Gouttam kachim

Action

4.5  

Gouttam kachim

Action

ଧର୍ଯ୍ୟଶିଳା ପ୍ରେମିକା

ଧର୍ଯ୍ୟଶିଳା ପ୍ରେମିକା

2 mins
439


ମୋତି ନଗର ନାମରେ ଏକ ଗାଁ ଅଛି। ସେ ଗାଁ ରେ ଚାରିଶହ ପରିବାର ରହନ୍ତି। ସେ ଚାରି ସହ ପରିବାର ମଧ୍ୟରୁ ବି ବିଭିନ୍ନ ସମ୍ପ୍ରଦାୟ ର ଲୋକ ଅଛନ୍ତି। ଯଥା: ବ୍ରାହ୍ମଣ, ସାହୁ, କରଣ, ଗୌଡ, ଅନୁସୂଚିତ ଜାତି ଓ ଜନଜାତି ଇତ୍ୟାଦି। ଅନୁସୂଚିତ ଜାତି ର ଝିଅଟିଏ। ନା ତାର ପ୍ରତିମା। ସେ ଯୁକ୍ତ ଦୁଇ ଶିକ୍ଷା ଗତ ଯୋଗ୍ୟତା ପରେ ANM ତାଲିମ୍ ନେଇ ଘରେ ରହୁଥିଲା। ତା ପରିବାର କହିଲେ ମାଁ, ଭାଈ, ଭାଉଜ ଓ ନିଜେ। ପ୍ରତିମା ର ବଡ଼ ଭଉଣୀ କୁ ଚାନ୍ଦିପୁର ନାମକ ଗାଁ ରେ ବାହା କରି ଦିଆ ଯାଇଛି। ତାଙ୍କ ପରିବାର ରେ ପୁଅ, ଝିଅ ସ୍ବାମୀ, ଶାଶୁ ଶ୍ୱଶୁର ଏବଂ ନିଜେ। ତାଙ୍କ ସ୍ଵାମୀ ରାଜେନ୍ଦ୍ର କାଠ କାମ କରି ସୁନ୍ଦର୍ ପଲଙ୍କ ସୋଫା ଇତ୍ୟାଦି ତିଆରି କରନ୍ତି ଆଉ ଏଥିପାଇଁ ତାଙ୍କୁ ଜଣେ ଯୁବକ ସାହାଯ୍ୟ କରନ୍ତି। ସେ ଦେଖିବାକୁ ଭାରି ସୁନ୍ଦର ଥିଲେ କିନ୍ତୁ ଅନ୍ୟ ସମ୍ପ୍ରଦାୟ ର ଥିଲେ। ସେ ଯୁବକ ଉପରେ ପ୍ରତିମା ଙ୍କ ଭଉଣୀ ଆଶା ଙ୍କ ନଜର ଲାଖି ଯାଏ। ଏବଂ ଆଶା ପ୍ରତିମା କୁ ସେ ପିଲା ସହ ପ୍ରେମ ସମ୍ପର୍କ ଗଢ଼ିବାକୁ ପ୍ରତିମା କୁ ଫୋନ୍ ଯୋଗେ କୁହେ। କହିବା ପରେ ପ୍ରତିମା ବାରଣ କରେ। କଛିଦିନ ବିତି ଗଲା ପରେ ପ୍ରତିମା ନିଜ ଭଉଣୀ ଘର କୁ ଯାଏ ଏବଂ କିଛି ଦିନ ରୁହେ। ସେ ସମୟ ଭିତରେ ଆଶା ପ୍ରତିମା ଓ ପ୍ରବୀର୍ ର ଭେଟ କରିଦିଏ। ଉଭୟ ପ୍ରତିମା ଓ ପ୍ରବୀର୍ ପରିଚିତ ହୁଅନ୍ତି। ପ୍ରତିଦିନ ଦେଖା ହୁଏ ଉଭୟଙ୍କର, ହେଉ ହେଉ କିଛି ଦିନ ପରେ ପ୍ରତିମା ନିଜ ଗାଁ କୁ ଫେରିଆସେ। ଫେରି ଆସିବା ପରେ ଦୁହେଁ ଫୋନ୍ କରି ଆଳାପ କରନ୍ତି।

ପ୍ରେମ ର ଦୁରତ୍ଵ ଯୋଗୁଁ ଦୁହେଁ ଆତୁର ହୁଅନ୍ତି। ପବୀର୍ ଓ ପ୍ରତିମା ଘର ଛାଡ଼ି ଯିବାକୁ ନିଷତି ନିଅନ୍ତି। ପ୍ରତିମା ବ୍ୟାଙ୍କ୍ ଯିବା ବାହାନା କରି ଘରୁ ବାହାରି ଯାଏ। ପ୍ରବୀର୍ ବ୍ୟାଙ୍କ ଠାରୁ ପ୍ରତିମା କୁ ନେଇଯାଏ। କିଛି ଦିନ ଦୁହେଁ ବାହାରକୁ ଚାଲି ଯାଆନ୍ତି ଓ ପରେ ପ୍ରବୀର୍ ର ଗାଁ ରାଜ କନିକା କୁ ଫେରନ୍ତି। ପ୍ରବୀର୍ ର ସମ୍ପର୍କିତ, ବାପା ମାଆ ସାମାଜିକ ରୀତି ନୀତି ପ୍ରକାରେ ବିବାହ କରି ଦିଅନ୍ତି। କିଛି ଦିନ ପରେ ପ୍ରତିମା ର ମା ପ୍ରତୀ କୁ ଦେଖି ବାକୁ ଯାନ୍ତି। ସେ ନିଜ ଝିଅ କୁ ସେଠାରୁ ଛଡ଼େଇ ଆଣିବା କୁ ପ୍ରୟାସ କରନ୍ତି। ସେ ଦେଖି କି ଫେରି ଆସିବା ପରେ କୌଶଳ କରି ପ୍ରତିମା କୁ ତାଙ୍କ ଭଉଣୀ ଘର କୁ ଡାକନ୍ତି। ପ୍ରତିମା ଓ ପ୍ରବୀର୍ ଯାଆନ୍ତି। ଗଲା ପରେ ପ୍ରତିମା କୁ ଅଟକେଇ ରଖି ପ୍ରବୀର୍ କୁ ଘଉଡାଇ ଦିଅନ୍ତି। ଏବଂ ପ୍ରବୀର୍ ବିରୁଦ୍ଧରେ ଥାନା ରେ ଏତଲା ଦେବା ପାଇଁ ପ୍ରତିମା କୁ ଚାପ ପକାନ୍ତି। ପ୍ରତିମା ଥାନା ରେ ଏତଲା ଦିଏ ଏବଂ ଥାନାରେ ହିଁ ପ୍ରତିମା ଓ ପ୍ରବୀର୍ ର ବିଚ୍ଛେଦ ହୁଏ।

ପ୍ରତିମା ମାଁ ସହ ନିଜ ଗାଁ କୁ ଆସେ। ତା ମନ ପ୍ରବୀର୍ କୁ ଝୁରୁ ଥାଏ। ହେଲେ କଣ କରିବ। କଷ୍ଟକରି ସହି ଯାଉଥାଏ। ବର୍ଷେ ପରେ ପ୍ରତିମା କୁ ଚାକିରୀ ମିଳେ।ସେଇ ପ୍ରବୀର୍ ର ଅଞ୍ଚଳରେ, ପ୍ରତିମା ଖୁସି ହେଉଥାଏ। ଏଥର ପୁଣି ସେ ପ୍ରବୀର କୁ ପାଇପାରିବ ବୋଲି। ହେଲେ ପ୍ରବୀର କିନ୍ତୁ ଅନ୍ୟ ଏକ ଝିଅ କୁ ବିବାହ କରି ସାରି ଥାଏ।  ଏହା ଜାଣିବା ପରେ ପ୍ରତିମା ଦୁଃଖରେ ଭାଙ୍ଗିପଡ଼େ ସତ ,ହେଲେ ଆଜି ବି ସେ ଅନ୍ୟ କେଉଁ ଯୁବକ ସହ ପ୍ରେମ ସମ୍ପର୍କ ରଖି ନାହିଁ କିମ୍ବା ମନ ଦୁଃଖ ରେ ଆତ୍ମ ହତ୍ୟା କରିବା ଭଳି ପଦକ୍ଷେପ ନେବାକୁ ପ୍ରୟାସ କରି ନାହିଁ। ସେ ଜଣେ ଧର୍ଯ୍ୟ ଶିଳା ପ୍ରେମିକା।


Rate this content
Log in

Similar oriya story from Action