STORYMIRROR

Anirudha Kund

Classics

4  

Anirudha Kund

Classics

କୁହହେ ମାଧବ

କୁହହେ ମାଧବ

1 min
23.8K

 

ସ୍ବାର୍ଥର ସାରଥି ଲୋଭର ମୁରତି

    ସବୁ ଅର୍ଥର ପୁଜାରୀ

ସ୍ବାର୍ଥ ସରିଗଲେ ସରାଗ ସରେଲୋ

   ତଣ୍ଟିକାଟେ ଅଣ୍ଟି ଛୁରି


ମାୟା ମରିଚିକା ମୁହିଁ ଏଠି ଏକା

  ଖସି ଖସି ଯାଏ ଗୋଡ

ତୃଷାର୍ତ୍ତ ଜୀବନେ ତୃପ୍ତି ନାହିଁ ମୋର

  ପାଉ ନାହିଁ କିଛି ତୋଡ


ଯେ ଡାଳ ଧରୁଛି ସେ ଡାଳ ଭାଙ୍ଗୁଛି

   ଦିଶୁ ନାହିଁ ଥଳକୁଳ

ଯାହାକୁ ଭାବିଲି ଅତି ଆପଣାର

   ନୁହେଁ ସେ ମୋ ବନ୍ଧୁବଳ


ଘର ଦ୍ବାର ଛାଡି ଆସିଛି ଶ୍ରୀକ୍ଷେତ୍ର

   କାଳିଆ ତୋହରି ପାଶ

ଚରଣେ ତୋହର ଶରଣ ପଶିଲି

   କରିବୁ ନାହିଁ ନିରାଶ


କୋପ କି କରିବ କୁହହେ ମାଧବ

   କରିଥାଏ ଯଦି ଦୋଷ

କେମିତି ବଞ୍ଚିବି କାହାକୁ କହିବି

  କରିଲେ ତୁମେ ହୋ ରୋଷ


କ୍ଷମାସିନ୍ଧୁ ମୋର କ୍ଷମା ମୋତେ କର

    କ୍ଷମା ମାଗେ ଏଇ ଦାସ

କ୍ଷମା ନକରିଲେ କରିବ ବା କିଏ

   କ୍ଷମାନିଧି ମୋର ଆଶ


ଭାସି ଯାଉ ପଛେ ସଂସାର ମୋହର

    ଦୁଃଖନାହିଁ ପୀତବାସ

ପ୍ରାଣ ଯାଉ ମୋର ଭଜି ନାମ ତୋର

   ମାଗେ ଏତିକି ଆଶିଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics