STORYMIRROR

Anil Pradhan

Action

4  

Anil Pradhan

Action

ଡାଇନୋସର

ଡାଇନୋସର

1 min
184

ହେ ପ୍ରଭୁ ବଞ୍ଚେଇଦିଅ ରକ୍ଷାକର ପ୍ରଭୁ ଏମିତି ଚିତ୍କାର କରୁଥିଲା ଅନିଲ୍। ଏମିତି ଚିତ୍କାର କରୁ କରୁ ଖଟରୁ ତଳକୁ ପଡି ତାର ନିଦ ଭାଙ୍ଗିଗଲା। ନିଦ ଭାଙ୍ଗିଗଲା ପରେ ସେ ନିଜେ ନିଜକୁ କହିଲା କେତେ ଭୟଙ୍କର ସ୍ୱପ୍ନ ଥିଲା।

ସଂଗ୍ରହାଳୟରେ ଥିବା ଡାଇନୋସରଟି ହଠାତ୍ ଜୀବନ୍ତ ହୋଇ ଉଠିଲା। ଡାଇନୋସର ଟି ଜୀବନ୍ତ ହୋଇଗଲା ପରେ ଧ୍ୱଂସ ର ତାଣ୍ଡବଲୀଳା ଦେଖାଇଲା। ଅନେକ ଲୋକ ପ୍ରାଣ ହରେଇଲେ ଅନେକ କୋଠା ଧ୍ୱଂସ ହୋଇଗଲା। ଅନେକ ଚେଷ୍ଟା କରାଗଲା ପରେ ମଧ୍ୟ ଡାଇନୋସରଟିକୁ ଆୟତ୍ତ କରା ଯାଇ ପାରିଲା ନାହିଁ। ଅନେକ ଦେଶ ଚେଷ୍ଟା କରିଲା ପରେ ମଧ୍ୟ ଡାଇନୋସରଟିକୁ କେହିବି ମାରିପାରିଲେ ନାହିଁ। ବୈଜ୍ଞାନିକମାନେ ବହୁ ଚେଷ୍ଟା କରିଲେ କିନ୍ତୁ ସେମାନେ ମଧ୍ୟ ବିଫଳ ହେଲେ। ଧିରେ ଧିରେ ପୃଥିବୀର ସମସ୍ତ ଦେଶକୁ ଧ୍ବଂସର ସ୍ତୁପରେ ପରିଣତ କରିବା ପରେ ଡାଇନୋସରଟି ଭାରତ ଆଡକୁ ଆସୁଥାଏ। ଭାରତୀୟମାନେ ସମସ୍ତେ ଭୟଭୀତ ହୋଇ ଯାଇଥାନ୍ତି। ଏପଟେ ସରକାର ସୈନ୍ୟ ବଳ ବୈଜ୍ଞାନିକ ମାନଙ୍କ ଦ୍ୱାରା ଅଟକାଇବାକୁ ଶତ ଚେଷ୍ଟା କରି ମଧ୍ଯ ବିଫଳ ହେଲେ। ଶେଷରେ ଡାଇନୋସର ଟି ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଧ୍ୱଂସ କରି ଓଡିଶା ଆଡକୁ ଆସିଲା। ଓଡିଶାରେ ମଧ୍ୟ ମୃତ୍ୟୁର ତାଣ୍ଡବଲୀଳା ରଚିଲା। ସମସ୍ତେ ମରିଗଲେ କିନ୍ତୁ ଏକା ଅନିଲ୍ ବଞ୍ଚିଗଲା। ଡାଇନୋସରଟି ଅନିଲ୍ କୁ ମାରିବା ପାଇଁ ପଛରେ ଗୋଡାଉ ଥାଏ। କିନ୍ତୁ ଅଳ୍ପକେ ଅଳ୍ପକେ ଡାଇନୋସର ଠାରୁ ନିଜକୁ ବଞ୍ଚେଇ ନେଉଥାଏ ଅନିଲ୍। ଏଥର ଅନିଲ୍ କୁ ଲାଗିଲା ସେ ଆଉ ବଞ୍ଚି ପାରିବନି। ହାତ ଦୁଇଟିକୁ ଜଗାକୁ ଚିତ୍କାର କରି ଡାକିଲା ହେ ପ୍ରଭୁ ରକ୍ଷାକର ବଞ୍ଚେଇ ଦିଅ ପ୍ରଭୁ। ଆଉ ଖଟରୁ ତଳକୁ ପଡି ଅନିଲ୍ ର ନିଦ ଭାଙ୍ଗିଗଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action