Gangotri Priyadarshini

Inspirational Others

3  

Gangotri Priyadarshini

Inspirational Others

ମାେ ବାପା

ମାେ ବାପା

3 mins
160



ଯେବେଠୁ ମୁଁ ନିଜକୁ ଜାଣିଲି ,ସେବେଠୁ ବାପାଙ୍କୁ ଜାଣିଲି । ଦୁନିଆ ରେ ମୋର ସବୁଠୁ ପ୍ରିୟ ମଣିଷ । ନିଜ ଠାରୁ, ଈଶ୍ୱର ଙ୍କ ଠାରୁ ,ମୋ ନିଶ୍ବାସ ଠାରୁ ବି ନିଜର । ଲେଖିଲା ବେଳକୁ ଯେମିତି ଛାତିରେ ବାନ୍ଧି ଥିବା ଜମାଟ ତରଳିବା ଭଳି ଅନୁଭବ ହେଉଛି ।ମୁଁ ଝିଅଟେ ,ହେଲେ ମୋ ବାପା ମୋତେ ବାବୁ ବୋଲି ଡାକନ୍ତି ।ଆଜି ଯାଏ କେତେ ଲମ୍ବା ଫର୍ମାଇସ୍ ,ଯାହା ଖାଲି ଭାବନାରେ ଥାଏ,ପ୍ରକାଶ ତ ଦୂରକଥା ,ଆପେ ଆପେ ପୁରା ହେଇଯାଏ । ଚାକିରି କାଳରେ ସ୍ୱଳ୍ପ ବେତନ ରେ ଆମେ ଚାରି ଭାଇ ଭଉଣୀ, ଯୌଥ ପରିବାର ସବୁକିଛି ଭାର ମୋ ବାପାଙ୍କ ଉପରେ ।କେବେ କୌଣସି ଅଭାବ ବୋଧ ଜଣେଇ ଦେଇ ନଥାନ୍ତି ।ଝିଅ ମାନଙ୍କ ପ୍ରତି ତାଙ୍କର ଅଜସ୍ର ଭଲ ପାଇବା ।ମୋ ବାପା ଦୂରରେ କାର୍ଯ୍ୟରତ ଥିବାରୁ ମୋତେ ପ୍ରାୟ ବାପା ବୋଉଙ୍କ ଠୁ ଦୂରେଇ ଗାଆଁ ରେ ରହିବା ପାଇଁ ପଡୁଥିଲା , କାହିକି ନା ଆମ ବଂଶ ରେ କେହି ଝିଅ ନଥିଲେ ଆଉ ଜେଜେ ,ଜେଜେ ମା,ଦାଦା ମାନେ ମୋତେ କେହି ଛାଡ଼ିବା ପାଇଁ ରାଜି ନଥିଲେ ।ମୁଁ ମୋ ନିଜ ହାତରେ ଚିଠି ଲେଖିବି ବୋଲି ମୋ ଦାଦା ମୋତେ ତୃତୀୟ ରୁ ଚିଠି ଲେଖିବା ଶିଖାଇ ଥିଲେ ,ଯଦିଓ ମୋ ଚିଠି ସେତେବେଳେ ଖୁବ କମ୍ ଶବ୍ଦରେ ସୀମିତ ଥିଲା ।ଧୀରେ ଧୀରେ ବଡ଼ ହେବା ସହ ମୋ ପରିସର ବି ପ୍ରଶସ୍ତ ହେଇ ଚାଲିଲା ଆଉ ମୋ ବାପା ଙ୍କ ପ୍ରତି ମୋର ଭଲ ପାଇବା । ସେତେବେଳ କଥା ମନେ ପକାଇଲେ ମୋତେ ଲାଗୁଛି ଯେ ମୁଁ କେତେ ଛୋଟ ଥିଲି ମାତ୍ର ମୋ ବାପା ମୋ ଆଗରେ ତାଙ୍କ ଦୁଃଖ ସୁଖ,ଆମ ଭାଇ ଭଉଣୀ ଙ୍କ ପାଇଁ ଥିବା ସ୍ବପ୍ନ ବି ପରିପ୍ରକାଶ କରୁଥିଲେ ।ସମୟ ଗଡ଼ି ଚାଲିଲା ,ଏମିତି ଗୋଟେ ବୟସ ଆସିଲା ,ଯେତେବେଳେ ମୁଁ ମୋର ଜୀବନ ର ବହୁତ୍ ନିଷ୍ପତ୍ତି ନିଜେ ନେବାକୁ ଲାଗିଲି, ପରିବାର ର ସହମତି ରେ ।ଭାବି ପାରୁନଥିଲି ଯେ ମୋ ବାପାଙ୍କ ଭଳି ମୁଁ ଆଉ କାହାକୁ ଭଲ ପାଇ ପାରିବି । କେହି ପୁଅ ଟିକେ ଭଲ ଲାଗିବା ପୂର୍ବରୁ ମୁଁ ମୋ ମନ ନିକିତିରେ ବାପାଙ୍କୁ ଆଉ ସେ ପୁଅ କୁ ତଉଲିବାରେ ଲାଗି ପଡ଼ୁଥିଲି ।ପ୍ରତ୍ୟେକ ଥର ମୋ ବାବା ପାସ୍ କରି ଯାଉଥିଲେ ଆଉ ମୁଁ ଫେଲ୍ ହେଇ ଯାଉଥିଲି ।ବାବା କିଛିଦିନ ପାଇଁ ପାରାଦୀପ ବଦଳି ହୋଇ ଆସିଲେ,ସେତେବେଳେ ସେ କିଛି ଦିନ ପାଇଁ ଗାଆଁ ରୁ ଯିବା ଆସିବା କରୁଥାନ୍ତି ,ମୁଁ ଘରେ ଥାଇ ବି ଜାଣି ଦେଉଥିଲି ଗାଆଁ ମୁଣ୍ଡରେ ବାପାଙ୍କର ଉପସ୍ଥିତି ।ବାପା ଗାଆଁ ର ପ୍ରାୟ ସବୁ ପିଲା ମାନଙ୍କୁ ପାଠ ପଢ଼ିବା,ଖେଳ କୁଦ କରିବା ପାଇଁ ଉତ୍ସାହିତ କରୁଥିଲେ ।ସେ ମୋର ପ୍ରତ୍ୟେକ ଅଳି ଅର୍ଦ୍ଦଳି ପୁରା କରୁଥିଲା ବେଳେ ମୁଁ ମାତ୍ର ତାଙ୍କୁ କେବେ ମୋ ପାଇଁ ଗର୍ବ କଲାଭଳି ଅନୁଭବ ଦେଇ ପାରୁନଥିଲି । ବାରମ୍ବାର ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ରେ ଅକୃତକାର୍ଯ୍ୟ ହେଉଥିଲି,ମୋ ସାନ ଭଉଣୀ ମାନେ ସମସ୍ତେ ଚାକିରୀ ରେ ଯୋଗ ଦେଇ ସାରିଥିଲେ । ସବୁ ମୁଣ୍ଡରୁ କାଢି ଏବେ ବାହାଘର ପାଇଁ ନିଜକୁ ପ୍ରସ୍ତୁତ କରୁଥିଲି ,ସେତେବେଳେ ଭାବୁନଥିଲି ଯେ କାହାକୁ ବାହାହେବି ଆଉ କୋଉଠି ବାହାହେବି, ବ୍ୟସ୍ତ ହେଉଥିଲି ବାପା ଙ୍କୁ ଛାଡି ବଞ୍ଚିବି କେମିତି ? ବାହାଘର ହେଇଗଲା,ଆଖିରୁ ଟୋପେ ଲୁହ ନଗଡେଇ ଚୁପଚାପ୍ ଯାଇ ଗାଡ଼ିରେ ବସିଗଲି ।ଲାଗୁଥାଏ ଏବେ ହିଁ ପ୍ରାଣ ଛାଡିଯିବ ।ଧୀରେ ଧୀରେ ସବୁ ଠିକ୍ ହେଇଗଲା ,ବାପାଙ୍କ ବିନା ବଞ୍ଚିବା ରେ ବି ଅଭ୍ୟସ୍ତ ହେବାରେ ଲାଗିଲି । ସ୍ବାମୀ ନାମକ ଚରିତ୍ର ବି ସ୍ନେହୀ ମଣିଷ ଭାବେ ପ୍ରତିତ ହେଲେ । ବହୁତ ଚରିତ୍ର ଙ୍କ ସଂସ୍ପର୍ଶରେ ରେ ଆସିଲି ମାତ୍ର ମୋ ବାପାଙ୍କ ଭଳି କାହାକୁ ପାଇଲିନାହିଁ,ସବୁ ବାପା ମାନେ ବୋଧେ ଏମିତି ।ଛାତି ଭିତରେ ଅନେକ ଦୁଃଖ କଷ୍ଟ ଥାଇ ବି ଭରଷା ର ଅଭେଦ୍ୟ ପ୍ରାଚୀର ହୋଇ ପରିବାର,ସମାଜ ପାଇଁ ଦୃଷ୍ଟାନ୍ତ ସାଜି ଥାଆନ୍ତି । ପୃଥିବୀ ର ସବୁ ବାପା ମାନଙ୍କୁ ମୋର ପ୍ରଣାମ ।


Rate this content
Log in

Similar oriya story from Inspirational