ଯାହା ମୋ ପାଇଁ ଅଭୁଲା ସେ ଦିନ ହୋଇ ରହି ଯାଇଛି। ମୋ ଅଜାଣତରେ ବି ମୁଁ ତୋ ସହ ସେବେଠୁ ଭାବ ଯୋଡ଼ିଛି ସିନା, ହେଲେ ଆଉ କି ସେ ସୁଯୋଗ ମିଳୁଛି ? ମନ ଖୋଲି ଆଖି ପୁରେଇ ତତେ ଦେଖିବି ବୋଲି ମନ ସିନା ଝୁରୁଛି। ହେଲେ ତୋ ଡୋରି ଲାଗିଲେ ତ ।


    ତୋ ପାଖୁ ଯିବାକୁ ମାତ୍ର 78 କି.ମି ର ଦୂରତା ହେଲେ ବି ତୋ ଦୁଆର କୁ ଯିବାକୁ ମତେ ଯେମିତି ଅନୁମତି ନାହିଁ। ଦୀର୍ଘ 12 ବର୍ଷ ର ବ୍ୟବଧାନ ପରେ ପୁଣି ଥରେ ତୋ ବଡଦାଣ୍ଡକୁ ସ୍ପର୍ଶ କରିବା ର ସୌଭାଗ୍ୟ ଯେମିତି ଏକ ଅପୂର୍ବ ମାଦକତା ମନରେ ଭରୁଥିଲା। 

     ବୋଉ ସହ ସକାଳୁ ବାହାରିଲି ପୁରୀ ଅଭିମୁଖେ, ବସ୍ ରେ ଭିଡ କହିଲେ ନ' ସରେ ହେଲେ ଲକ୍ଷ  କେମିତି ଯାଇ ପହଂଚିବୁ ପୁରୀ ରେ ? ସବୁ ଭିଡ ଭିତରେ ବି ମତେ କିଛି ଫରକ ପଡୁ ନଥିଲା। ସକାଳୁ ଗାଧେଇ ସାରି ଉପାସ ବାହାରିଲି , ଦର୍ଶନ ପରେ ଟିକେ ଶାନ୍ତି ଲାଗିଲେ ଖାଇବି ବୋଲି, ବସ୍ ଗଡି ଚାଲିଥାଏ। ମନରେ କେତେ ଆଶା ଆକାଂକ୍ଷା ପୁଣି ଥରେ ତା ଚକା ଚକା ଆଖିରେ କଥା ହେବାର ସୁଯୋଗ ମିଳିବ, ଯେତେ ସବୁ ବାର ବର୍ଷର ଘଟଣା ଦୁର୍ଘଟଣା ସବୁ ଦେଇଥିଲ ତାକୁ ସବୁ ତାଙ୍କ ପାଦ ତଳେ

ଫେରେଇ ଦେବି ବୋଲି। ତା ସହ ଭେଟ ହେବା ଲାଗି ମୋ ଭାବନା ଚକ୍ଷୁ ତ ସବୁବେଳେ ଖୋଲା । ହେଲେ ତା ସହ ଚର୍ମ ଚକ୍ଷୁର ମିଳନର ଅନୁଭବ ସତେ ଅବର୍ଣ୍ଣନୀୟ। 

    ଏମିତି ସବୁର ଭାବନା ପରେ ପହଂଚିଲୁ ପୁରୀରେ। ପର ଦିନ ଦର୍ଶନ ପାଇଁ ମନରେ ଯେତେ ସବୁ ଆବେଗ ଦ୍ବିଗୁଣିତ ହେଇସାରିଥାଏ। ସକାଳୁ ସଅଳ ଉଠି ସ୍ନାନ ସାରି ବାହାରିଗଲୁ ମନ୍ଦିର। ସେଠି ଗହଳି କହିଲେ ନ ସରେ, କାହିଁକି ନା ସେଦିନ ଥିଲା ଡିସେମ୍ବର 25, ବଡଦିନ। ମନ୍ଦିର ପରିସର ଦେଖି ବୋଉ କହିଲା ଆଜି ଆଉ ଦର୍ଶନ ହେବନି ବୋଧେ। ହେଲେ ମୋ ମନ କୋଉ ମାନୁଚି।12 ବର୍ଷ ପରେ ଆସିଛି, ଥରେ ତା ଦର୍ଶନ ନ ମିଳିବାର ଥିଲେ ଆମେ କଣ ଆସି ପାରିଥାନ୍ତେ? 

     ସେ ଯାହା ହେଉ, ମନ୍ଦିର ଭିତରକୁ ପ୍ରବେଶ କରିଲୁ, ହେଲେ ଗହଳି ଭିତରେ ସୁତାଏ ର କ୍ଷଣିକ ସମୟ ଦେଖିଛି କି ନାହିଁ, ପଛରୁ ପୋଲିସ ବାବୁ ଙ୍କ ପାଟି ଶୁଭିଲା , ଚାଲ ଚାଲ ଆଗକୁ"। ସେଇ କ୍ଷଣିକ ସମୟ ଏମିତି ଥିଲା, ଯେମିତି ତା ମଣ୍ଡପରୁ ସେ ମତେ କଣେଇ ଚାହିଁଛନ୍ତି। ହେଲେ ସବୁ ରାଗ ଅଭିମାନ ତାଙ୍କ ପାଖେ ଛାଡି ଆସିଲି। ଏତେ ଦୂରରୁ ଡାକିବି ଫେରେଇ ଦେଲ ମତେ, ଦର୍ଶନ ନଦେଇ। ଠିକ ଅଛି, ଆଉ ଆସିବିନି। ତୁ ଯେତେ ଡାକିଲେ, ଦୂରରେ ଦୂରରେ ରହିବି, ଦୂରରେ ତୁମେ ମୋର ଭାରି ନିଜର, ଆପଣାର। ନଟନାଗର ବୋଲି ଦୁନିଆ ଜାଣିଛି ,ଆଜି ବି ମତେ ଦେଖେଇଦେଲ ସତରେ ତୁମେ ନଟ ନାଗର। ନାଟ ଲଗେଇ ଚୁପ ଚାପରେ ବସିବା ଶୈଳୀ ଭଲରେ ଜଣା ତତେ।

     ରାଗରେ ସିନା ମନ୍ଦିରରୁ ପଳେଇ ଆସିଲି, ହେଲେ ପ୍ରାପ୍ତିର ସନ୍ତକକୁ ଏତେ ପାଖରେ ପାଇ କିଏବା ଛାଡିବାକୁ ଚାହିଁବ ?

     ଫେରିଲା ବେଳେ ମୁକ୍ତି ମଣ୍ଡପକୁ ଆଉଜି ପଡିଲି ଟିକେ, ମନରେ ଯେତେ ସବୁ କୋହ ଗୁଡା ଯେମିତି ଆଖିର ବନ୍ଧ ବାଡ ଡେଇଁବାକୁ ଉତ୍ୟକ୍ତ ହେଇ ଯାଉଥିଲେ। ମନ ଦରଜା ବନ୍ଦ କରି ଫେରି ଆସିଲି । ସେ ରାତି ମୁଁ ନିଦ ଭୁଲି ଯାଇଥିଲି, ଆଉ ସେଦିନ ରୁ କେବେ କେବେ ତା ଭାବ ରେ ହଜି ରାତି କଟି ଯାଉଛି ତାର ହିସାବ ରଖିନି ଆଉ କେବେ

       ଖାଲି ଚାତକିଟିଏ ପରି ଚାହିଁ ରହିଛି ପୁଣି ସେଇ ପିଲା ବେଳର ଦିନ ଟିଏ କେବେ ଆସିବ ବୋଲି ।


Rate this content
Log in

Similar oriya story from Inspirational