STORYMIRROR

Anil Pradhan

Others

3  

Anil Pradhan

Others

ଯନ୍ତ୍ର ମାନବ

ଯନ୍ତ୍ର ମାନବ

1 min
173

ସହର ଠାରୁ ବହୁ ଦୁରରେ ଏକ ମଫସଲି ଗାଁରେ ଜନ୍ମ ହୋଇଥିଲା ରାକେଶ। ଗୋଟିଏ ଗରିବ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ବାପା ମାଆ କୌଣସି ଟିରେ ଅଭାବ କରିନାହାଁନ୍ତି। ରାକେଶ ଜଣେ ମେଧାବୀ ଛାତ୍ର। ରାକେଶ ସହରରେ ଏକ ସରକାରୀ ବୈଷୟିକ ବିଶ୍ବ ବିଦ୍ୟାଳୟରେ ବିଟେକ୍ କରୁଛି।

 

ଲକ୍ ଡାଉନ ହୋଇ ଯାଇଥିବା କାରଣରୁ ରାକେଶ ଗାଁକୁ ଫେରି ଆସିଛି। ସେ ନିଜ ଘରେ ହିଁ ଅଦରକାରୀ ଜିନିଷ ଗୁଡିକୁ ନେଇ ଏକ ଯନ୍ତ୍ର ମାନବ କରିବାକୁ ଚେଷ୍ଟା କୁରୁଥାଏ। ଯାହାକୁ ଅସମ୍ଭବ କହି ଥଟ୍ଟା ପରିହାସ କରୁଥାନ୍ତି ସାହି ପଡିସା ଲୋକ। କିନ୍ତୁ ରାକେଶ କାହା କଥାକୁ ଭୃକ୍ଷେପ କରୁ ନଥାଏ। ସେ ସଦା ସର୍ବଦା ଯନ୍ତ୍ର ମାନବର ଶଫଳ ରୁପାୟନ କରିବା ପାଇଁ ଚେଷ୍ଟା କରୁଥାଏ। ବିଫଳ ହେଉଥାଏ ପୁଣି ଚେଷ୍ଟା କରୁଥାଏ। କିନ୍ତୁ ସାହି ପଡିଶା ଲୋକମାନେ ଉତ୍ସାହ ବଢାଇବା ବଦଳରେ ନିରୁତ୍ସାହିତ କରୁଥିଲେ। କିନ୍ତୁ ରାକେଶ ନିଜ ମନବଳକୁ ଦୃଢ କରି ଆଗକୁ ବଢୁଥାଏ। ବାରମ୍ବାର ବିଫଳ ସ୍ୱତ୍ତେ ଅଟକି ଯାଇନଥିଲା ରାକେଶ। ଅନେକ ଥର ବିଫଳ ହେବାପରେ ଦିନେ ସଫଳତା ପାଇଲା ରାକେଶ। ବିଜ୍ଞାନ ଓ କୌଶଳକୁ ବ୍ୟବହାର କରି ସଫଳତା ମିଳିଲା। ନିଜର ପରିଶ୍ରମ ଓ କାର୍ଯ୍ୟ ଦକ୍ଷତା ବଳରେ ଏକ ଯନ୍ତ୍ର ମାନବ ତିଆରି ହୋଇ ପାରିଲା। ଯାହା ସାହାଯ୍ୟରେ ବିନା ଡ୍ରାଇଭର ରେ ଟ୍ରାକ୍ଟର ଚାଲି ପାରିବ। ବାପା ଜଣେ କୃଷକ ହୋଇଥିବାରୁ ଏହା ତାଙ୍କ କାର୍ଯ୍ୟରେ ବହୁତ ସାହାଯ୍ୟ କରିବ ବୋଲି ଆଶାବାଦୀ ଥିଲା ରାକେଶ। ରାକେଶ ତାଙ୍କ ବାପାଙ୍କୁ ଉପହାର ରୂପରେ ଦେଇଥିଲେ ଯନ୍ତ୍ର ମାନବଟିକୁ। ରାକେଶଙ୍କ ସଫଳତା ପରେ ଯେଉଁ ମାନେ ଦିନେ ଥଟ୍ଟା ପରିହାସ କରୁଥିଲେ ସେମାନେ ପ୍ରଶଂସା କରିବାକୁ ଲାଗିଲେ। ଖବରଟି ଚାରିଆଡେ ପ୍ରଶାରିତ ହେବା ପରେ ବିଭିନ୍ନ ଦିଗରୁ ପ୍ରଶଂସା ର ସୁଅ ରାକେଶ ନିକଟକୁ ଆସିଲା। ଯାହା ଦିନେ ଅସମ୍ଭବ ଲାଗୁଥିଲା ତାକୁ ସଫଳ କରି ଦେଖାଇଲେ ରାକେଶ। ନିଜର ଉଦ୍ୟମ ବଳରେ ସୃଷ୍ଟି କରି ପାରିଲେଲେ ଏକ ଯନ୍ତ୍ର ମାନବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