STORYMIRROR

Anil Pradhan

Inspirational

3  

Anil Pradhan

Inspirational

ବନ୍ଧୁତା

ବନ୍ଧୁତା

2 mins
237

ରାଜୁ ଆଉ ଶୁଭମ ଦୁହେଁ ପିଲାଦିନର ସାଙ୍ଗ। ରାଜୁର ବାପା ଜଣେ ଶ୍ରମିକ ଆଉ ଶୁଭମର ବାପା ଜଣେ ଜମିଦାର। କିନ୍ତୁ ରାଜୁ ଆଉ ଶୁଭମ ଦୁହେଁ ଭଲ ସାଙ୍ଗ। ଏକାଠି ସ୍କୁଲ୍ ଯାଆନ୍ତି ଏକାଠି ଖେଳନ୍ତି। ବେଳେ ବେଳେ ଶୁଭମର ବାପା ଶୁଭମକୁ ରାଜୁ ସହିତ ମିଶିବାକୁ ମନା କରନ୍ତି। କିନ୍ତୁ ଶୁଭମ ରାଜୁ ସହିତ ହିଁ ସାଙ୍ଗ ହୁଏ। 

ରାଜୁର ବାପା ଗରିବ ହୋଇଥିବାରୁ ରାଜୁ ପାଇଁ ଆବଶ୍ୟକ ଖାତା ପେନ୍ ସବୁ କିଣି ପାରନ୍ତି ନାହିଁ। ତେଣୁ ଶୁଭମ୍ ତାର ଖାତା ପେନ୍ ରାଜୁକୁ ଦେଇଦିଏ। ସେ ତାର ବାପାଙ୍କୁ କୁହେ ଖାତା ପେନ୍ ସ୍କୁଲରେ ହଜିଯାଇଛି । ତେଣୁ ଶୁଭମର ବାପା ଶୁଭମ ପାଇଁ ନୁଆଁ ଖାତା ପେନ୍ କିଣି ଆଣନ୍ତି। ଶୁଭମ୍ ରାଜୁକୁ ସବୁ ପ୍ରକାର ସାହାଯ୍ୟ କରେ। ଶୁଭମ ତା ବାପା ମାଆଙ୍କ ଗୋଟିଏ ପୁଅ ହୋଇଥିବାରୁ ଗେହ୍ଲାରେ ଲାଳନ ପାଳନ କରନ୍ତି।

 ଦିନେ ହଠାତ୍ ରାଜୁର ଦେହ ଖରାପ ହୋଇଗଲା । ତାର ଚିକିତ୍ସା ପାଇଁ ଟଙ୍କା ର ଅଭାବ ହେଲା। ସେତେବେଳେ ଶୁଭମ୍ ତାର ବାପାଙ୍କୁ ବହୁତ ଅନୁରୋଧ କରିବାରୁ ଶୁଭମର ବାପା ରାଜୁର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିଲେ । ଏବଂ ରାଜୁ ଏକ ନୁଆଁ ଜନ୍ମ ପାଇଲା। ଶୁଭମ୍ ରାଜୁର ଉଚ୍ଚ ଶିକ୍ଷା ସରିଲାପରେ ରାଜୁ ପାଖ ସହରରେ ଚାକିରୀ କରିଲା ଶୁଭମ୍ ବିଦେଶ ଯାଇ ସେଠାରେ ଏକ ବଡ କମ୍ପାନୀରେ ଚାକିରୀ କରିଲା। ଏବଂ ବାପା ମାଆଙ୍କ ସହ ବିଦେଶରେ ରହିଲା। ଅନେକ ବର୍ଷ ଗଲାପରେ ଶୁଭମର ବାପା ତାଙ୍କ ବନ୍ଧୁ ଙ୍କ ଝିଅ ସହିତ ଶୁଭମର ବାହାଘର କରିବାକୁ ନିଷ୍ପତ୍ତି ନେଲେ। ତାରିଖ ଠିକ୍ ହେଲା ଆଉ ସେମାନେ ବାହାଘର ପାଇଁ ଗାଁକୁ ଫେରିଲେ। ଶୁଭମ ବାହାଘରକୁ ନେଇ ଯେତିକି ଖୁସି ନଥାଏ ତାଠାରୁ ଅଧିକ ଖୁସି ଥାଏ ରଜୁ ସହିତ ମିଶିବ ବହୁ ବର୍ଷ ପରେ। ସେ ଗାଁକୁ ଆସିଲା ପରେ ରାଜୁକୁ ବହୁତ ଖୋଜିଲା କିନ୍ତୁ ସବୁ ସାଙ୍ଗ ଆସୁଥାନ୍ତି କିନ୍ତୁ ରାଜୁ ଆସୁନଥାଏ। ଶୁଭମ ତାର ବାହାଘର ଦିନ ହିଁ ଜାଣିବାକୁ ପାଇଲା ଯେ ସେ ଯେଉଁ ଝିଅକୁ ବାହା ହେବାକୁ ଯାଉଛି। ରାଜୁ ଓ ସେହି ଝିଅ ଉଭୟ ପରସ୍ପରକୁ ଭଲ ପାଉଛନ୍ତି। ହେଲେ ସେ ଝିଅର ବାପା ରାଜି ନ ହେବାରୁ ଆଜି ଶୁଭମ ସହିତ ବାହାଘର ହେବ ସେହି ଝିଅର। ଏକଥା ଶୁଣିବା ପରେ ଶୁଭମ ତାର ବାପାଙ୍କୁ ବାହାଘର ହେବ ନାହିଁ ବୋଲି ମନା କରିଦେଲା। ତାର ବାପା କହିଲେ ରାଜୁ ଖୁସି ପାଇଁ ତୁ ବାହା ହେବୁନୁ ? ଶୁଭମ ଉତ୍ତର ଦେଲା ଯାହାକୁ ଏକ ନୂଆ ଜୀବନ ଦେଇଛ ତାକୁ ଯଦି ଖୁସି ନକରି ପାରିଲ ତାକୁ ନୂଆ ଜୀବନ ଦେବାର କିଛି ଲାଭ ନାହିଁ। ଶୁଭମ୍ ତାର ବାପାଙ୍କୁ ମନେ ପକାଇଦେଲା ଯେ ତାଙ୍କ ଲାଗି ହିଁ ରାଜୁ ନୂଆ ଜନ୍ମ ପାଇଛି। ଶୁଭମର ବାପା କହିଲେ ସବୁ ଆୟୋଜନ ତ ସରି ଯାଇଛି ଏବେ କଣ ହେବ ? ଶୁଭମ କହିଲା ଏହି ବେଦିରେ ଆଜି ହିଁ ରାଜୁର ବାହାଘର ହେବ। ଶେଷରେ ତାହାହିଁ ହେଲା ରାଜୁ ସହିତ ସେହି ଝିଅର ବାହାଘର ହେଲା। ଆଉ ଶୁଭମ ଗୋଟିଏ ପ୍ରକୃତ ବନ୍ଧୁର ପରିଚୟ ଦେଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational