STORYMIRROR

Anil Pradhan

Others

4  

Anil Pradhan

Others

ଧୂମ୍ରପାନ

ଧୂମ୍ରପାନ

1 min
259

ଅନିଲ୍ ପରିବାରରେ ଗୋଟିଏ ବୋଲି ପୁଅ। ପିଲାଟି ବେଳୁ ବାପା ମାଆ ଅତି ଗେହ୍ଲାରେ ଲାଳନ ପାଳନ କରି ବଡ କରିଛନ୍ତି। ପିଲାଟି ଦିନରୁ ତାର କିଛି ଯେମିତି ଅସୁବିଧା ନହୁଏ ସେଥିପାଇଁ ସବୁ ବ୍ୟବସ୍ଥା କରିଥାନ୍ତି। ବାପା ମାଆ ଗେହ୍ଲା କରିଥିବାରୁ ସେପରି କୌଣସି ଭୁଲ୍ କାମ କରିନଥାଏ ଅନିଲ୍। ଅନିଲ୍ ପିଲାଟି ବେଳରୁ ହିଁ ଜଣେ ଭଲ ଛାତ୍ର। ଅନିଲ୍ କୁ ଶିକ୍ଷକ ଓ ସହପାଠୀ ସମସ୍ତେ ମାନେ ଭଲ ପାଆନ୍ତି। ଅନିଲ୍ ଦଶମ ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ଉର୍ତ୍ତୀଣ୍ଣ ହୋଇ। ରାଜଧାନୀ ର ଏକ ଘରୋଇ ମହାବିଦ୍ୟାଳୟରେ ନାମ ଲେଖାଇଲେ। ରାଜଧାନୀର ଆଧୁନିକତା ମଧ୍ୟରେ ଅନିଲ୍ ର ଜୀବନର ଗତିପଥ ବଦଳି ଗଲା। ଧିରେ ଧିରେ ସେ ସାଙ୍ଗ ମାନଙ୍କ ସହିତ ମିଶି ଧୂମ୍ରପାନ କରିବାକୁ ଲାଗିଲା। ସେ ଏମିତି ଅଭ୍ୟାସରେ ପଡି ଯାଇଥିଲା ଯେ ଦିନକୁ ଗୋଟିଏ ପ୍ୟାକେଟ୍ ସିଗାରେଟ ଟାଣୁଥାଏ। ଧିରେ ଧିରେ ଦେହ ମଧ୍ୟ ଖରାପ ହେବାକୁ ଲାଗିଲା। ଶରୀର ଅଧିକ ଅସୁସ୍ଥ ହେବାପରେ ତାର ପରିବାର ଲୋକ ଜାଣିବାକୁ ପାଇଲେ। ସେମାନେ ଜାଣିବା ବେଳକୁ ସମ୍ପୂର୍ଣ୍ଣ ଭାବରେ ବିଗିଡ଼ି ଯାଇଥିଲା। ବହୁ ଚେଷ୍ଟା ପରେ ଅନେକ ଖର୍ଚ୍ଚ ହେଲା ପରେ ଶରୀରର ଅବସ୍ଥା ସୁଧାର ଆସିଲା। ଅନିଲ୍ ତାର ଭୁଲ୍ ବୁଝି ପାରିଲା। ତାର ବାପା ମାଆ ମଧ୍ୟ ସେମାନଙ୍କ ଭୁଲ୍ ବୁଝି ପାରିଲେ। ସେଦିନ ଠାରୁ ଅନିଲ୍ କେବେ ଆଉ ସିଗାରେଟ କୁ ହାତ ଲଗାଇ ନାହିଁ। ତାର ସାଙ୍ଗମାନେ ମଧ୍ୟ ବଦଳି ଗଲେ। ସେଦିନ ଠାରୁ ଯଦି କେହି ସିଗାରେଟ ପିଇବାର ଦେଖେ ତାକୁ ମଧ୍ୟ ସିଗାରେଟ ଛାଡ଼ି ଦେବାପାଇଁ ବୁଝାଏ। ଧୂମ୍ରପାନ ଦିନେ ଅନିଲ୍ ର ଜୀବନକୁ ବଦଳାଇ ଦେଇଥିଲା। କିନ୍ତୁ ଆଜି ପୁଣି ଅନିଲ୍ ସେଇ ପିଲାଦିନର ଅନିଲ୍ ହୋଇ ଯାଇଛି।


Rate this content
Log in