ମାଆ
ମାଆ
ପ୍ରକାଶ ର ବାହାଘର କିଛିଦିନ ପର୍ଯ୍ୟନ୍ତ ଘର ଠିକ୍ ଠାକ୍ ଚାଲିଥିଲା। ହଠାତ୍ ଦିନ କେଇଟା ପରେ ଶାଶୁ ବୋହୁଙ୍କ ମଧ୍ୟରେ ପଡିଲା ନାହିଁ। ପ୍ରତିଦିନ କୌଣସି ନା କୌଣସି କାରଣରୁ ଝଗଡା ହେଉଥାଏ। ପ୍ରକାଶ ର ସ୍ତ୍ରୀ ଦିନେ ପ୍ରକାଶକୁ କହିଲେ ଏ ଘରେ ମୁଁ ରହିବି ନହଲେ ତମ ମାଆ ରହିବେ। ପ୍ରକାଶ କଣ କରିବେ ଚିନ୍ତା କରି ପାରିଲେନି। ଶେଷରେ ସ୍ୱାମୀ ସ୍ତ୍ରୀ ନିଷ୍ପତ୍ତି ନେଲେ ମାଆଙ୍କୁ ବୃଦ୍ଧାଶ୍ରମରେ ଛାଡିଦେବେ। ଶେଷରେ ସେହିଆ ହିଁ ହେଲା ମାଆଙ୍କୁ ନେଇ ବୃଦ୍ଧାଶ୍ରମରେ ଛାଡିଦେଲା ପ୍ରକାଶ। ଦିନେ ପ୍ରକାଶ ର ପୁଅ ପପୁ ପ୍ରକାଶକୁ ପଚାରିଲା ପାପା ସତରେ କଣ ମାଆ ମାନେ ଏତେ ଭଲ ଆଜି ସମସ୍ତେ ତାଙ୍କ ମାମା ମାନଙ୍କ ଫୋଟୋ ରଖି ସେମାନଙ୍କ ବିଷୟରେ ଭଲ ଭଲ କଥା ଲେଖୁଛନ୍ତି। ପ୍ରକାଶ ଉତ୍ତର ଦେଲେ ହଁ ମାମା ମାନେ ବହୁତ ଭଲ। ଭଗବାନଙ୍କ ପରେ ସେମାନେ ହେଉଛନ୍ତି ଜୀବନ୍ତ ଭଗବାନ। ସେମାନଙ୍କ ଋଣ କେହିବି ସୁଝି ପାରିବେ ନାହିଁ। ସେମାନଙ୍କ ସ୍ଥାନ ବହୁତ ଉଚ୍ଚରେ। ପୁଣି ପପୁ ପଣି ପଚାରିଲା ତୁମର ମଧ୍ୟ ତ ମାମା ଥିବେ ? ପ୍ରକାଶ ହଁ ଭରିଲା। ପୁଣି ପପୁ ପଚାରିଲା ସେ କୋଉଠି ରହୁଛନ୍ତି କାହିଁ ଆମ ପାଖରେ ତ ରହୁ ନାହାଁନ୍ତି ? ପ୍ରକାଶ କହିଲା ସେ ବୃଦ୍ଧାଶ୍ରମରେ ରହୁନ୍ତି। ହେଲେ ସେ ବୃଦ୍ଧାଶ୍ରମରେ କାହିଁକି ରହୁଛନ୍ତି ପପୁ ପଚାରିଲା ? ପ୍ରକାଶ କହିଲା ତାଙ୍କୁ ବୟସ ହୋଇ ଯାଇଥିଲା ସେ ବୃଦ୍ଧା ହୋଇ ଯାଇଥିଲେ ତେଣୁ ସେ ବୃଦ୍ଧାଶ୍ରମରେ ରହୁଛନ୍ତି। ତାହାଲେ ମୋ ମାମା ମଧ୍ୟ ବୃଦ୍ଧାଶ୍ରମରେ ରହିବେ ଯେତେବେଳେ ତାଙ୍କୁ ବୟସ ହୋଇଯିବ ପପୁ ପଚାରିଲା ? ପ୍ରକାଶ ପାଖରେ ଆଉ କୌଣସି ଶବ୍ଦ ନଥିଲା ପପୁର ପ୍ରଶ୍ନ ର ଉତ୍ତର ଦେବା ପାଇଁ। ଆଶ୍ଚର୍ଯ୍ୟ ହୋଇଗଲେ ପ୍ରକାଶ ଓ ତାର ସ୍ତ୍ରୀ। ସେଦିନ ହିଁ ସେମାନେ ବୃଦ୍ଧାଶ୍ରମ ଯାଇ ମାଆଙ୍କୁ ନେଇ ଘରକୁ ଆସିଲେ। ପ୍ରକାଶ ଓ ତାର ସ୍ତ୍ରୀ ନିଜ ନିଜର ଭୁଲ୍ ବୁଝିପାରିଲେ। ସେମାନେ ଉପଲବ୍ଧି କରିଲେ ଯେ ବୟସ ହୋଇ ଗଲା ପରେ ବାପା ମାଆଙ୍କ ସ୍ଥାନ ବୃଦ୍ଧାଶ୍ରମରେ ନୁହେଁ ପିଲାମାନଙ୍କ ହୃଦୟରେ।
