ମହାଦ୍ରୂମ ତଳର ପାଠଶାଳା
ମହାଦ୍ରୂମ ତଳର ପାଠଶାଳା
ଅ।ଜିକାଲି ଜର୍ଣ୍ଣାଲିଜିମ୍ ପ୍ରତି ଯୁବପିଢିର ରୁଚି ଓ ଅ।ଗ୍ରହ ବଢିଛି । ସେମାନେ ଜର୍ଣ୍ଣାଲିଜିମରେ ପିଜି କରି ଗଣମାଧ୍ୟମ ଜଗତରେ ପାଦ ଥାପୁଛନ୍ତି । ମନରେ ଅନେକ ଅ।ଶା ଅ।କାଙକ୍ଷା । ବ୍ୟକ୍ତି, ସମାଜ ଓ ବ୍ୟବସ୍ଥାରେ ସୁଧାର ଅ।ଣିବା ଓ ନିଜକୁ ଅନ୍ୟ ଅ।ଗରେ ଅଭିବ୍ୟକ୍ତ କରିବାର ଯଥେଷ୍ଟ ଅ।ଗ୍ରହ ରଖୁଛନ୍ତି । ଯୁବପିଢିଙ୍କ ମଧ୍ୟରେ ପ୍ରତିଭା, ସାହାସ ଓ ଜ୍ଞାନର ଅଭାବ ନାହିଁ । ଫୁଲ ପରି ରଙ୍ଗିନ, ସତେଜ ଓ ପ୍ରଜାପତି ପରି କିଛି ଚପଳତା ଏବଂ ଯୁବସୁଲଭ ମନ ନେଇ ସେମାନେ ନିଜ ନିଜ ଦକ୍ଷତା ପ୍ରଦର୍ଶନ ସକାଶେ ସାମ୍ବାଦିକତା ଭଳି ଚ୍ୟାଲେଂଜକୁ ଗ୍ରହଣ କରି
ନେଉଛନ୍ତି । ଯୁବମାନସର ଏଭଳି ନିଷ୍ଠା ଓ ସଙ୍କଳ୍ପ ପ୍ରଂଶସନୀୟ ।
ଚଲାବାଟରେ ଅଜସ୍ର କଣ୍ଟାର ଅ।ଘାତକୁ ସହିବାର ମନୋଭାବ ଓ ଶକ୍ତି ସେମାନଙ୍କ ପାଖରେ ଥିବାର ମୁଁ ଦେଖିଛି ।
ସାମ୍ବାଦିକତା ସମାଜସେବାର ଏକ ବଳିଷ୍ଠ ଦିଗ । କିନ୍ତୁ ଏକଥା ଅ।ମ ସମାଜ ଏକପ୍ରକାର ଭୁଲିଗଲାଣି । ଗୋଟିଏ ଦିଗରେ ଏଭଳି ଅଣହେଳା ଓ ଅନ୍ୟ ଦିଗରେ ସବୁ କ୍ଷେତ୍ର ଭଳି ସାମ୍ବାଦିକତା ଓ ଏହାର ବୃତ୍ତିରେ ମଧ୍ୟ ଅ।ସିଛି ଅବକ୍ଷୟ । ଏଥିଲାଗି ସାମ୍ବାଦିକ ଓ ଗଣମାଧ୍ୟମର ସୁରକ୍ଷା ଓ ଭବିଷ୍ୟତ ନେଇ ନାନା ଅ।ଶଙ୍କା ଓ ପ୍ରଶ୍ନ ଉଠୁଛି । ପରିସ୍ଥିତିଚକ୍ରରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କ୍ରମେ ଦୁର୍ବଳ ହୋଇଯାଉଥିବା ଭଳି ପ୍ରତୀତ ହେଉଛି । ଅ।ମ ମାନସିକତାରେ ପରିବର୍ତ୍ତନ ଓ ସଂସ୍କାର ବିନା ଗଣତନ୍ତ୍ର ଓ ସମାଜ ବ୍ୟବସ୍ଥାକୁ ଧକ୍କା ଲାଗିବା ଅପରିହାର୍ଯ୍ୟ । ଏଭଳି ସ୍ଥିତି ଯୁବ ପିଢିକୁ ନିରୁତ୍ସାହିତ କରିବା ଅ।ଶଙ୍କା ରହଛି ।
