STORYMIRROR

Gouttam kachim

Tragedy

3  

Gouttam kachim

Tragedy

ବାଘ ଠାରୁ ବୀର ଦଶରଥ ହାଁସଦା

ବାଘ ଠାରୁ ବୀର ଦଶରଥ ହାଁସଦା

1 min
194

ବନ୍ଧୁ ଗଣ ଦଶରଥ ହାଁସଦା ଜଣେ ଆଦିବାସୀ ସଂପ୍ରଦାୟର ଯୁବକ ଅଟନ୍ତି। ସେ ଏଇ ଦୁଇ ତିନି ଦିନ ପୂର୍ବରୁ ବାଘ ସହ ଲଢ଼ି ନିଜ ଭାଉଜ ଙ୍କ ଜୀବନ ଓ ନିଜ ଜୀବନ ଙ୍କୁ ମୃତ୍ୟୁ ମୁଖରୁ ବଞ୍ଚେଇ ଛନ୍ତି। ମୁଁ ତାଙ୍କ ବିଷୟ ରେ ଏଇ କ୍ଷୁଦ୍ର ଗଳ୍ପ ଟି ଲେଖିଛି। ଦଶରଥ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଏକ ଜଙ୍ଗଲ ନିକଟ ବର୍ତ୍ତିଗାଁ ରେ ନିଜ ଭାଇ ଭାଉଜ ଓ ଅନ୍ୟ ମାନଙ୍କ ସହ ବାସ କରନ୍ତି। ଏଇ ତିନି ଚାରି ଦିନ ଆଗରୁ ରାତିରେ ଖାଇ ସାରି ସମସ୍ତେ ନିଜ ନିଜ ଘରେ ଶୋଇ ପଡିଲେ।ଦଶରଥ ମଧ୍ଯ ନିଜପରିବାର ସହ ନିଜ ଘରେ ଶୋଇଥିଲେ।

ପାହାନ୍ତିଆ ଅର୍ଥାତ୍ ପ୍ରଭାତ ସମୟ ସାଢ଼େ ତିନିଟା ବେଳକୁଦଶରଥ ଙ୍କ ଭାଉଜ, ପରିଶ୍ରା କରିବା ପାଇଁ କବାଟ ଖୋଲି ବାହାରକୁ ବାହାରି ପରିଶ୍ରା କରିବା କୁ ବସନ୍ତି, ସତିକିବେଳେ ବାଘଟିଏ ଆସି

ଦଶରଥଙ୍କ ଭାଉଜ ର ବାହୁ କୁ କାମୁଡ଼ି ଦିଏ,ଓ ଦଶରଥ ଙ୍କ ଭାଉଜ ଚିତ୍କାର କରି ଡାକନ୍ତି, ଚିତ୍କାର ଶୁଣି ଦଶରଥ ବାହାରି ଆସି ଦେଖିଲା ବେଳକୁ ଭାଉଜଙ୍କ ହାତକୁ ବାଘ କାମୁଡ଼ି ଥାଏ। ବାଘ କୁ ସମସ୍ତେ ଡରୁ କିନ୍ତୁ ଦଶରଥ ଏତେ ସାହସୀ ଯେ ସେ ବିଳମ୍ବ ନକରିବିନା ହାତ ହତିଆର, ଠେଙ୍ଗା ବାଡ଼ି ରେ ବି ବାଘ ସହ ଲଢ଼ି ଥିଲେ।ସେ ବାଘ ର ବେକ କୁ ଧରି ଓଟାରୀବା ଫଳରେ ବାଘ ହାତରେ କାମୁଡ଼ି ଦେଇ ଚାଲି ଗଲା।ଓ ଦଶରଥ ର ସତ୍ ସାହସଆଗରେବାଘ ପରି ଭୟଙ୍କର ଜୀବ ଆହାର କୁ ଛାଡ଼ି ପଳାୟନ କଲା। ଦଶରଥ କୁ, ଦଶରଥ ଙ୍କ ସାହସ କୁ କୋଟି କୋଟି ସଲାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy