STORYMIRROR

Gouttam kachim

Tragedy

3  

Gouttam kachim

Tragedy

ଅଳ୍ପ ଟିକେ ବିଷ ବିନାଶେ ମଣିଷ

ଅଳ୍ପ ଟିକେ ବିଷ ବିନାଶେ ମଣିଷ

2 mins
194

ଏକଦା ମଣି ପୁର ନାମକ ଏକ ସହରରେ ଗୋଟେ ପରିବାର ରହୁଥିଲେ। ପରିବାର ରେ ପିତା, ମାତା, ଓ ଝିଅ ଏମିତି ତିନି ଜଣ ଥିଲେ। ଝିଅ ର ନାମ କାଞ୍ଚି, ତାର ବୟସ ବାଇଶି ପୁରି କିଛି ଦିନ ହୋଇଥାଏ। ଝିଅର ବିବାହ ବୟସ ହୋଇଥିବାରୁ ଝିଅର ବାପା ସନ୍ତୋଷ ଠାକୁର ଚିନ୍ତିତ ଥିଲେ। କାରଣ ବାଡ଼ୁଅ ଝିଅ ବାହା ନ ହେବା ପୂର୍ବରୁ କିଛି ଅବୈଧ କାର୍ଯ୍ୟ କରିଦିଏ ତେବେ ବାପା ଙ୍କ ବଦନାମ୍,ବେଇଯତ ହୁଏ। ସନ୍ତୋଷ ଯୋଇଁ ଖୋଜି ବିବାହ କରି ଦେବା କୁ ବ୍ୟସ୍ତ ବିବ୍ରତ ହୋଇଲାଗି ପଡନ୍ତି। ଏବଂ ସଫଳ ହୁଅନ୍ତି ମଧ୍ଯ। ବିବେକ ନାମକ ଜଣେ ଯୁବକ, ଯିଏ କି ବ୍ୟାଙ୍କ୍ ପରିଚାଳକ ଚାକିରୀ କରିଥାନ୍ତି, ତାଙ୍କ ସହ ବିବାହ କରି ଦେବା ବ୍ୟବସ୍ଥା କରି ଦିଅନ୍ତି। କିନ୍ତୁ ତା ପୂର୍ବରୁ କାଞ୍ଚି ଅନ୍ୟ ଏକ ପୁରୁଷ ବନ୍ଧୁଙ୍କ ସହ ସଂପର୍କ ରେ ଥାଏ, ତେଣୁ ନିଜ ବାପା ଯୋଗାଡ଼ କରି ଥିବା ବର ସହ ବାହା ହେବା କୁ ବାରଣ କରେ। କିନ୍ତୁ ବାପା ନିଜ ସମ୍ମାନ ରକ୍ଷା କରିବା ସହ ଜୋର୍ ଜବରଦସ୍ତ ନିଜେ ଯୋଗାଡିଥିବ ବର ସହ ତିଥି, ଲଗ୍ନ ସ୍ଥିର କରି ବାହା କରି ଦିଅନ୍ତି। କାଞ୍ଚି ବି ବାଧ୍ୟ ବାଧକରେ କନିଆଁ ସାଜି ବାହା ହେଇ ଯାଏ। କିନ୍ତୁ ତା ମନରେ ନଥାଏ ଖୁସି, ହୃଦୟ ରେ ତାର ଘର କରିଥାଏ ନିଜ ପୁରୁଷ ବନ୍ଧୁ। ବାହା ଘର ପରେ ବାସରରାତି। ବାସର ରାତି କିନ୍ତୁ ନଥିଲା ବିବେକ ପାଇଁ। କାଞ୍ଚି ବିବେକ କୁବାରଣ କଲା। ବିବେକ ସହିଗଲା। ଏମିତି କିଛି ଦିନ ବିତି ଗଲା ଦୁହିଙ୍କ ର ସମ୍ଭୋଗ ହେଲା ନାହିଁ। ଏବଂ କାଞ୍ଚି ନିଜ ବିବାହିତ ବର ବିବେକକୁ ମାରିବାର ଷଡ଼ଯନ୍ତ୍ର କଲା। ଭାବିଲା କଣ କଲେ ହେବ, କମିତି ମାରି ପାରିବି, ଏମିତି ଭାବୁ ଭାବୁ ବିଷ କଥା ମୁଣ୍ଡକୁ ପ୍ରବେଶ କଲା। ଏଇ ଉପାୟ ଥିଲା ସହଜ ସରଳ। ନିଜ ପୁରୁଷ ବନ୍ଧୁ ଙ୍କୁ ସ୍ବାମୀ

ଡ୍ୟୁଟି ଗଲା ପରେ ଫୋନ୍ କରେ ଏବଂ ବିଷ ବା କୀଟ ନାଶକ

କିଣି ଆଣି ଦେବାକୁ କହେ। ନିଜ ପୁରୁଷ ବନ୍ଧୁ ମଧ୍ଯ ସୁଯୋଗ ଖୋଜୁ ଥାଏ, ତେଣୁ ସେ ବି ହଁ କରେ ଏବଂ ଦୁଇ ଦିନ ପରେ ଆଣି ଦେବାକୁ ସମୟ ନିଏ। ଯେହେତୁ ସେ ଦୁରରେ ରୁହେ।

ଦୁଇ ଦିନ ପରେକାଞ୍ଚି ଫୋନ୍ କରେ ଓ କାଞ୍ଚି ର ପୁରୁଷ ବନ୍ଧୁ

ବିଷ ଆଣି ଦେଇ ଫେରିଯାଏ। ଏକଥା ବିବେକ ଆଦୌ ଜାଣି

ପାରେ ନାହିଁ। ଯେହେତୁ ସେ ନିଜ ଡ୍ୟୁଟି କରିବା ପାଇଁ ବାହାର କୁ ସକାଳେ ବାହାରି ଯାଇ ସନ୍ଧ୍ୟାରେ ଫେରେ। କାଞ୍ଚିକୁ ଆଉ ଚିନ୍ତା ନଥାଏ। ସେ ବିଷ ପାଇବାର ଦିନକ ପରେ ନିଜ ବର କୁ ରାତ୍ରୀ ଭୋଜନ ରେ ବିଷ ମିଶାଇ ଖାଇବାକୁ ଦେଇ ଦିଏ। ଏବଂ ବିଚରା ବିବେକ ଖାଇ ପିଇ ଶୋଇ ପଡ଼େ, ସେ ରାତ୍ର ତା ପାଇଁ କାଳ ରାତ୍ର ଥିଲା। ଏପଟେ କାଞ୍ଚି ନିଜ ଯୋଜନା ରେ ସଫଳ ହେଇ ରାତି ନ ପାହୁଣୁ ନିଜ ପୁରୁଷ ବନ୍ଧୁ ପାଖକୁ ଚାଲି ଯାଏ। ଏଠାରେ କହିବାର ଅର୍ଥ ବିବେକ କୁ ସାମାନ୍ୟ ନାରୀ ଟିଏ ବିନା ହାତ ହତି ଆର୍ ବ୍ଯବହାର କରି କେଇ ବୁନ୍ଦା ବିଷ ର ମାତ୍ରା ଖାଦ୍ୟ ରେ ମିଶାଇ ଖାଇବାକୁ ଦେଇ ନିଜ ବର କୁ ମାରି ଦେଲା। ତେଣୁ ମନେ ରଖନ୍ତୁ ଅଳ୍ପ ଟିକେ ବିଷ, ବିନାଶେ ମଣିଷ, ସତର୍କ ରୁହନ୍ତୁ, ସଚେତନ ରୁହନ୍ତୁ, ନିଜ ପରିବାରରେ ଏପରି ହେବାକୁ ଦିଅନ୍ତୁ ନାହିଁ।


Rate this content
Log in

Similar oriya story from Tragedy