ଅ।ଜିକୁ ପ୍ରାୟ ୩୫ ବର୍ଷ ତଳେ ମୁଁ ଗଣମାଧ୍ୟମ ଜଗତରେ ପାଦ ରଖିବା ବେଳେ ଅବସ୍ଥା ଏମିତି ନ ଥିଲା । ବର୍ତ୍ତମାନର ନୂଅ। ନୂଅ।ବୈଷୟିକ/ପ୍ରଯୁକ୍ତି କୌଶଳ ଗଣମାଧ୍ୟମ ଲାଗି ନୂଅ। ଯୁଗ
ଅ।ଣିଛି। କାଗଜ କଲମରେ ଖବର ଲେଖା ଯୁଗ କେବେଠୁ ସରି କମ୍ପ୍ୟୁଟର ଓ ଇଲେକଟ୍ରୋନିକ ମାଧ୍ୟମ ଏହାକୁ ଅନେକ ବଳିଷ୍ଠ ଓ ପ୍ରଭାବଶାଳୀ କରିଛି ।
ବର୍ତ୍ତମାନ ଜର୍ଣ୍ଣାଲିଜିମ ଶିକ୍ଷା ପ୍ରଦାନ ଲାଗି ବିଭିନ୍ନ ୟୁନିଭରସିଟି ଓ ଘରୋଇ କଲେଜମାନ ପାଠ୍ୟକ୍ରମ ଖୋଲି ଯୁବପିଢିକୁ ପ୍ରସ୍ତୁତ କରୁଛନ୍ତି। ଥିଓରି ପଢିବା ପରେ ପିଲାମାନେ ପ୍ରାକ୍ଟିକାଲ କ୍ଲାସ ବା ଫ୍ରିଲାନ୍ସିଂ କରିବା ସକାଶେ ଖବରକାଗଜ ଭଳି ବିଭିନ୍ନ ମିଡିଅ। ହାଉସକୁ ଅ।ସୁଛନ୍ତି। ମୋ ସାମ୍ବାଦିକତା ଜୀବନ କାଳରେ ଅନେକ ଛାତ୍ରୀଛାତ୍ରଙ୍କୁ ଧରିତ୍ରୀ କାର୍ଯ୍ୟାଳୟରେ କୋଚିଂ ବା ତାଲିମ ଦେବାର ସୁଯୋଗ ପାଇଛି । ପ୍ରାୟ ଦେଢ ଦଶନ୍ଧିରୁ ଊର୍ଦ୍ଧ ସମୟ ଧରି ମାସିକିଅ।ତାଲିମ ପାଇଁ ଅ।ସୁଥିବା ଶତାଧିକ ଛାତ୍ରୀଛାତ୍ରଙ୍କୁ ପ୍ରକୃତ ସାମ୍ବାଦିକତାର ଖଡି ଛୁଅାଁଇ ସେମାନଙ୍କ ଅାଶା ଓ ଅଭିବ୍ୟକ୍ତିକୁ ସାକାର ରୂପ ଦେଇଛି ।
ମୋର ଶିକ୍ଷାଦାନ ଶୈଳୀ କିଛିଟା ନିଅ।ରା । ଏହା ଏକ କଳା । ଗଳ୍ପ ଛଳରେ ହେଉ କିମ୍ବା ବିଭିନ୍ନ ଦୃଷ୍ଟାନ୍ତ ଓ ଡକ୍ୟୁମେଣ୍ଟ ଭିତ୍ତିକ ତଥ୍ୟ ଉପସ୍ଥାପନ କରି ସାମ୍ବାଦିକତାର ବିଭିନ୍ନ ଦିଗ, ଗୁଣବତ୍ତା, ଶୈଳୀ, ଉତ୍ତରଦାୟିତ୍ବ ଓ କାର୍ଯ୍ୟ କଥା ପିଲାଙ୍କୁ କହିବା ବେଳେ ସେମାନେ ତନ୍ମୟ ହୋଇ ଅ।ଗ୍ରହର ସହ ଶୁଣିବା ଦେଖିଛି । କମ୍ପ୍ୟୁଟର ବିଦ୍ୟାରେ ଦକ୍ଷଥିବାରୁ ସେମାନଙ୍କ ଲାଗି ତାଲିମକାଳୀନ ଶିକ୍ଷାଦାନ ଅପେକ୍ଷାକୃତ ସହଜ ହୋଇପଡିଛି ।
ଜର୍ଣ୍ଣାଲିଜମ୍ ଛାତ୍ରୀଛାତ୍ରଙ୍କ ଗହଣରେ ସମୟ ବିତାଇବା ବେଳେ କେତେକ କୌତୂହଳପୂର୍ଣ୍ଣ ଘଟଣା, ସେମାନଙ୍କ ମନର ଜିଜ୍ଞାସା ଓ ରୁଚି ମୋତେ ଅ।ମୋଦିତ କରିଛି । ଛାତ୍ର ଜୀବନ ଶେଷ କରି ଏକଦା ଅଧ୍ୟାପନା କରିବାର ଯେଉଁ ଅଭିଳାଷ ମୋ ମନରେ ଥିଲା, ତାହା ଏଥିରୁ କେତେକାଂଶରେ ପୂରଣ ହୋଇଯାଇଛି ।
ଥରେ ଗୋଟିଏ ବ୍ୟାଚରେ ସାତ ଜଣ ଛାତ୍ରୀଛାତ୍ର ତାଲିମ୍ ନେଉଥିଲେ । ଜଣେ ଛାତ୍ର ପଚାରିଲେ, ସାର ବର୍ତ୍ତମାନ ଗଣମାଧ୍ୟମର ଗତି କୁଅ।ଡେ ? ଅ।ମ ଅ।ଗରେ କିଛି ଅ।ଦର୍ଶ ଥିବା ଭଳି ଲାଗୁନି । ବର୍ତ୍ତମାନ ଘଟଣାବହୁଳ ସମୟ । ରାଜନୀତି ହେଉ କି ଅର୍ଥନୀତି, କ୍ରୀଡା ହେଉ କି ବଜାର, ବ୍ୟକ୍ତି ହେଉ କି ସମାଜ ବ୍ୟବସ୍ଥା ସବୁଠି ଅନେକ ତୃଟି ବିଚ୍ୟୁତି ରହିଛି । ଏସବୁ ଦିଗକୁ ନେଇ ଜଣେ କିଭଳି ଖବର ପରିବେଷଣ କରିବ ?
ମୁଁ ସହଜରେ ଉତ୍ତର ଦେଲି, ସାମ୍ବାଦିକତାର ବିଭିନ୍ନ ଦିଗ ରହିଛି । ନିଜ ରୁଚି ଓ ଅ।ଗ୍ରହ ଅନୁସାରେ ଯେ କୌଣସି ଗୋଟିଏ ଦିଗରେ କାର୍ଯ୍ୟ କରିବାକୁ ପଡିବ । ଏଥିଲାଗି ଗଣମାଧ୍ୟମରେ କ୍ରାଇମ, ବିଜିନେସ, ସ୍ପୋର୍ଟ୍ସ ଭଳି ବିଭିନ୍ନ ଡେସ୍କ ରହିଛି । ସମସ୍ୟା
ବହୁବିଧ । ଏସବୁ କାର୍ଯ୍ୟ କ୍ଷେତ୍ରରେ ଚ୍ୟାଲେଂଜ ଅନେକ । ଏହାକୁ ଗ୍ରହଣ କରିବା ହିଁ ଅ।ବଶ୍ୟକତା । ଅ।ମ ଚାରି ପାଖରେ ଖବର ପୂରି ରହିଛି । ସମାଜର ତଳସ୍ତରଠାରୁ ଅ।ରମ୍ଭ କରି ସବୁସ୍ତର ଉପରେ ନଜର ରଖିବା ସାମ୍ବାଦିକର ଦାୟିତ୍ବ ଓ ଧର୍ମ । ମତାମତ ଭିତ୍ତିକ ସ୍ପଟ ରିପୋର୍ଟିଂ ଦ୍ବାରା ସତ୍ୟ, ନିରପେକ୍ଷତା ରହି ପାରିବ । ଏଭଳି ଖବର ସମାଜର ହିତ ତଥା ମଂଗଳ ସାଧନ କରିବ । ବିକାଶ ଓ ପରିବର୍ତ୍ତନ ଅ।