STORYMIRROR

Gouttam kachim

Inspirational

3  

Gouttam kachim

Inspirational

ଟଙ୍କା ବଦଳାଏ ମତ

ଟଙ୍କା ବଦଳାଏ ମତ

2 mins
864

ଚଳିତ ବର୍ଷର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର କଥା। ନିର୍ବାଚନ କମିଶନ ତାରିଖ ଘୋଷଣା, ଆସନ ଘୋଷଣା ଓ ଆଚରଣ ବିଧି ଲାଗୁ କରିବା ପରେ ସହର ଓ ଗ୍ରାମାଞ୍ଚଳ ରାଜନୀତିର ଉସ୍ମତା ଦେଖା ଦେଲା। ସ୍ଥାନେ ସ୍ଥାନେ ଲୋକ ଜମା ହୋଇ ଚର୍ଚ୍ଚା ଆରମ୍ଭ କଲେ। ଇଛୁକ ବ୍ୟକ୍ତି ବିଶେଷ ପ୍ରାର୍ଥୀ ହେବାର ପ୍ରସ୍ତୁତି କରି ମନୋନୟନ ପ୍ରକ୍ରିୟାରେ ମନୋନୟନ ପତ୍ର ଦାଖଲ କଲେ। ମୁଁ ମଧ୍ୟ ସମିତି ସଭ୍ୟ ପାଇଁ ପ୍ରାର୍ଥୀ ଭାବେ ମନୋନୟନ ପତ୍ର ଦାଖଲ କଲି। ମୋ ସହ ଦୁଇ ଜଣ ଧନୀ ବ୍ୟକ୍ତି ପ୍ରତିଦ୍ବନ୍ଦିତା କରିଥିଲେ। ମୁଁ ମୋ ପଞ୍ଚାୟତର ଜନ ସାଧାରଣଙ୍କ ସହ ପୂର୍ବରୁ ସମ୍ପର୍କରେ ଥିଲି। ଲୋକଙ୍କୁ ବେଳେ ବେଳେ ଆବଶ୍ୟକ ମୁତାବକ ସମସ୍ୟାର ସମାଧାନ ପାଇଁ ସମୟ ଦେଇଥିଲି। ସେ ଦୃଷ୍ଟିରୁ ମୁଁ ଲୋକଙ୍କୁ ଭରଷା କରି ନିର୍ବାଚନ ବୈତରଣୀ ଲଙ୍ଘିବା ଆଶା କରି ପ୍ରୟାସ କଲି। ଘରକୁ ଘର ବୁଲି ଭୋଟ ଭିକ୍ଷା କଲି। ଲୋକଙ୍କୁ ଶରଣ ପଶିଲି, ମୋ ଦୁଃଖ ଜଣାଇଲି ହାତ ଯୋଡ଼ି ଜୁହାର କରି ନିବେଦନ କଲି, ମୁଁ ଗରୀବ ଲୋକ ମୋ ପାଖରେ ଟଙ୍କା ନାହିଁ ।

ମୁଁ ଆପଣମାନଙ୍କ ଭୋଟକୁ କିଣି ପାରିବିନାହିଁ ଏବଂ ଟଙ୍କା ଦେଇ ଭୋଟ କିଣିବା ଗଣତନ୍ତ୍ର ପାଇଁ ଅସମ୍ମାନ ଅଟେ। ତେଣୁ ମୋତେ ଆପଣ ମାନେ ମୋ ଜୁହାର ପ୍ରତିବଦଳରେ ଭୋଟ ଦିଅନ୍ତୁ, ମତେ ଜୟଯୁକ୍ତ, କରାନ୍ତୁ ମୁଁ ଆପଣମାନଙ୍କ ଘରକୁ ଘର ବୁଲି ସମସ୍ୟା ବିଷୟରେ ପଚାରି ବୁଝି ପଞ୍ଚାୟତ ସମିତିରେ ଦାବି ଉପସ୍ଥାପନ କରି ସମାଧାନ କରିବା ପାଇଁ ବ୍ୟବସ୍ଥା କରିବି। 

ପ୍ରଚାର କାର୍ଯ୍ୟକ୍ରମ ଜୋର୍ ସୋର୍ ରେ ମୋ ସମର୍ଥକଙ୍କ ସହ ଚଳେଇଲି। ଲୋକେ ମୋତେ ପ୍ରଚାର ବେଳେ ମୋତେ ଭୋଟ ଦେବା ପାଇଁ ବିପୁଳ ସଂଖ୍ୟାରେ ସମର୍ଥନ କରିବା ସମସ୍ତଙ୍କ ନଜରକୁ ଆସିଥିଲା।

କିନ୍ତୁ ଶେଷ ବେଳକୁ ଭୋଟ ଦେବାର ପୂର୍ବ ରାତିରେ କଣ ହେଲା କେଜାଣି, ଲୋକମାନେ ଭୋଟ କେନ୍ଦ୍ରକୁ ଯାଇ ଭୋଟ ଦେଲେ।

ଫଳା ଫଳ ଘୋଷଣା ପାଇଁ 10ଦିନ ଅପେକ୍ଷା କରିବାକୁ ପଡ଼ିଲା । ଆମେ ଅପେକ୍ଷା କଲୁ ଫଳାଫଳ ଘୋଷଣା ହେଲା। ହେଲେ ଫଳାଫଳ ମୋ ବିପକ୍ଷରେ ଥିଲା, ମୋ ଚିହ୍ନରେ ମାତ୍ର 112

ଖଣ୍ଡ ଭୋଟ ଥିଲା । ଏମିତିକି ମୋ ଗାଁ ଲୋକ ବି ମୋତେ ଭୋଟ ଦେଲେ ନାହିଁ । ଯେଉଁଥିରୁ ସ୍ପଷ୍ଟ ଜଣାପଡ଼ିଲା କି, ମୁଁ ଟଙ୍କା ଦେଲି ନାହିଁ ବୋଲି ଲୋକେ ମୋତେ ଭୋଟ ନ ଦେଇ

ନିଜର ମତ ବଦଳେଇ ଯିଏ ଟଙ୍କା ଦେଲା ତାକୁ ଭୋଟ ଦେଲେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational