Akshayakumar Dash

Abstract

3.0  

Akshayakumar Dash

Abstract

ମକର

ମକର

2 mins
462


ଅଳ୍ପନା ଆଦିବାସୀ ଝିଅ । ଚଣ୍ଡୀଖୋଲ ଆଶ୍ରମ ବିଧ୍ୟାଳୟରେ ରହି ପାଠ ପଢେ। ଦଶମଶ୍ରେଣୀ ର ଛାତ୍ରୀ । ମକର କୁ ଗାଁ କୁ ଆସିଛି । ସୁକିନ୍ଦା ଅଂଚଳର ରେମାଲ । ଡୁବୁରୀ ଛକ ର ଆଗକୁ ଗଲେ କୁସୁଦରା ରୁ ବସରୁ ଓଲେହି ଜଙ୍ଗଲ ଭିତରେ ଚାରିକୋଶ ବାଟ ଗଲେ ରେମାଲ ପଡେ । ରେମାଲ ଚାରିପଟେ ବନ ପାହାଡ଼। ବଡବଡ ସାଳ ଗଛ । ବୁଦା ଝାଟି ଜାତୀୟ ଲତା । ମହୁଲ ଗଛ। କେନ୍ଦୁ ,ମହୁଲ ଖାଇବାକୁ ଭାଲୁ ଆସନ୍ତି। କେତେ ଥର ଦନ୍ତାହାତୀ ଆସି ତାଙ୍କ ଗଁ। ରେ ପଶି ଘର ଭାଁଗି ଦେଇଛି । ବେଳେ ବେଳେ ଚିତା ବାଘ ପଇଁତାରା ମାରେ। କଳ୍ପନା ଡରିବାର ନୁହେଁ। ପିଲାବେଳୁ ଦେଖିଆସୁଛି । ତାର ବୁଆ ସାଥେ ହାଟରୁ ସଂଜବେଳା ଫେରୁଥିବା ବେଳେ ଭାଲୁ,ଚିତା,କି ହାତୀ କୁ ଭେଟିଛି । ହାତରେ ନିଆଁହୁଲା ଥିଲେ ଡରି ପଳାନ୍ତି । ମହୁଲ ତେଲରେ ନିଆଁହୁଲା ।

ଜଙ୍ଗଲ ମଝିଦେଇ ଝରଣା ପାହାଡ଼ ପଥର କାଟି ବହିଯାଉଛି । କାଚକେନ୍ଦୁ ପରି ଜଳ । ଝରଣାର ଦୁଇପାର୍ଶ୍ଵରେ ଜଙ୍ଗଲ । ପଶୁପକ୍ଷୀ ସମେତ ଆଦିବାସୀ କଂ ପ୍ରିୟ ଝରଣା । ସକାଲୁ ସକାଳୁ ବନଫୁଲ ମହକରେ ଝରଣାକୁଳ ସୁବାସିତ ତ ନାନାଜାତି ବଣଲତା ତାର ଶୋଭା ବଢ଼ାଇ ଦେଇଥାଏ । ମୟୁର ମୟୁରୀ ପୁଛଟେକି ନାଚ ସାଙ୍ଗକୁ ରାଵ ମୂଲକ କମ୍ପେଇଦିଏ ।

ଆଜି ମକର। ଭୋରୁ ଉଠି ଗାଧୋଇ ବାହାରିଲା କଳ୍ପନା । କେଂଟାକେଂଟା କାଲୁଆ ପବନ । ଦେହ ଥରୁଛି । ଝରଣା କୂଳରେ ପହଁଚିଲା । ସେଠାରେ ତାର ସାଙ୍ଗ ହୋଲି,ରାତି,ରୁକ୍ମଣୀ ଆହୁରି ଅନ୍ୟାନ୍ୟ ଗାଧୋଉଥିବାର ଦେଖିଲା । ହୋଲି ଦେଖି କହିଲା, କେନ୍ତ। କଳ୍ପନା,କାଲିନୁ ଆଇଲୁଣୁ ମତେ ଭୂଲିଗଲୁଣୁ । ନା ଗୋ ହୋଲି ତତେ କେଂଟା ଭୁଲିବି,ମୁଈତ କାଲ ରାତିନେ ପହଂଚିଲି ଗୋ । କଳ୍ପନା କହିଲା । ରାତି କହିଲା, ତୋର ଟେଷ୍ଟ ପରୀକ୍ଷାରେ କେତେ ମାର୍କରହିଲା ? କଳ୍ପନା କହିଲା ଚାରିଶହ ତିଶ, ଆଉ ତୋର ରାତି କହିଲା ତିନିଶହ ନବେ । ସଂସ୍କୃତରେ କମିଗଲା ସତୁରୀ ,ତୋର ହିନ୍ଦୀ ରେ କେତେ? ମୋର ନବେ। କଳ୍ପନା କହିଲା ତୁମ ହିନ୍ଦୀ ଗୁରୁମା କେମିତିକା? ବହୁତଭଲ ତାଙ୍କର ମେଶ ପଡିଲେ ଖାଇବାକୁ ଭଲ ଦିଅନ୍ତି । ଭଲ ପଢାନ୍ତି ବି,ତାଙ୍କର ନା ସୁମିତ୍ରାନା ତୁଇଁ କେମିତି ଜାଣିଲୁ । କଳ୍ପନା କହିଲା । ଆମର ହିନ୍ଦୀ ଗୁରୁଜୀ ତାଙ୍କର କଥା କହୁଥିଲେ । ବର୍ଷକ ପରେ ସେ ଅଵସର ନେବେ । ଆମ ଗୁରୁଜୀ ଚଣ୍ଡୀଖୋଲ ଯିବେ । ରାତି ବାରଗଡିଆ ସ୍କୁଲ ର ଛାତ୍ରୀ । ସମସ୍ତେ ଦେହରେ ହଳଦୀମାଖୀ ଗାଧୋଇଲେ । ଗାଧୋଇ ସାରି କୁମ୍ଭରେ ପାଣିଭରି ଘରକୁ ଫେରିଲେ । ବିହୁ କହିଲା,ଆଜି ଢେଙ୍ଗଡ଼ା ନାଚିବୁ ନା,କଳ୍ପନା ମନାକଲା, ରାତି କହିଲା ଭାରତ ସାରା ଆଜିର ଦିନ ପାଳୁଛନ୍ତି । କଳ୍ପନା କହିଲା ହଁତ । ଦେଖ ଆସାମରେ ବିହୁ, ଓଡ଼ିଶାରେ ମକର, ଆନ୍ଦ୍ରରେ ପୋଙ୍ଗଲ, ରାତି କହିଲା , ଆସାମରେ ପନ୍ଦର ଦିନଧରି ବିହୁ ନାଚହୁଏ । ବିହୁ କହିଲା ଆମର ଓଡିଶାରେ ମକର ବସିବାର ପରମ୍ପରା ଅଛି । ଘରେ ପହଁଚିଲେ । କୋଠ ଘର ପାଖକୁ ଉପରବେଳା ନାଚିବାର କଥାଦେଇ ଘରକୁ ଗଲେ ।


Rate this content
Log in

Similar oriya story from Abstract