ବଳରାମ ବାରିକ

Inspirational

4.4  

ବଳରାମ ବାରିକ

Inspirational

ଲରି ଡ୍ରାଇଭର

ଲରି ଡ୍ରାଇଭର

4 mins
7.2K


ଆଜିର ଭାରତ, ପ୍ରଗତିଶୀଳ ଭାରତ।

ଭାରତରେ ଯୁବ ବର୍ଗ ମାନଙ୍କ ସଂଖ୍ୟା ଅନ୍ୟ ଦେଶ ତୁଳନାରେ ବହୁତ୍ ଅଧିକ।

ଏ ଯୁବ ଶକ୍ତି ମାନେ ତ ଦେଶକୁ ଉନ୍ନତିର ଶିଖରକୁ ନେଇଯିବା ପାଇଁ ବଦ୍ଧ ପରିକର।

ଦେଶର ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ସଡ଼କ ।ଯେଉଁ ଦେଶର ସଡକ ପଥ ଯେତେ ଉନ୍ନତ ମାନର ସେ ଦେଶର ସ୍ଥିତି ସେତେ ମଜବୁତ ଏବଂ ସେ ଦେଶ ସେହି ଅନୁପାତରେ ଆର୍ଥିକ ଅଗ୍ରଗତି କରେ।

କାରଣ ଅଧିକାଂଶ ପରିବହନ ,ଖାସ୍ କରି ଖୁଚୁରା ପରିବହନ ଏହି ସଡକ ପଥ ଦ୍ୱାରା ହିଁ ସମ୍ଭବ ହୋଇପାରେ।

ଆଉ ଏହି ସଡକ ପଥର କିଂଗ୍ ହେଉଛି ଲରି ଡ୍ରାଇଭର ।

ପିଲା ଦିନେ ଆମେ ସମସ୍ତେ ସ୍ଵପ୍ନ ଦେଖନ୍ତି କିଏ ଡାକ୍ତର ହେବ ,କିଏ ଇଞ୍ଜିନିୟର ହେବ। କିଏ ଚଳଚ୍ଚିତ୍ର ତାରକା ହେବ ,କିଏ ପୁଣି କ୍ରୀଡା ତାରକା ହେବ। ଅଜି କାଲିର ସମୟରେ ଏହା ବୋଧେ ବଡ଼ ସ୍ଵପ୍ନ।

କାହା ସ୍ଵପ୍ନରେ କେବେ ଶିକ୍ଷକ ,କିରାଣୀ,ନର୍ସ ,କମ୍ପାଉଣ୍ଡର ,ବ୍ୟବସାୟୀ ହେବା ଆସେ ନାହିଁ।

କାରଣ ଆମ ଜାଣିବାରେ କେବଳ ବଡ଼ ଚାକିରୀ ଆଉ ସରକାରୀ ଚାକିରୀ କରିବା ହିଁ ଶ୍ରେଷ୍ଠ ସ୍ଵପ୍ନ।

ଆଉ ଟ୍ରକ ବା ଲରି ଚଲେଇବାକୁ ବୃତ୍ତି କରିବା ସ୍ଵପ୍ନ କିଏ ବା କାହିଁ ଦେଖିବ!!!

ସତେ ଯେମିତି ଏହି ସ୍ଵପ୍ନ ଦେଖିବା ଏକ ମାରାତ୍ମକ ଭୁଲ୍।

ଆମ ସାହି ପଡିଶା ଲୋକେ କହନ୍ତି ଯାହାର ପାଠ ସାଠ ଭଲ ହୁଏନି ସେ ଟ୍ରକ ଚଳାଏ।

ତାଙ୍କ କହିବାନୁଯାୟୀ କେବଳ କମ୍ ପାଠ ପଢ଼ୁଥିବା ପିଲା ହିଁ ଭବିଷ୍ୟତରେ ଡ୍ରାଇଭର ହୁଅନ୍ତି। କାରଣ ଡ୍ରାଇଭର ହେବାପାଇଁ ଉଚ୍ଚ ଶିକ୍ଷା ଦରକାର ନାହିଁ।

ଭାଇ ଏ ସମାଜ କାହିଁକି କେଜାଣି ଏମିତି ଅନ୍ୟାୟ କରେ କିଛି ବୁଝା ପଡେନି।

ଟ୍ରେନ ଚଲାଉଥିବା ,ପ୍ଲେନ ଚଲାଉଥିବା ,ଜଳ ଜାହାଜ ଚଲାଉଥିବା ଡ୍ରାଇଭରଙ୍କୁ ସମାଜ ବହୁତ ସମ୍ମାନ ଦିଏ। କିନ୍ତୁ କେଜାଣି କାହିଁକି ଲରି ଚଲାଉଥିବା ଡ୍ରାଇଭରକୁ ଏତେ ହୀନ ଚକ୍ଷୁରେ ଦେଖେ..!!!!

ଭାଇ ସେ ବି ତ ଜଣେ ଚାଳକ।

ମୋର କିନ୍ତୁ ଲରି ଡ୍ରାଇଭରଙ୍କ ପ୍ରତି ଯଥେଷ୍ଟ ସ୍ନେହ ,ମମତା ଆଉ ଭଲ ପାଇବା ଅଛି।

ଲରି ପଛ ପଟେ ଲେଖା ଯାଇଥିବା ବିଭିନ୍ନ ମହତ ବାଣୀ ମୋତେ ବହୁତ ଆକୃଷ୍ଟ କରେ। ଯେପରିକି "ବୁରି ନଜର ଵାଲା ତେରା ମୁଁହ କାଲା"

"ବାବୁ ଜି ଜରା ଧୀରେ ଚଲୋ "

"ହମ୍ ଲୋଟନେ କେ ବାଦ୍ ଅପକା"

"ହସ୍ ମତ୍ ପଗଲି ପ୍ୟାର ହୋ ଯାଏଗା"

"ନୈକି କର ଦରିଆ ମେ ଡାଲ"

"ଏ ନିମ୍ କା ପେଡ୍ ହୈ ଚନ୍ଦନ ସେ କମ୍ ନେହିଁ।

ଏ ଲଖ୍ନୋ ସେହେର ହୈ କିସି ଲଣ୍ଡନ ସେ ତୋ କମ୍ ନେହିଁ"

ଇତ୍ୟାଦି ପ୍ରମୁଖ।

ସତେ ଯେପରି ଏ ଲରି ଗୁଡିକ ଗୋଟେ ଗୋଟେ ସମାଜ ସଚେତକ ଆଉ ମୁଖ୍ୟ ଧାରାର ଅଗ୍ରଣୀ ସମ୍ବାଦ ବିତରକ।

ଏତେ ସୁନ୍ଦର ବାର୍ତ୍ତା ବାଣ୍ଟୁଥିବା ଲରିର ଡ୍ରାଇଭର ମାନେ ବେଳେବେଳେ ବାଟ ବଣା ହୋଇ ଅବାଟରେ ବି ପାଦ ଦେଇ ଦିଅନ୍ତି। ନିଜ ଛାତି ତଳର ବେଦନାକୁ ବା କେତେଦିନ ଚାପି ରଖିବେ ,ସେ ବି ତ ରକ୍ତ ମାଂସ ଆଉ ବାସନା ଧାରୀ ମଣିଷ। ଦ୍ରୁତ ଗତିରେ ଚାଲିଥିବା ଲରିର ଚକ ଅଟକି ଯାଏ ରାସ୍ତାର ଅନତି ଦୂରରେ ଥିବା ବାରାଙ୍ଗନାର ପ୍ରାଙ୍ଗଣରେ।

ଟିକେ ଫୂର୍ତ୍ତି ମିଳିଯିବା ପରେ ପୁଣି ଗାଡ଼ି ଗଡ଼ି ଚାଲେ ରାଜପଥରେ।

ସେହି ଫୂର୍ତ୍ତି ଟିକକ ବେଳେବେଳେ ମହାମାରୀ ଏଡ଼ସ୍ କୁ ଆମନ୍ତ୍ରଣ ଦେଇ ଥାଏ।

ନିଜ ମାଲିକର ଚିଜକୁ ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥଳରେ ଅନାୟସରେ ପହଞ୍ଚାଇ ଦେଉଥିବା ଲରି ଡ୍ରାଇଭର ନିଜ ଉନ୍ମାଦନାକୁ ନିୟନ୍ତ୍ରଣରେ ରଖି ନପାରି ଅସୁରକ୍ଷିତ ପଥର ଯାତ୍ରୀ ହୋଇଯାଏ।

ନିଜ ସ୍ତ୍ରୀ ହାତ ରନ୍ଧା ଭାତ ଓ ଦେହର ପରଶ ତାଙ୍କୁ ବହୁତ୍ କଷ୍ଟ ରେ ମିଳେ,ବୋଧ ହୁଏ ସେଥିପାଇଁ ସେ ଏମିତି ଅଦିନିଆ ମେଘ ପରି ଝୁମି ଉଠେ। ବରସି ଯାଏ।

ଏ ରାସ୍ତା ହିଁ ତ ତାଙ୍କ ଜୀବନ ସାଥୀ ଅବିରାମ ଗତିରେ ଗଡି ଚାଲିଛି।

ମୋତେ ଦୁଃଖ ଲାଗେ ରାସ୍ତା ଭିଡ଼ ହୋଇଯାଇଥିଲା ବେଳେ ଲରିକୁ ଠେଙ୍ଗାରେ ପିଟି ପିଟି ଲରି ଡ୍ରାଇଭରକୁ ଦୂର -ଦୂର ମାର -ମାର ଦୁର୍ବ୍ୟବହାର କରାଯାଏ।

ତା'ର ମା ଆଉ ଭଉଣୀ ନା ନେଇ ସୁରକ୍ଷା କର୍ମୀଟିଏ ତାକୁ ଯେତେବେଳେ ଗାଳି କରେ ଭାରି ଦୁଃଖ ଲାଗେ ତାକୁ ଦେଖି ଆଉ ଶୁଣି।

ବେଳେବେଳେ ତାର ସାର୍ଟ କଲରକୁ ବି ଧରି ଆମେ ଝିଙ୍କି ଦେବାକୁ ପଛ ଘୁଞ୍ଚା ଦିଅନ୍ତି ନି। ଅମଣିଷ ପରି ତାକୁ ଇଙ୍ଗିତ କରନ୍ତି।

ସମସ୍ତେ ୧୦ଟାରେ ଅଫିସ୍ ଯାଇ ୫ଟାରେ ଫେରି ନିଜ ପିଲା ଛୁଆ ଆଉ ପରିବାରକୁ ସମୟ ଦେବାକୁ ଆଗ୍ରହୀ । କେବେ ଲକ୍ଷ କରିଛନ୍ତି ଲରି ଡ୍ରାଇଭର ମାନଙ୍କୁ ,ଘଣ୍ଟା ଘଣ୍ଟା ,ଦିନ ରାତି ରାସ୍ତାରେ ଠିଆ ହୋଇ ରହିଥାନ୍ତି। ଭାଇ ଏମାନଙ୍କର ବି ପିଲା ଛୁଆ ଆଉ ସଂସାର ଅଛି।

କେହି କେହି ତ ଡ୍ରାଇଭର ଶବ୍ଦକୁ ଏମିତି ଉଚ୍ଚାରଣ କରନ୍ତି ,ଯେମିତି ଡ୍ରାଇଭର ହେବାଟା ଏକ ଐତିହାସିକ ଭୁଲ୍ । ବିଚରା କିଛି କହି ପାରନ୍ତି ନାହିଁ। ଖାଲି ସହି ଯାନ୍ତି ସିନା....

ପିଲା ଛୁଆଙ୍କ ପାଇଁ ଅନେକ କଷ୍ଟ ସହନ୍ତି ଲରି ଡ୍ରାଇଭର ମାନେ । ସ୍ୱଳ୍ପ ବେତନରେ ପରିବାର ପୋଷଣ କରିବ,ଯେମିତି ତାଙ୍କର ଅଭ୍ୟାସ ହୋଇଯାଇଛି। ବେତନ କମ୍ ମିଳିବାର ବି ଅନେକ ନ୍ୟାୟ ଧର୍ମ କରିଛନ୍ତି ଗାଡ଼ି ମାଲିକ ମାନେ। ଲରି ମାଲିକ ମାନଙ୍କ ଦୃଢ଼ ବିଶ୍ୱାସ ତାଙ୍କ ଲରିକୁ ଚଲାଉଥିବା ଡ୍ରାଇଭର ନିଶ୍ଚିତ ତେଲ ବିକ୍ରି କରି ପଇସା ପାଇ ଯାଉଥିବ ।କିନ୍ତୁ ଏହା ତ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ। ସମସ୍ତଙ୍କ ଚରିତ୍ର ଏକା ପରି ନୁହେଁ। ଜଣଙ୍କ ପାଇଁ ସବୁ ଲରି ଡ୍ରାଇଭର କାହିଁକି ଦଣ୍ଡ ପାଇବେ।

ଦି ପଇସା ଅଧିକ କମେଇବା ଲକ୍ଷରେ ତ ସେ ଜଲ୍ଦି ଚଲାଇ ନେଇ ଲକ୍ଷ୍ୟ ହାସଲ କରେ। ପୁଣି ଆଉ ଅଧିକା ପାଇବା ଆଶାରେ ଗାଡ଼ି ଗଡାଏ।

ଏତେ କଷ୍ଟ ଯନ୍ତ୍ରଣା ପାଇ ବି ସେମାନେ କେବେ ଭାଙ୍ଗି ପଡ଼ି ନାହାନ୍ତି। ସାଜିଛନ୍ତି ଦେଶ ପ୍ରଗତିର ସାଥୀ। ଏହି ଲରି ଡ୍ରାଇଭର ମାନେ ତ ପ୍ରକୃତ ରାଷ୍ଟ୍ର ନିର୍ମାତା । ତାଙ୍କ ଯୋଗୁଁ ହିଁ ରାଜ ରାସ୍ତାରେ ଦେଶର ପ୍ରଗତିର ଲରି ଗଡୁଛି। କିଏ କେବେ ଏ ଡ୍ରାଇଭର ମାନଙ୍କୁ ପ୍ରଶଂସା କରିବାର ଲକ୍ଷ କରିଛନ୍ତି !!

ତାଙ୍କ ଯୋଗୁଁ ତ ବେପାର। ତାଙ୍କ ଯୋଗୁଁ ତ କାରବାର ବଢେ ଦେଶର ।

ଦେଶକୁ ଶିଖରରେ ପହଞ୍ଚାଇବାରେ ଏମାନେ ତ ପୁରୋଧା । ଲରି ଡ୍ରାଇଭର ବିନା ଏ ଦେଶର ସାମଗ୍ରୀକ ଉନ୍ନତି ଅସମ୍ଭବ। ଆପଣ ମାନଙ୍କ ମତାମତ କଣ???

ବଳରାମ ବାରିକ।


Rate this content
Log in

Similar oriya story from Inspirational