STORYMIRROR

Anirudha Kund

Classics

3  

Anirudha Kund

Classics

ସାଣ୍ତୱିଚ

ସାଣ୍ତୱିଚ

2 mins
241


ରାତି ସାରା ଆଖିରେ ନିଦ ନାହିଁ,ମନରେ ଛନକା କାଳେ ଫ୍ଲାଇଟ ମିସ୍ ହୋଇଯିବ। ଗତ ସପ୍ତାହର କଥା, ଅବିନାଶ ବାବୁ ଫ୍ଲାଇଟ ମିସ୍ କରିଥିଲେ, ସେ ରାସ୍ତା ଯାମ୍ ରେ ଫସି ଯାଇଥିଲେ। କିଛିଦିନ ହେବ ଏୟାରପୋର୍ଟ ଯିବା ରାସ୍ତାରେ ଅପ୍ଟିକାଲ ଫାଇବର ନେଟୱାର୍କ କମ୍ପାନୀ ରାସ୍ତା ଖୋଳି କାମ କରୁଥିବାରୁ ଆଜିକାଲି ବହୁତ ଯାମ୍ ହେଉଛି।

 

ତେଣୁ ଅମରେନ୍ଦ୍ର ବାବୁ କୌଣସି ତୃଟି କରିବାକୁ ଚାହୁଁ ନଥିଲେ, ତାଙ୍କୁ ସମସ୍ତେ Mr. Panctual ଭାବେ ଜାଣନ୍ତି।


ତାଙ୍କ ଘରୁ ଏୟାରପୋର୍ଟ ମାତ୍ର ଘଣ୍ଟାକର ରାସ୍ତା, ସକାଳ ଛ ଟାରେ ଫ୍ଲାଇଟ୍ କିନ୍ତୁ ସେ ରାତି ୩ ଟା ରୁ ଘରୁ ବାହାରିଗଲେ। ଠିକ୍ ସମୟରେ ଏୟାରପୋର୍ଟ ପହଞ୍ଚି  ଚେକ୍ ଇନ୍ କରି ଫ୍ଲାଇଟ୍ ରେ ବସିଗଲେ। 


ଆଖିରେ ଆଖିଏ ନିଦ,ବସୁ ବସୁ ନିଦ ଆସିଗଲା। ଫ୍ଲାଇଟ୍ ରେ ଶୋଇପଡିଲେ। 


ଫ୍ଲାଇଟ୍ ଟେକ ଅଫ କରିବାର କିଛି ସମୟ ପରେ, ଫ୍ଲାଇଟ୍ ରେ ଜଳଖିଆ ବିକ୍ରି ଅରମ୍ଭ କରି ଦିଆଗଲା । ଯଦିଓ ଅମରେନ୍ଦ୍ର ବାବୁ ନିଦରେ ଥିଲେ ତାଙ୍କର କରପୋରେଟ୍ କୋଟା ଜଳପାନ କରିବାକୁ ଫ୍ଲାଇଟ୍ କ୍ରିୟୁ ଅଟେଣ୍ଡାଟ୍ ତାଙ୍କୁ ନିଦରୁ ଉଠାଇ ପଚାରିଲା,ସାର୍ ଆପଣ ଭେଜ୍ ୟା ନନ୍ ଭେଜ୍ ଖାଇବେ । ବିରକ୍ତ ଭାବରେ ଭେଜ ଚଳିବ କହିଲେ, ମିଳିଥିବା ସାଣ୍ତୱିଚ୍ କୁ ନଖାଇ ରଖିଦେଲେ । ଭାବିଲେ ଫ୍ଲାଇଟ ରୁ ଓହ୍ଲାଇ ଏୟାରପୋର୍ଟରୁ ଅଫିସ ଯିବା ରାସ୍ତାରେ କ୍ୟାବରେ ଖାଇ ନେବେ ବୋଲି। 


ଅନାଉ ଅନାଉ ବାଙ୍ଗାଲୋର ମାଟି ଛୁଇଁଲା ଫ୍ଲାଇଟ୍। ଅମରେନ୍ଦ୍ର ବାବୁ ଏୟାରପୋର୍ଟ ବାହାରି କ୍ୟାବରେ ବସିଗଲେ । ଗତ ରାତିର ଅନିଦ୍ରା ଯୋଗୁଁ ତାଙ୍କ ପେଟ ଟିକେ ଭଲ ଲାଗୁନଥିଲା ସେ କ୍ଯାବ ଚାଳକ ସତିଶ କୁ ସାଣ୍ତୱିଚ ଦେଲେ ଓ କହିଲେ ତୁମେ ଖାଇନିଅ।


ସତିଶ ସାଣ୍ତୱିଚ ଧରି କହିଲା ସାହବ୍, ଆପଣଙ୍କୁ ବହୁତ ଧନ୍ୟବାଦ ଏଇଟା ମୋ ଝିଅକୁ ଦେବି ଏଇଟା ତ ୨୦୦ ଟଙ୍କା ଉପରେ ହୋଇଥିବ ନା ସାର୍। ଅମରେନ୍ଦ୍ର ବାବୁ ହସି ପକାଇଲେ ଓ କହିଲେ ତୁମେ ଖାଇନିଅ।


ନାଁ ସାର୍ ମୋ ଝିଅ ଖାଇବ। 

ବହୁଦିନ ହେବ ସେ ସାଣ୍ତୱିଚ ଖାଇବ ବୋଲି କହୁଥିଲା, ସ୍ବଳ୍ପ ରୋଜଗାର୍ ରେ ସାହାବ କୋଉଠୁ ପଇସା ଆଣିବି । ସାଣ୍ତୱିଚ ଦେଇପାରୁ ନଥିଲି। ଆଜି ନିଶ୍ଚୟ ଦେବି।


ଅଫିସ୍ ପାଖରେ ପହଞ୍ଚି ଗଲେ ଅମରେନ୍ଦ୍ର ବାବୁ, ସତିଶ ପୁଣି ଧନ୍ୟବାଦ୍ କହି ଆଗକୁ ଗାଡି ବଢାଇ ଚାଲିଗଲା ଏକ ଆତ୍ମତୃପ୍ତିର ଭାବ ନେଇ । 


ଅମରେନ୍ଦ୍ର ବାବୁ ନିଜକୁ ଧନ୍ୟ ମନେକରୁଥିଲେ ସତିଶ ର ଏପରି ଝିଅ ପାଇଁ ଅନବିଳ ପ୍ରେମ ଦେଖି ଓ କହି ଉଠିଲେ ଆଜିର ସାଣ୍ତୱିଚ ଏକ ଅତ୍ମତୃପ୍ତିର ସାଣ୍ତୱିଚ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics