ଗୁପ୍ତ ଖଜଣା
ଗୁପ୍ତ ଖଜଣା
ରାକେଶ ଦେଖିଲା ହଠାତ୍ ତାର ଜେଜେ ବାପାଙ୍କ ଫୋଟୋ ହଲିବାକୁ ଲାଗିଲା। ଆଉ କିଛି ସମୟ ପରେ ଫୋଟୋ ପଛରୁ ଏକ କାଗଜ ପଡିଲା। ରାକେଶ ଯେତେବେଳେ କାଗଜଟିକୁ ଉଠାଇ ଦେଖିଲା ସେ ଜାଣିବାକୁ ପାଇଲା ତାହା ଏକ ନକ୍ସା। ଯେଉଁ ନକ୍ସା ସାହାଯ୍ୟ ରେ ଗୁପ୍ତ ଖଜଣା ପାଇ ହେବ। ରାକେଶ ତାର ଦୁଇଜଣ ସାଙ୍ଗକୁ ନେଇ ବାହାରି ପଡିଲା ଗୁପ୍ତ ଖଜଣାର ଅନୁସନ୍ଧାନେ। ସେମାନେ ଯାଇ ପହଞ୍ଚିଲେ ଏକ ଗୁମ୍ଫା ନିକଟରେ ସେହିଠାରୁ ହିଁ ଆରମ୍ଭ ହେବ ଗୁପ୍ତ ଖଜଣା ନିକଟରେ ପହଞ୍ଚିବାର ରାସ୍ତା।
ନକ୍ସା ଅନୁସାରେ ଯେତେବେଳେ ସେମାନେ ଗୁମ୍ଫା ଭିତରୁ ପ୍ରବେଶ କରିଲେ। ଗୁମ୍ଫା ଭିତର ସମ୍ପୂର୍ଣ୍ଣ ଅନ୍ଧାର ଥିଲା ବିକଟାଳ ଶବ୍ଦ ସବୁ ଶୁଭୁଥିଲା। ସେମାନଙ୍କୁ ଭୟ ଲାଗୁଥାଏ କିନ୍ତୁ ମନରେ ସାହସ ଜୁଟାଇ ଆଗକୁ ବଢିଲେ। ବହୁ କଷ୍ଟରେ ସେମାନେ ଗୁମ୍ଫାକୁ ଅତିକ୍ରମ କରି ପହଞ୍ଚିଲେ ଏକ ଜଙ୍ଗଲ ନିକଟରେ।
ଜଙ୍ଗଲଟି ଅତ୍ୟନ୍ତ ଭୟଙ୍କର ଥାଏ। ସେହି ଜଙ୍ଗଲରେ ଥାନ୍ତି ଅନେକ ହିଁସ୍ର ଜନ୍ତୁ ଆଉ ବିଷଧର ସାପ। ସେମାନଙ୍କ କବଳରୁ ନିଜକୁ ରକ୍ଷା କରି ଅତି ସତର୍କତାର ସହ ଜଙ୍ଗଲ ପାରି ହୋଇ ପହଞ୍ଚିଲେ ଏକ ନଦୀ ନିକଟରେ।
ସେମାନେ ଯେତେବେଳେ ନଦୀ ନିକଟରେ ପହଞ୍ଚିଲେ ଦେଖିଲେ ଯେ ତାହା ଏକ ବିଶାଳ ନଦୀ ନଦୀକୁ ପାର କରିଲେ ହିଁ ସେମାନେ ପହଞ୍ଚି ପାରିବେ ଗୁପ୍ତ ଖଜଣା ନିକଟରେ।ସେମାନେ କେମିତି ପାରିହେବେ ଚିନ୍ତା କରିବାକୁ ଲାଗିଲେ। ଶେଷରେ ସେମାନେ କିଛି କାଠ ସଗ୍ରହ କରି ଏକ ଭେଳା ତିଆରି କରିଲେ ଯାହା ସାହାଯ୍ୟରେ ସେମାନେ ବହୁ କଷ୍ଟରେ ଏବଂ ବହୁ ପରିଶ୍ରମ ପରେ ସେମାନେ ନଦୀ ପାର ହେଲେ। ଆଉ ନକ୍ସା ର ସୂଚନା ଅନୁସାରେ ସେମାନେ ଏକ ବିରାଟ ଆମ୍ବ ଗଛ ନିକଟରେ ପହଞ୍ଚିଲେ। ଏବଂ ସୂଚନା ଅନୁସାରେ ଯେତେବେଳେ ସେମାନେ ସେହି ଗଛର କୋରଡ ଭିତରକୁ ପ୍ରବେଶ କରିଲେ ସେମାନଙ୍କୁ ଏକ ରାସ୍ତା ଦେଖାଗଲା ଯାହା ମାଟି ତଳକୁ ଯାଇ ଥିଲା। ସେହି ରାସ୍ତାରେ ଯାଇ ସେମାନେ ଶେଷରେ ଏକ ଘର ନିକଟରେ ପହଞିଲେ। ଯେତେବେଳେ ସେମାନେ ନକ୍ସା ର ଦିଆ ଯାଇଥିବା ସୁଚନା ଅନୁସାରେ ଘରର କବାଟ ଖୋଲି ଭିତରକୁ ପ୍ରବେଶ କରିଲେ। ସେତେବେଳେ ସେମାନେ ସେଠାରେ ସୁନା ରୂପା ହୀରା ମୋତି ମାଣିକରେ ଭରପୁର ହୋଇଥିବା ପେଢି ସବୁ ଦେଖିବାକୁ ମଳିଲା। ସେମାନେ ଗୁପ୍ତ ଖଜଣା ଖୋଜି ପାଇଥିବାରୁ ରାକେଶ ଚିତ୍କାର କରିବାକୁ ଲାଗିଲା ପାଇଗଲି ପାଇଗଲି ଆଉ ଖଟରୁ ତଳକୁ ପଡିଗଲା। ରାକେଶର ଯେତେବେଳେ ନିଦ ଭାଙ୍ଗିଲା ସେ ଜାଣିପାରିଲା ସେସବୁ ସତ ନୁହେଁ ସ୍ୱପ୍ନ ଥିଲା।
