STORYMIRROR

Anil Pradhan

Tragedy Children

3  

Anil Pradhan

Tragedy Children

ଭୋକ

ଭୋକ

1 min
252

ସେଦିନ ସାହୁ ବାବୁ ମେଡିକାଲ ରୁ ଘରକୁ ଫେରୁଥାନ୍ତି। ରାସ୍ତା ସମ୍ପୂର୍ଣ୍ଣ ଜନ ଗହଳି ଶୂନ୍ୟ। କେଉଁଠି କେଉଁଠି ପୋଲିସ୍ ଜଗିଛନ୍ତି। ରାଜଧାନୀର ରାଜ ରାସ୍ତା ମାନବ ଶୂନ୍ୟ। କେତକ ବୁଲା କୁକୁର , ଗାଇ ମାନେ ରାସ୍ତାରେ ବୁଲୁଛନ୍ତି। ସେମାନଙ୍କ ଲାଗି ସରକାରଙ୍କ ପକ୍ଷରୁ ଦିଆ ଯାଉଥିବା ଖାଦ୍ୟ ଖାଉଛନ୍ତି। 

ହଠାତ୍ ଏକ ଜାଗାରେ ସ୍ୱତଃ ପ୍ରଭୁତ ଭାବରେ ଅଟକି ଗଲା ସାହୁ ବାବୁଙ୍କ କାରଟି। ଗୋଟିଏ ସାତ ଆଠ ବର୍ଷର ବାଳକ ବୁଲା କୁକୁର ଗାଇ ମାନେ ଖାଉଥିବା ଖାଦ୍ୟକୁ ଖାଉଥିଲା। ଏମିତି କିଛି ଦେଖିଲେ ସାହୁ ବାବୁ ଯାହା ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ବ୍ୟସ୍ତ ବିବ୍ରତ କରି ପକାଇଲା। ସେଦିନ ଭୋକର କରାଳ ରୁପକୁ ନିଜ ଆଖିରେ ଦେଖିଲେ । ସାହୁ ବାବୁ ପିଲାଟି ନିକଟକୁ ଯାଇ ପଚାରିଲେ ଏ କଣ କରୁଛୁ କୁକୁର ଅଇଁଠା ଖାଉଛୁ ? ପିଲାଟି ତାର କୁନି କଣ୍ଠରେ ଉତ୍ତର ଦେଲା ଯଦି କୁକୁର ମାନଙ୍କ ଅଇଁଠା ନ ଖାଇବି ହୁଏତ ଆଜି ମଧ୍ୟ ଭୋକରେ ରହିବି। ସାହୁ ବାବୁ ବୁଝିପାରିଲେ ପିଲାଟି କିଛି ଦିନ ହେବ ଖାଇ ନାହିଁ। ପୁଣି ସାହୁ ବାବୁ ପଚାରିଲେ ତୋର କଣ କେହି ନାହାଁନ୍ତି ? ପିଲାଟି ଉତ୍ତର ଦେଲା ନା ମୁଁ ଅନାଥ ଭିକ ମାଗି ଚଳେ। ଏବେ କୋରନା ପାଇଁ ଭିକ ମିଳୁନଥିବାରୁ କେହି ସ୍ୱେଚ୍ଛାସେବୀ ସଂଗଠନ ମାନେ କେବେ କେବେ ଖାଇବା ଦେଲେ ଖାଇନିଏ ନହଲେ ଭୋକରେ ରୁହେ। ଦୁଇ ଦିନ ହେଲା କିଛି ଖାଇ ନଥିବାରୁ କୁକୁର ଅଇଁଠା ଖାଉଥିଲି। ହୃଦୟ ତରଳି ଗଲା ସାହୁ ବାବୁଙ୍କର । ସେ ସମୟକୁ ଧିକାର କରି କହୁଥାନ୍ତି ହେ ପ୍ରଭୁ କାହାକୁ ସୁନାର ଥାଳିରେ ତ କାହାପାଇଁ କୁକୁର ଅଇଁଠା। ସାହୁ ବାବୁ ପିଲାଟିକୁ ନିଜ ସାଙ୍ଗରେ ଘରକୁ ନେଇଗଲେ। ଖାଇବାକୁ ଦେଲେ ନୁଆଁ ପୋଷାକ ଦେଲେ ପିଲାଟିକୁ ନିଜ ପାଖରେ ରଖିଲେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy