kamal kumar dash

Romance Action Thriller

3  

kamal kumar dash

Romance Action Thriller

ଲଭିଙ୍ଗ ମିତାଲି

ଲଭିଙ୍ଗ ମିତାଲି

1 min
118



   ଭାଲେଣ୍ଟାଇନ ଡେ ରେ ଶଙ୍କର ବାବୁଙ୍କ ଡୋର ବେଲ ବାଜିଲା । ପୋଷ୍ଟ ମ୍ୟାନ ଗୋଟେ ଚିଠି ଦେଇ ଗଲା ,ଶଙ୍କର ବାବୁଙ୍କ ସ୍ତ୍ରୀ ଙ୍କୁ । ଚିଠିରେ ଗୋଟେ ସୁନ୍ଦର ଲଭ ସିମ୍ବଲ ଅଙ୍କl ହୋଇଥିଲା ଓ ତା ତଳେ ଲେଖା ହୋଇଥିଲା । ଥାଙ୍କ ୟୁ ଡିଅର ଫର ଭାଲେଣ୍ଟାଇନ ଡେ କାର୍ଡ , ୱିୟର ଲଭିଙ୍ଗ ମିତାଲି । ଶଙ୍କର ବାବୁଙ୍କ ସ୍ତ୍ରୀ କାର୍ଡ ଟି ଧରି ତାଙ୍କ ପାଖରେ ପହଁଚିଲେ ଓ ତାଙ୍କ ଆଗରେ କାର୍ଡ ଟି ରଖି ପଚାରିଲେ ଏ ମିତାଲି କିଏ ? କେତେ ଦିନ ହେଲl ଏ ଲଭ ଚାଲିଛି  । 60 ବର୍ଷ ର ଶଙ୍କର ବାବୁ କାର୍ଡ କୁ ଉପର ତଳ କରି ଦେଖିଲେ ଓ ହସି ହସି କହିଲେ ମୋ ଜୀବନରେ ମୁଁ କାହାକୁ ଏଭଳି କାର୍ଡ ପଠାଇନି , । କିନ୍ତୁ ମାଡାମ ସହଜରେ ବୁଝିବା ଲୋକ ନଥିଲେ ସେ କହିଲେ ସତ କୁହ ? ନହେଲେ ମୁଁ ଘର ଛାଡି ଚାଲିଯିବି । ଶଙ୍କର ବାବୁଙ୍କ ଭାବୁଥିଲେ କିଏ ଏକାର୍ଡ ପଠାଇଥିବ ? 

      କିଛି ସମୟ ପରେ ତାଙ୍କ ଶାଳୀ ନ୍କ ଫୋନ ଆସିଲା ସେ ହସି ହସି କହିଲେ ଭାଇନା କଣ କାର୍ଡ ପସନ୍ଦ ଆସିଲା ? ମିଛ ରାଗରେ ଶଙ୍କର ବାବୁ  କହିଲେ ତତେ ମଜାକ ଲାଗୁଚି ,ତୋ ନାନୀ ଘର ଛାଡି ଯିବାକୁ ବାହାରିଲାଣି ? ସେ କହିଲା ଟିକେ ନାନୀକୁ ଫୋନ୍ ଟା ଦେଲ । ତା ପରେ ନାନୀ କୁ ସବୁ ବୁଝିଲା ଓ କହିଲା ଏ ବୟସରେ ଏତେ ସନ୍ଦେହ ,ଏତେ ରାଗ ତୋ ଦେହ ପାଇଁ ଭଲ ନୁହେଁ । ବହୁତ ସମୟ ପରେ ଟିକେ ହସୁଥିଲେ ଶଙ୍କର ବାବୁଙ୍କ ସ୍ତ୍ରୀ ।


Rate this content
Log in

Similar oriya story from Romance