STORYMIRROR

Anil Pradhan

Others

3  

Anil Pradhan

Others

ଅତୃପ୍ତ ଆତ୍ମା

ଅତୃପ୍ତ ଆତ୍ମା

2 mins
168

ବାଲିଗୁଡାକୁ ବଦଳି ହୋଇ ଯାଇଥାନ୍ତି ମାଳତୀ ଦେବୀ । ନୁଆଁ ଜାଗା ହୋଇଥିବାରୁ ସେଦିନ ସେ ବିଳମ୍ବରେ ନିଜ ସରକାରୀ ବାସଭବନକୁ ଫେରିଲେ । ଫେରୁ ଫେରୁ ରାତି ହୋଇ ଯାଇଥିବାରୁ ସେ ସେଦିନ ହୋଟେଲରୁ ଖାଇବା ନେଇ ଆସିଗଲେ ହୋଟେଲରୁ ଶୀଘ୍ର ଖାଇ ଶୋଇପଡିବେ ବୋଲି । କାହିଁକି ନା ଆଜି ସେ ବହୁତ କ୍ଳାନ୍ତ ଅନୁଭବ କରୁଛନ୍ତି । 

ଖାଇ ସାରି ଶୋଇ ପଡିଲେ ମାଳତୀ ଦେବୀ । କିନ୍ତୁ ଆଖିକୁ ନିଦ ଆସୁନଥାଏ । ସେପଟେ ନୁଆଁ ଜାଗା ପୁଣି ଜଣେ ଏକୁଟିଆ ମହିଳା ଅବଶ୍ୟ ରାମୁ କାକା ବୋଲି ଜଣେ ତଳ ଘରେ ରୁହନ୍ତି ରାତିରେ । ତଥାପି ମାଳତୀ ଦେବୀଙ୍କ ଆଖିକୁ ନିଦ ଆସୁନଥାଏ । ଅବୁଝା ଆଖିକୁ ଯେତେ ବୁଝାଇଲେ ମଧ୍ୟ ବୁଝୁନଥାଏ । ମନରେ ଥାଏ ଅନେକ ଭାବନା । ଭୟ ମଧ୍ୟ ଲାଗୁଥିଲା ମାଳତୀ ଦେବୀଙ୍କୁ । ମାଳତୀ ଦେବୀଙ୍କ ଆଖିକୁ ଛାଇ ନିଦ ଆସିଥାଏ ସେ ହଠାତ୍ ଅନୁଭବ କରିଲେ ଆଉ କେହି ଯେମିତି ସେ ଘରେ ଅଛି । ମାଳତୀ ଦେବୀ ଲାଇଟ୍ ଅନ୍ କରି ଚାରି ଆଡେ ଦେଖିଲେ କିନ୍ତୁ କେହି ନଥିଲେ । ପୁଣି ଲାଇଟ୍ ଅଫ୍ କରି ଶୋଇ ପଡିଲେ ମାଳତୀ ଦେବୀ ପୁଣି ଏବେ ଲାଗିଲା ସତେ ଯେମିତି କେହି ଜଣେ ତାଙ୍କ ହତ ଧରି ଟାଣୁଛି । ମାଳତୀ ଦେବୀ ହଠାତ୍ ଲାଇଟ୍ ଅନ୍ କରି ଦେଖନ୍ତି ତ କେହି ନାହାଁନ୍ତି । ମାଳତୀ ଦେବୀ ସମ୍ପୂର୍ଣ୍ଣ ଭାବରେ ଡରି ଯାଇଛନ୍ତି । ପୁଣି ଡରି ଡରି ଲାଇଟ୍ ଅଫ୍ କରି ଶୋଇ ପଡିଲେ । କିନ୍ତୁ ତାଙ୍କ ଆଖିରୁ ନିଦ ହଜି ଯାଇଥାଏ । ସେ ଦେଖିଲେ ହଠାତ ପବନ ବୋହିବାକୁ ଲାଗିଲା । ଭୟଙ୍କର ଚିତ୍କାର ସବୁ ଶୁଣିଲେ ମାଳତୀ ଦେବେ ରୁମରେ ଥିବା ଦର୍ପଣ ମଧ୍ୟରୁ ସତେ ଯେମିତି ବାହାରି ମାଳତୀ ଦେବୀଙ୍କୁ ଡାକୁଛି । ମାଳତୀ ଦେବୀ ଯେତେବେଳେ ସମ୍ପୂର୍ଣ୍ଣ ଭାବରେ ଡରିଗଲେ ଚିତ୍କାର କରି ଡାକିଲେ ରାମୁ କାକାଙ୍କୁ୍ । ରାମୁ କାକା ଆସି ଦେଖନ୍ତିତ ଭୟରେ ଥରୁଥିଲେ ମାଳତୀ ଦେବୀ । ମାଳତୀ ଦେବୀ ରାମୁ କାକାଙ୍କୁ୍ ଘଟିଥିବା ଘଟଣା ସବୁ କହିଲେ । ସବୁ ଶୁଣି ରାମୁ କାକା ମାଳତୀ ଦେବୀଙ୍କୁ ଆଶ୍ୱାସନା ଦେଇ କହିଲେ ସେ ସବୁ ତାଙ୍କ ମନର ଭ୍ରମ । କିନ୍ତୁ ମାଳତୀ ଦେବୀ ମାନିଲେ ନାହିଁ ସେ କହିଲେ ଏଘରେ ଏକ ଅତୃପ୍ତ ଆତ୍ମା ରହିଛି । ସେ ମତେ ମାରି ଦେବ ମତେ ଭୟ ଲାଗୁଛି । ଭୟରେ ଏମିତି ଅନେକ କଥା କହୁଥାନ୍ତି ମାଳତୀ ଦେବୀ । ରାତି ସାରା ସେମିତି ଅନିଦ୍ରା ଥାନ୍ତି ମାଳତୀ ଦେବୀ ଓ ରାମୁ କାକା । ବହୁତ କଷ୍ଟରେ ରାତି ପାହି ସକାଳ ହେଲା । ମାଳତୀ ଦେବୀ ରାମୁ କାକାଙ୍କୁ ଘର ଚାବି ଦେଇ କହିଲେ ମୁଁ ଏଠାରେ ରହିପାରିବି ନାହିଁ । ମୁଁ ଭଡା ଘର ନେଇ ରହିବି । ଏଠାରେ ଏକ ଅତୃପ୍ତ ଆତ୍ମା ରହିଛି କହି ସରକାରୀ ବାସ ଭବନକୁ ଖାଲି କରି ଚାଲିଗଲେ ମାଳତୀ ଦେବୀ । 



Rate this content
Log in