STORYMIRROR

Anil Pradhan

Tragedy

3  

Anil Pradhan

Tragedy

ଭଙ୍ଗା ହୃଦୟ

ଭଙ୍ଗା ହୃଦୟ

1 min
251

ଏକ ମଫସଲି ଗ୍ରାମରୁ ଆସି ଉଚ୍ଚ ଶିକ୍ଷା ପାଇଁ ସହରରେ ରହୁଥାଏ ଅନୁ। ଭଲ ପଢାପଢି କରୁଥିବାରୁ ସହରର ଏକ ବଡ କଲେଜରେ ପଢୁଥାଏ ଅନୁ। ମଫସଲି ଗ୍ରାମରୁ ଆସିଥିବାରୁ ସହରରେ ଚଳିବା ପାଇଁ ଅସୁବିଧା ହେଉଥାଏ। ତଥାପି ସହରର ପରିବେଶ ସହିତ ନିଜକୁ ଆଜଷ୍ଟ ରହୁଥାଏ। ସେ ଭଲ ପଢୁଥିବାରୁ ଅଧ୍ୟାପକ ମାନଙ୍କ ପ୍ରିୟପାତ୍ର ହୋଇ ପାରିଥାଏ। ତାର ଭଲ ଗୁଣ ଯୋଗୁ ସହପାଠୀ ମାନଙ୍କ ସହିତ ମଧ୍ୟ ଘନିଷ୍ଠ ହୋଇ ପାରିଥାଏ। ସେ ଅତ୍ୟନ୍ତ ସରଳ ଓ ଶାନ୍ତ ଶିଷ୍ଠ ସ୍ୱଭାବର। ଯାହା ଅନ୍ୟ ମାନଙ୍କ ଠାରୁ ତାକୁ ଅଲଗା କରୁଥାଏ। ସେ ଦେଖିବା ପାଇଁ ମଧ୍ୟ ଅତ୍ୟନ୍ତ ସୁନ୍ଦର ସତେ ଯେମିତି ଗୋଟିଏ ଚାଉଳରେ ଗଢା ହୋଇଛି।

 ହଠାତ୍ ଗୋଟାଏ ଯୁବକ ଶେଖର ତାର ରୂପରେ ପ୍ରଭାବିତ ହୋଇ ତାର ନିକଟତର ହେବକୁ ଚେଷ୍ଟା କରିଲା। କିନ୍ତୁ ଅନୁ ତାଠାରୁ ଦୁରେଇ ରହିବାକୁ ଚେଷ୍ଟା କରୁଥାଏ। ଶେଖର ବିଭିନ୍ନ ଉପାୟରେ ଚେଷ୍ଟା କରି ଶେଷରେ ଅନୁ ସହିତ ବନ୍ଧୁତା କରିନେଲା। ଧିରେ ଧିରେ ବନ୍ଧୁତା ପ୍ରେମର ରୂପ ନେଲା। ଅନୁ ଭଳି ସରଳିଆ ଝିଅଟା ଶେଖର ର ପ୍ରେମର ଜାଲରେ ପଡିଗଲା।

ଏମିତି ଅନେକ ଦିନ ଚାଲିଲା ତାର ପ୍ରେମ ସମ୍ପର୍କ। କିଛି ଦିନ ଗଲା ପରେ ଶେଖର ତାଠାରୁ ଅନେକ ଟଙ୍କା ନେଇଥାଏ ବିଭିନ୍ନ ବାହାନାରେ। କିନ୍ତୁ ସରଳିଆ ଝିଅଟି ତାର ଛଳନାକୁ ବୁଝି ପାରୁନଥାଏ। ଅନୁ ଠାରୁ ତାର ସମସ୍ତ ସ୍ୱାର୍ଥ ହାସଲ ହୋଇଗଲା ପରେ ଅନୁ ସହିତ ସମ୍ପର୍କ ଭାଙ୍ଗି ଦେଇ ଆଉ ଗୋଟିଏ ଝିଅ ସହିତ ସମ୍ପର୍କ ଯୋଡି ଦେଲା ଶେଖର। ସେପଟେ ସରଳିଆ ଝିଅଟିର ହୃଦୟ ଭାଙ୍ଗିଗଲା। ଏକୁଟିଆ କେବଳ କାନ୍ଦିବାକୁ ଲାଗିଲା ଅନୁ। କାହାକୁ ମଧ୍ୟ କହି ପାରୁନଥାଏ ନିଜ ମନର କୋହ। ଖରାପ ସ୍ୱପ୍ନ ଟିଏ ଭାବି ଭୁଲିବାକୁ ଚେଷ୍ଟା କରୁଥାଏ କିନ୍ତୁ ଭୁଲି ପାରୁନଥାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy