Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Lipsa Acharya

Classics


2  

Lipsa Acharya

Classics


ମିତ୍ର ସହିତ ପ୍ରଥମ ଦେଖା

ମିତ୍ର ସହିତ ପ୍ରଥମ ଦେଖା

2 mins 327 2 mins 327

ଜନ୍ମ ହେବା ପୂର୍ବରୁ ଆମର ପରିବାର ସହିତ ପରିଚୟ ହେଇଯାଇ ଥାଏ । ବାପା, ମା, ଭାଇ ଭଉଣୀ ସବୁ ନିର୍ଦ୍ଧାରିତ ଥାଏ । ପରେ ଜୀବନର ଚଳାପଥରେ ବାଟ ଚାଲିବା ପାଇଁ ସାଥିଟିର ଆବଶ୍ଯକ ପଡେ । ସେତେବେଳେ ଆମେ ମିତ୍ର ଟିଏ ବାଚ୍ଥୁ। ଏମିତି ରେ ଅନେକ ଲୋକ ସାଙ୍ଗ ହିସାରରେ ଜୀବନରେ ଆସନ୍ତି ।ମାତ୍ର ସେ ଭିଡ ଭିତରୁ ଜଣେ ଆମର ଅତି ନିଜର ବନ୍ଧୁ ଟିଏ ହେଇଥାଏ । ଆମେ ଭୁଲ୍ ବାଟରେ ଗଲେ ଆମକୁ ପ୍ରସଂଶା କରିବା ବଦଳରେ ସଠିକ୍ ବାଟ ଦେଖାଏ । ମା'ପରି ସ୍ନେହ କରେ , ପୁଣି ବାପାଙ୍କ ପରି ଶାସନ, ଭାଇଙ୍କ ପରି ସୁରକ୍ଷା ଦିଏ କେବେ ଭଉଣୀ ପାଲଟି ଆଖିର ଲୁହକୁ ପୋଚ୍ଥି ଦିଏ । ଭଗବାନ ଆମକୁ ଏତେ ସମ୍ପର୍କ ଦେଇଥାନ୍ତି । ତଥାପି ଆମେ ସାଙ୍ଗ ଟି ଖୋଜୁ। ସେ ଜଣଙ୍କ ମଧ୍ଯରେ ସବୁ ସମ୍ପର୍କକୁ ପାଉ । 

      ବନ୍ଧୁ ବା ମିତ୍ର ଆମେ ନିଜେ ତିଆରି କରୁ ନିଜ ରୁଚି ଅନୁସାରେ । ମାତ୍ର ସାଙ୍ଗଟି ଯଦି ଶିକ୍ଷକ ନିଜ ଅଜାଣତରେ ଉପହାର ଦେଇଥାନ୍ତି ତାହାହେଲେ ।  ନୂଆ ସ୍କୁଲ୍ ପୁଣି ୬୦ ଉପରେ ପିଲା । ଭାରି ଡର ଡର ଲାଗୁଥାଏ । କାହାର ହସ ହସ ମୁହଁ ଉପରେ ବିଶ୍ବାସ କରିବି । କିଚ୍ଥି ଦିନ କାହା ସହିତ ନ କଥାବର୍ତ୍ତା କରି କାଟିଦେଲି । ମୁଁ କାହା ସହିତ ନ କଥା ହେଲେ, କାହାର କଣ କ୍ଷତି ହବ। ସ୍କୁଲ୍ ରେ ଗୋଟିଏ ନିୟମ ଥାଏ । ଉଚ୍ଚତା ଅନୁସାରେ ଶ୍ରେଣୀ କକ୍ଷରେ ପିଲାମାନେ ବସିବେ । ଦିନେ ଗୁରୁମା ପିଲାମାନଙ୍କୁ ସଜେଇ ଠିକ୍ ରେ ବସାଉଥାନ୍ତି । ସେ ସମୟ ରେ ଜଣେ ଅଜଣା ଝିଅ ମୋ ପାଖରେ ଆସି ବସିଲା । ମୁଁ ପୂର୍ବରୁ ତାକୁ କ୍ଲାଶ୍ ରେ ଦେଖିଥିଲି , କିନ୍ତୁ ନାମ ଜାଣି ନ ଥିଲି । ଆସ୍ତ ଆସ୍ତେ ପରିଚୟ ଘଟିଲା । ପରବର୍ତ୍ତୀ ମୁହୁର୍ତ୍ତ ରେ ବହୁତ ଭଲ ସାଙ୍ଗ ପାଲଟି ଗଲା । ସମ୍ପର୍କ କେବଳ ଆମ ଦୁଇଜଣଙ୍କ ମଧ୍ଯରେ ନୁହେଁ ବରଂ ଦୁଇ ପରିବାର ମଧ୍ଯରେ ବି ଗଢି ଉଠିଲା । ଆଜିବି ମନେ ପଢେ ସ୍କୁଲ୍ ର ଖାଇବା ଚ୍ଥୁଟିରେ ଟିଫନ୍ କୁ ଭାଗ କରି ଖାଇବା । ହାତରେ ହାତ ଯୋଡି ଖେଳ ପଡିଆରେ ବୁଲୁବା । ଅନେକ ସ୍ମରଣୀୟ ମୁହୁର୍ତ୍ତ ପରବର୍ତ୍ତୀ ସମୟରେ ଆସିଥିଲେ ବି, ପ୍ରଥମ ଦେଖାର କଥା ମନେ ପଡିଲେ ବହୁତ ଖୁସି ଲାଗେ । ଗୁରୁମା ଅଜାଣତରେ ଆମ ଦୁହିଁଙ୍କ ସମ୍ପର୍କ ତିଆରି କରି ଦେଇଥିଲେ । ଯାହା ଆଜିବି ଅଛି ଆଉ ରହିଥିବ ମଧ୍ଯ ।


Rate this content
Log in

More oriya story from Lipsa Acharya

Similar oriya story from Classics