STORYMIRROR

Gouttam kachim

Action

3  

Gouttam kachim

Action

ଲାଜ କୁଳି କହେ ମୋ ଠାରୁ ଶିଖ

ଲାଜ କୁଳି କହେ ମୋ ଠାରୁ ଶିଖ

2 mins
188

ମୁଁ ଛୋଟ ଲତା ଟିଏ। ଲୋକେ ମୋତେ ଲାଜ କୁଳି ବୋଲି କୁହନ୍ତି। ଯେହେତୁ ମୁଁ ଲୋକଙ୍କ ସ୍ପର୍ଶ ହେବା ମାତ୍ରକେ ଲାଜେଇ ଯାଏ। ମୁଁ ସେଇ ପୃଥିବୀ ପୃଷ୍ଠରେ ବାସ କରେ। ଯେଉଁ ପୃଥିବୀ ପୃଷ୍ଠରେ ଛପନ କୋଟି ଜୀବ ବାସ କରନ୍ତି। ସେଥିରୁ ମଣିଷ ହେଉଛି ସର୍ବ ଶ୍ରେଷ୍ଠ ଜୀବ। ଯାହାର ଚାଲି ଚଳଣି, ଖାଇବା ପିଇବା, କଥା, ଭାଷା, ବେଶ ଭୂଷା ଇତ୍ୟାଦି ଉଚ୍ଚ କୋଟିର। ମଣିଷ, କଥା ହେଇପାରେ, ଶୁଣି ପାରେ, ଦେଖି ପାରେ, ଛୁଇଁ ପାରେ, ସତର୍କ ରହିପାରେ। ଆମେ ଗଛ ଲତା, ପଶୁ ପକ୍ଷୀ, ଯେତେ ରହିଛୁ ଆମେ ବେଶ ଭୂଷା, ପୋଷାକ, ଇତ୍ୟାଦି ପରିଧାନ କରି ପାରୁ ନାହିଁ। ଏହା କହିବାର ଅର୍ଥ ମଣିଷ ଶ୍ରେଷ୍ଠ ଜୀବ ହେଲେ ମଧ୍ୟ ଅନ୍ୟାୟ, ଅତ୍ୟାଚାର, କରିବା ସହ ଲଜ୍ୟା ଜନକ କାର୍ଯ୍ୟ କରିବାକୁ ପଛାଉ ନାହିଁ। ଉଦାହରଣ ସ୍ୱରପ ଅଧୁନା ପ୍ରତି ଗାଁ ରେ ନଇ, ପୋଖରୀ, ନଳକୂପ ଇତ୍ୟାଦି ସୁବିଧା ରହିଛି। ମଣିଷ ସେଇଥିରୁ ପାନୀୟ, ଗଧୋଇବାପାଇଁ ପାଣି ବ୍ୟବହାର କରିଥାଏ। ମଣିଷ

ଲାଜ ରୁ ରକ୍ଷା ପାଇବା ପାଇଁ ବସ୍ତ୍ର ପରିଧାନ କରେ କିନ୍ତୁ 

ଯେତିକି ଲଜ୍ୟା ନିବାରଣ କରିବାକୁ ଚାହାନ୍ତି କରି ପାରନ୍ତି ନାହିଁ। ବର୍ତ୍ତମାନ ର ମହିଳା ମାନେ ଯେତେ ଶିକ୍ଷିତ ହୁଅନ୍ତୁ ନା କାହିଁକି, ନିଜର ଇଜ୍ଜତ କୁ ପଦାରେ ପକାଉଛନ୍ତି। ଉଦାହରଣ ସ୍ୱରୂପ ମହିଳା ମାନେ ନଳକୂପ ରେ ହୋଉ, କି ପୋଖରୀ ରେ ହେଉ, ଗାଧୋଇବା ବେଳେ କେବଳ ଗାମୁଛା ଟିଏ,ହେଉ କି ସାୟାଟିଏ ହଉ ଅଣ୍ଟା ଠାରୁ ତଳକୁ ପରିଧାନ କରି ଗାଧୋଇ ଥାଆନ୍ତି। ଅର୍ଦ୍ଧ ନଗ୍ନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଠିକ୍ ସେ ସମୟ ରେ କେହି ଜଣେ ପୁରୁଷ ଆସିଗଲେ ବି ଲାଜ କରନ୍ତି ନାହିଁ। ଏଠାରେ ମୁଁ ମଣିଷ ସମାଜ ର ମହିଳା ମାନଙ୍କୁ ଆହ୍ୱାନ କରେ କି ସେମାନେ ମୋ ପରି ହେବାକୁ ଚେଷ୍ଟା କରନ୍ତୁ। ମୋତେ ଦେଖନ୍ତୁ ମୁଁ ଲତା ଟିଏ ହେଲେ ବି ମଣିଷ ଛୁଇଁ ଦେବା କ୍ଷଣି ଲାଜେଇ ଯାଏ। ମୋ ଠାରୁ ତାହା ଶିଖନ୍ତୁ। ନିଜ ଇଜ୍ଜତକୁ ନିଜେ ବଂଚାନ୍ତୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action