ଣିବାରେ ସହାୟକ ହେବ । ଏଥି ସକାଶେ ଯଥେଷ୍ଟ ପରିଶ୍ରମ କରିବାକୁ ପଡିବ । ନିରନ୍ତର ଅଧ୍ୟୟନ, ସାଧନା, ସତ୍ୟ ଓ ନିଷ୍ଠା ଭାବନା ଦ୍ବାରା ଜଣେ ନିଜ ପରିଚୟ ସୃଷ୍ଟି କରିପାରିବ ।
ପିଲାଙ୍କୁ ପଢାଇବା ବେଳେ ସେମାନେ ନାନା କୌତୂକ ଓ ଜିଜ୍ଞାସାମୂଳକ ପ୍ରଶ୍ନ ପଚାରନ୍ତି, ଯାହା ସେମାନଙ୍କ ଯୁବସୁଲଭତା, ଅବବୋଧ ଓ ଜ୍ଞାନର ଗଭୀରତାକୁ ସୂଚାଇଥାଏ ।
ଫ୍ରିଲାସିଂ ଅର୍ଥ ଏଠି ପ୍ରାକ୍ଟିକାଲ କ୍ଲାସ ।
ଏଥିଲାଗି ପୂର୍ବ କ୍ଲାସରେ କିଛି ଲେଖା ପ୍ରସ୍ତୁତ କରି ସମ୍ଭବ ହେଲେ ପ୍ରିଣ୍ଟଅ।ଉଟ କପି ଅ।ଣିବା ଲାଗି ସମସ୍ତଙ୍କୁ କହିଥାଏ । ଥରେ କ୍ଲାସ କଲାବେଳେ କେହି ଲେଖା ଅ।ଣିଛ କି ପଚାରିବାରୁ ସମସ୍ତେ ନୀରବ ରହିଲେ । ଜଣେ ଛାତ୍ରୀ ସାହସ ସଂଗ୍ରହ କରି କହିଲେ, ପୂର୍ବରୁ ଯେଉଁ ଲେଖା ଅ।ଣିଥିଲି, ତାହା ପ୍ରତିକ୍ରିୟା ସର୍ବସ୍ବ ଓ "ସମ୍ପାଦକଙ୍କୁ ପତ୍ର" ସ୍ତରର ଲେଖା ବୋଲି କହିଲେ । ଏଣୁ ମୁଁ କିଛି ଟପିକ୍ ପାଇଲି ନାହିଁ । ଅନ୍ୟମାନେ ବି ସେହି ସମାନ ମତାମତ ରଖିଲେ ।
ପିଲାଙ୍କ ଉତ୍ତର ଶୁଣି ହସିଲି । କହିଲି, ଅ।ଛା ମୁଁ ଟପିକ୍ ଦେବି, କରିବ ? ସମସ୍ତେ ଏକାସ୍ବରରେ କହିଲେ 'ହଁ '। କାହାର କେଉଁ ଦିଗ ପ୍ରତି ଅଧିକ ଅ।ଗ୍ରହ ରହିଛି ପଚାରି ମୁଁ ଟପିକ୍
ବତାଇଦେଲି । କହିଲି, "ଦେଖିବାର ଦୃଷ୍ଟିଭଂଗୀ ଥିଲେ ଅ।ପେ ଖବର ଦେଖାଯିବ । ଖବର ପ୍ରସ୍ତୁତି ବେଳେ ତଥ୍ୟ, ପ୍ରମାଣ,
ଅ।ଇନଗତ ଦିଗ ପ୍ରତି ଧ୍ୟାନ ରଖି ମାପଚୁପ ଶବ୍ଦ ପ୍ରୟୋଗ କରି ଲେଖା ପ୍ରସ୍ତୁତ କରିବାକୁ ପଡିବ । ଏହାକୁ ଅଧିକ ପଠନୀୟ କରିବା ଲାଗି ଅ।ସ୍ଥେଟିକ ସେନ୍ସ ( ରମ୍ୟ ଚେତନା ) ନିହାତି ଜରୁରୀ "।
ଜଣେ ଛାତ୍ରୀଙ୍କ ଲେଖାଶୈଳୀ ଦେଖି ତାଙ୍କୁ ଗୋଟେ ଫିଚର ଲେଖିବାକୁ କହିଲି । "ଫିଚର କଣ" ? ଛାତ୍ରୀ ଜଣଙ୍କ ପଚାରିଲେ । ମୁଁ କହିଲି, ଫିଚର : ଖବର ଓ ସାହିତ୍ୟର ଏକ ମିଶାମିଶି ରୂପ । ଯେ କୌଣସି ନୂଅ।ପୁରୁଣା ଘଟଣା, ସ୍ଥାନ ଓ ବ୍ୟକ୍ତି ବିଶେଷଙ୍କୁ ନେଇ ମତାମତ ଭିତ୍ତିକ ଫିଚର ଲେଖାଯାଇ ପାରିବ।
ତଥାପି... କିଛି ଜାଣିବାର ଇଛା ନେଇ ଝିଅଟି ଯେମିତି ଅସହାୟ ହୋଇ ମୋତେ ଚାହିଁ ରହିଥିଲା ।
ପଚାରଲି, ଭୁବନେଶ୍ବରରେ ଧଉଳି ଭଳି ଅ।ଉ କେଉଁଠି ବୌଦ୍ଧ କୀର୍ତ୍ତି ଅଛି ଜାଣିଛ? ଜଣେ ଛାତ୍ର ହାତଟେକି କହି ଉଠିଲେ ଖଣ୍ଡଗିରି । ମୁଁ କହିଲି, ଭୁଲ ଉତ୍ତର । କହୁଛି ଶୁଣ। ଭଗବାନ ବୁଦ୍ଧଦେବ ଯାହାଙ୍କର ନାମ ଥିଲା ସିଦ୍ଧାର୍ଥ ( ଖ୍ରୀଷ୍ଟ ପୂର୍ବ ୫୬୬-୪୮୬) ବୋଧଗୟା ନିକଟ ଯେଉଁ ପବିତ୍ର ବୋଧିଦ୍ରୂମ ( ଅଶ୍ବସ୍ତ ଗଛ ) ମୂଳରେ ଦୀର୍ଘବର୍ଷ ତପସ୍ୟା କରି ଜ୍ଞାନ ଲାଭ କଲେ, ସେହି ବୃକ୍ଷର ଏକ ଅଂଶ ଭୁବନେଶ୍ବରରେ ରହିଛି । ଏକଥା ଖୁବ୍ କମ୍ ଲୋକ ଜାଣନ୍ତି । ସମ୍ରାଟ ଅଶୋକଙ୍କ କନ୍ୟା ସଂଘମିତ୍ରା ବୋଧଗୟାସ୍ଥିତ ବୋଧିଦ୍ରୂମର ଏକ ଅଂଶକୁ ସିଂହଳକୁ ( ବର୍ତ୍ତମାନ ଶ୍ରୀଲଙ୍କା) ନେଇ ଯାଇଥିଲେ । ତାହା ସେଠାରେ ମହାଦ୍ରୂମରେ ପରିଣତ ହୋଇଥିଲା । ଇଂରେଜ ଶାସନ କାଳରେ ଜଣେ ସାହେବ ଏହାର ଏକ ଅଂଶ ଅ।ଣି ଭୁବନେଶ୍ବରରେ ଲଗାଇଥିଲେ । ତୁମେ ସେହି ବୋଧିଦ୍ରୂମ ନିକଟକୁ ଯାଇ ଏକ ଫିଚର ପ୍ରସ୍ତୁତ କର।
ଏତକ କହି ମୁଁ ତାଙ୍କୁ ଠିକଣା ବତାଇ ଦେଲି । ୟୁନିଟ ଚାରି ନମ୍ବର ଛକ ।
ଛାତ୍ରୀ ଜଣଙ୍କ ଅ।ଗ୍ରହର ସହ ପରଦିନ ବୋଧିଦ୍ରୂମ ନିକଟକୁ ଯାଇ ଏକ ରିପୋର୍ଟ ପ୍ରସ୍ତୁତ କରି ଅ।ଣିଲେ । ବରାଦ ଅନୁସାରେ ମତାମତ ଓ ଫଟୋ ମଧ୍ୟ ଅ।ଣିଲେ । ସାମାନ୍ୟ ଏଡିଟିଂରେ ଲେଖାଟି ପ୍ରକାଶ ଉପଯୋଗୀ ହୋଇଥିଲା । ପବିତ୍ର ବୋଧିଦ୍ରୂମ ଥିବା ସ୍ଥାନରେ ଗଢି ଉଠିଛି ବୌଦ୍ଧ ବିହାର । ବୁଦ୍ଧଦେବଙ୍କ ପ୍ରତିମା ଓ ମନ୍ଦିର କରାଯାଇ ନିୟମିତ ପୂଜା, ପ୍ରାର୍ଥନା ଓ ଅ।ଲୋଚନାଚକ୍ର କରାଯାଉଛି ।
ପବିତ୍ର ବୋଧିଦ୍ରୂମ ତଳେ ଘଡିଏ ବସିଲେ ଗଭୀର ପ୍ରଶାନ୍ତି ଅନୁଭବ କରିହୁଏ । ଧୀର ପବନ ମନକୁ ଉଲ୍ଲସିତ କରେ । ବହୁଳ ପ୍ରଚାର ପ୍ରସାର ଅଭାବରୁ ଏହି ସ୍ଥାନ ସେତେ ଚର୍ଚ୍ଚାକୁ ଅ।ସି ପାରିନି । ଅନ୍ୟ ବୌଦ୍ଧ କ୍ଷେତ୍ରଠାରୁ ଏହି ବୋଧିଦ୍ରୂମର ଯଥେଷ୍ଟ ଅ।କର୍ଷଣ ଓ ଅ।ଧ୍ୟାତ୍ମିକ ମହତ୍ବ ରହିଛି । ବୋଧଗୟାରେ ମୂଳ ବୋଧିଦ୍ରୂମ ଏଯାଏ ମଧ୍ୟ ତିଷ୍ଠି ରହିଛି ।
ଏ ସମ୍ପର୍କରେ ଲେଖା ପ୍ରସ୍ତୁତ କରିଥିବା ଛାତ୍ରୀଙ୍କ ଫିଚର ଖବରକାଗଜରେ ପ୍ରକାଶିତ ହୋଇଥିଲା ।
ଜର୍ଣ୍ଣାଲିଜିମ ଛାତ୍ରୀଛାତ୍ରଙ୍କ ସହ ଏଭଳି ଅନେକ ସୁନ୍ଦର ଅନୁଭୂତି ଅଂଗେ ନିଭାଇଛି । ଯେଉଁ ଛାତ୍ରୀଛାତ୍ରମାନେ ତାଲିମ ନେଇଥିଲେ, ସେମାନେ ଅ।ଜି ଗଣମାଧ୍ୟମ ଜଗତରେ ବେଶ୍ ପ୍ରତିଷ୍ଠିତ । ଅଳ୍ପ କେତେଜଣଙ୍କୁ ଛାଡିଦେଲେ, ଅନ୍ୟମାନଙ୍କର ନାଁ ମନେ ନାହିଁ । ତଥାପି ଅ।ମ କାର୍ଯ୍ୟାଳୟ ଯେ ଏକ ଉତ୍କୃଷ୍ଟ ପାଠଶାଳା ଏ ସୁନାମ ରହିଛି ।
ବର୍ତ୍ତମାନ କୋଭିଡ ଝଡ ଭଳି ମହାଦୁର୍ଯୋଗ ସାରା ଦେଶରେ ମହାଦ୍ରୂମର ରୂପ ନେଇଥିବା ଗଣମାଧ୍ୟମକୁ ଅଧିକ ବିପର୍ଯ୍ୟସ୍ତ କରିଛି । କେତେଜଣଙ୍କର ଚାକିରି ଯାଇଛି । ଅଣ୍ଟା ସଳଖିବାକୁ ନିଶ୍ଚିତ କିଛିଦିନ ଲାଗିବ। କିନ୍ତୁ ଅସହିଷ୍ଣୁତା, ସରକାରୀ ସ୍ତରରେ ନିରୀକ୍ଷଣର ଅଭାବ ଓ ଅନୁଦାରତା ଏହି ସ୍ତମ୍ଭକୁ ଶକ୍ତ ଭାବେ ଦୋହଲାଇ ଚାଲିଛି ।
*****
