STORYMIRROR

Anil Pradhan

Inspirational Children

3  

Anil Pradhan

Inspirational Children

କରୋନା ଯୁଦ୍ଧ

କରୋନା ଯୁଦ୍ଧ

1 min
314

ସେଦିନ ସାହୁବାବୁ ଟିଭି ଦେଖୁଥାନ୍ତି ପାଖରେ ଝିଅ ଶୁସ୍ରୀ ମଧ୍ୟ ବସିଥାଏ। ଉଭୟ ନ୍ୟୁଜ୍ ଦେଖୁଥାନ୍ତି ଆଉ ନ୍ୟୁଜ୍ ଉପସ୍ଥାପକ କରୋନା ବିଷୟରେ ସଚେତନତା କରୁଥାନ୍ତି ଓ ତା ସମ୍ପର୍କରେ ତଥ୍ୟ ପ୍ରଦାନ କରୁଥାନ୍ତି। ନ୍ୟୁଜ୍ ଉପସ୍ଥାପକ ଜଣକ କରୋନାକୁ ଏକ ଯୁଦ୍ଧ ଭାବରେ ଉପସ୍ଥାପନ କରୁଥାନ୍ତି। 

ସାହୁବାବୁଙ୍କୁ ଝିଅ ଶୁସ୍ରୀ ପଚାରିଲା ସତରେ କଣ ଏହା କରୋନା ଯୁଦ୍ଧ ? ସାହୁ ବାବୁ କହିଲେ ହଁ ଇଏ ହେଉଛି କରୋନା ଯୁଦ୍ଧ ଯେଉଁ ଯୁଦ୍ଧ ଆମେ କୌଣସି ଦେଶ ସହିତ ନୁହଁ କରୋନା ରୋଗ ସହିତ ଲଢୁଛନ୍ତି।

ଶୁସ୍ରୀ ପୁଣି ପଚାରିଲା ତାହାଲେ ଏଇ ଯୁଦ୍ଧରେ ମଧ୍ୟ ସେନାପତି ଥିବେ ତାହାଲେ ସେନାପତି କିଏ ? ଆମ ପଡିଶା ଘରେ ଯେଉଁ ମୋହନ ଅଙ୍କଲ୍ ରହୁଥିଲେ ସେ ହେଉଛନ୍ତି ସେନାପତି। ହେଲେ ମୋହନ ଅଙ୍କଲ୍ ତ ମରିଗଲେ ତାହାଲେ ଏବେ କଣ କେହି ସେନାପତି ନାହାଁନ୍ତି ପୁଣି ଶୁସ୍ରୀ ପଚାରିଲ ? ନାଇଁରେ ମା ଏ ଯୁଦ୍ଧ ସାଧାରଣ ଯୁଦ୍ଧ ନୁହେଁ ଏ ଯୁଦ୍ଧ ହେଉଛି ସେହି କଳିଙ୍ଗ ଯୁଦ୍ଧ ପରି ଯେଉଁ ଯୁଦ୍ଧରେ କଳିଙ୍ଗର ପ୍ରତ୍ୟେକ ସୈନ୍ୟ ଜଣେ ଜଣେ ସେନାପତି ଭାବରେ ଅଶୋକଙ୍କ ବିରୋଧରେ ଯୁଦ୍ଧ ପରିଚାଳନା କରୁଥିଲେ ଠିକ୍ ସେହିପରି ମୋହନ ଅଙ୍କଲଙ୍କ ପରି ପ୍ରତ୍ୟେକ ଡାକ୍ତର ଏହି ଯୁଦ୍ଧରେ ଜଣେ ଜଣେ ସେନାପତି। ଏହି ଯୁଦ୍ଧରେ କଣ ଅସ୍ତ୍ର ବ୍ୟବହାର ହୁଏନି ଶୁସ୍ରୀ ପଚାରିଲା ? ସାନିଟାଇଜର୍ ,ମାସ୍କ ଓ ଟିକା ହେଉଛି ଏହି ଯୁଦ୍ଧର ମୁଖ୍ୟ ଅସ୍ତ୍ର। ଶୁସ୍ରୀ ପଚାରିଲା।ତାହାଲେ କଣ ଆମେ ଏହି ଯୁଦ୍ଧ ଆମେ ଜିତିବା ? ନିଶ୍ଚୟ ଯିତିବା ଯଦି ଅମାନିଆ ମାନେ ସଚେତନ ହୋଇଯିବେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational