STORYMIRROR

Anil Pradhan

Horror

3  

Anil Pradhan

Horror

ନିଝୁମ୍ ରାତିର ନିସ୍ତବ୍ଧ କୋଠା

ନିଝୁମ୍ ରାତିର ନିସ୍ତବ୍ଧ କୋଠା

1 min
208

ସେଦିନ ସାହୁବାବୁ ଭୀଷଣ ଜ୍ୱରରେ ଥରୁଥାନ୍ତି। ଔଷଧ ଖାଇବା ପରେ ମଧ୍ୟ ଜ୍ୱର ଭଲ ହେଉନଥାଏ। ସାହୁବାବୁଙ୍କ ସ୍ତ୍ରୀ ପଚାରିଲେ କେଉଁଠାରେ ଡରି ଯାଇଛ କି ? ସ୍ତ୍ରୀଙ୍କ ପ୍ରଶ୍ନରେ ହଁ ଭରିଲେ ସାହୁବାବୁ। ସ୍ତ୍ରୀ ପଚାରିଲେ କେଉଁଠି କେମିତି ଡରିଲ ? ସାହୁବାବୁ ସ୍ତ୍ରୀଙ୍କୁ କହିଲେ କାଲି ରାତିରେ ଯେତେବେଳେ ଘରକୁ ଫେରୁଥିଲି ସେତେବେଳେ ଭୀଷଣ ବର୍ଷା ହେଉଥିଲା। ମୁଁ ଆଉ ଦାସ ବାବୁ ଦୁହେଁ ରାସ୍ତା ପାର୍ଶ୍ବରେ ଥିବା ଏକ ଅଟ୍ଟାଳିକା ନିକଟରେ ବର୍ଷାରୁ ରକ୍ଷା ପାଇବା ପାଇଁ ଅଟକି ଗଲୁ। ସେତେବେଳକୁ ରାତି ବାରଟା ହୋଇଥାଏ। ଘରଟିର ଗେଟ୍ ଖୋଲା ଥିବାରୁ ଆମେ ଘର ଭିତରକୁ ପଶିଗଲୁ। ଘରଟିରେ କେହି ରହୁ ନଥାନ୍ତି । ତଥାପି ତାର କବାଟ ଝରକା ସବୁ ଖୋଲାଥିଲା। ଘରଟି ସମ୍ପୂର୍ଣ୍ଣ ଅନ୍ଧାର ହୋଇଥାଏ ଯାହା ମୋର ମୋବାଇଲ ଟର୍ଚ୍ଚ ରୁ ହିଁ ଅଳ୍ପ ଆଲୋକିତ ହେଉଥିଲା। ହଠାତ୍ କବାଟ ଝରକାଗୁଡିକ ଆପେ ଆପେ ପବନରେ ଜୋରରେ ଏପଟ ସେପଟ ହେବାକୁ ଲାଗିଲା। ସେତେବେଳେ ଏକ ଘୁଙ୍ଗୁରର ଶବ୍ଦ ଶୁଣିବାକୁ ମିଳିଲା। ତାପରେ ଆମେ ଘୁଙ୍ଗୁରର ଶବ୍ଦ ଶୁଣି ଭୟଭୀତ ହୋଇଯାଇଥାଉ। କାହିଁକି ନା ଏ ନିଝୁମ୍ ରାତିରେ ନିସ୍ତବ୍ଧ କୋଠା ମଧ୍ୟରୁ କେଉଁଠାରୁ ଆସୁଥିଲା। ତାପରେ ହଠାତ୍ ଏକ ମହିଳାର ଚିତ୍କାର ଶୁଣିବାକୁ ମିଳିଲା ଆଉ କିଛି ରକ୍ତ ଛିଟା ଆମ ଦେହରେ ପଡିଲା। ଆମେ ଦୁହେଁ ସମ୍ପୂର୍ଣ୍ଣ ଡରି କଣ କରିବୁ କଣ ନକରିବୁ ଭାବି ନପାରି ଶୀଘ୍ର ଗାଡି ଷ୍ଟାର୍ଟ କରି ସେଠାରୁ ପଳେଇ ଆସିଲୁ। କିଛି ବାଟ ଆସିଲା ପରେ କିଛି ଲୋକଙ୍କୁ ଦେଖିଲୁ। ସେମାନଙ୍କ ସବୁକଥା କହିଲୁ। ପରେ ସେମାନଙ୍କ ଠାରୁ ଜାଣିବାକୁ ପାଇଲୁ ସେଠାରେ ଏମିତି ସବୁଦିନ ହୁଏ। ସେମାନେ କହୁଥିଲେ ଯେ ସେଠି ଏକ ଝିଅର ଅତୃପ୍ତ ଆତ୍ମା ରହିଛି। ଯିଏ ସେଠି ଏମିତି ଅନେକ ସବୁ କରୁଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Horror