STORYMIRROR

Anirudha Kund

Romance Classics

3  

Anirudha Kund

Romance Classics

ପ୍ରେମ

ପ୍ରେମ

2 mins
181


ଅସିତ ବହୁବର୍ଷ ପରେ ଗାଁ କୁ ଫେରିଛନ୍ତି । ଏହା ମଧ୍ୟରେ ଗାଁର ହୁଲିଆ ପରିବର୍ତ୍ତନ ଘଟିସାରିଛି । ନଟସାହୁ ବରାପିଆଜି ଦୋକାନଟା ଆଜି ନଟରାଜ ରେସ୍ତୋରାଁରେ ପରିବର୍ତ୍ତିତ ହୋଇଛି, ଗାଁର ନାଲିଗୋଡି ରାସ୍ତା କଳା ମଚ ମଚ ପିଚୁ ରାସ୍ତାର ରୂପ ନେଇସାରିଛି ।


ଚାରିଆଡେ ଅନେକ ଦୋକାନ ବଜାର ଖୋଲି ଯାଇଛି, ମୋଟାମୋଟି କହିବାକୁ ଗଲେ ଗାଁଟା ପୁରା ସହର ଭଳି ଲାଗୁଛି। 


କିନ୍ତୁ ଗାଁର ସ୍କୁଲ ଘରର ଅବୟବରେ କିଛି ପରିବର୍ତ୍ତନ ଘଟିନାହିଁ। ସ୍କୁଲ ସେମିତି ମୁକ ସାଖି ପରି ଅଲୋଡା ବର୍ଦ୍ଧକ୍ୟରେ ପଡିରହିଛି। ସ୍କୁଲରେ ହାତଗଣତିରେ କିଛି ପିଲା ମାତ୍ର,କେହି ଆଉ ସରକାରୀ ଓଡିଆ ସ୍କୁଲରେ ପଢିବାକୁ ରାଜି ନୁହନ୍ତି ,କନଭେଣ୍ଟ ସ୍କୁଲ ଚାକଚକ୍ୟ ଭିତରେ ସରକାରୀ ସ୍କୁଲକୁ ପଚାରେ କିଏ ।


ହେଲେ ଅସିତ ବାବୁ ଏହି ସ୍କୁଲର ଛାତ୍ର ଥିଲେ , କେତେ କେତେ ଗଣେଶ ସରସ୍ବତୀ ପୂଜା କରିଛନ୍ତି ଏଠି, ପୂଜା ପୁର୍ବ ଦିନ ସ୍କୁଲରେ ରହି ଫୁଲ ତୋଳିଛନ୍ତି ,ଠାକୁରଙ୍କୁ ସଜେଇଛନ୍ତି ।

ମନକୁ ରୋକି ପାରଲେନି ,ସ୍କୁଲ ହତା ମଧ୍ୟରେ ପ୍ରବେଶ କଲେ , ପ୍ରଧାନ ଶିକ୍ଷକଙ୍କ ନାମ ତାଲିକାରେ ତାଙ୍କର ନଜର ପଡିଗଲା ପ୍ରଧାନ ଶିକ୍ଷୟତ୍ରୀ ଲୀନା ପରିଜାଙ୍କ ନାମ ଉପରେ ।


ଗାଁର ସବୁ ଅଚିହ୍ନା ଭିତରେ ଏ ଚିହ୍ନା ନାଁ ,ଏ ଲୀନା ମୋ ଗ୍ରାଜୁଏସନର ସହପାଠୀ ଲୀନା ନୁହେଁ ତ?

ଛି ଛି ଲୀନା ପରିଜା ବା କେମିତି ହେବ ,ସେ ତ ବିବାହ କରି ନାମ ବଦଳେଇ ସାରିଥିବ, ଏମିତି ଅନେକ ପ୍ରଶ୍ନ ...

ପୁଣି ଭାବିଲେ ଟିକେ ପଚାରିଦେଲେ କଣ ଅସୁବିଧା,ମନରେ ମନକୁ ମାରିଦେବା ଅପେକ୍ଷା ପଚାରି ବୁଝିନେବା ଭଲ।


ପ୍ରଧାନ ଶିକ୍ଷୟତ୍ରୀଙ୍କ ଚାମ୍ବର କୁ ଅସିତ ଗଲେ ,କିନ୍ତୁ ଲୀନା ମାଡାମ ଛୁଟିରେ ,ଦେଖା ତ ହୋଇପାରିଲାନି।

ଅନ୍ୟ ଶିକ୍ଷୟତ୍ରୀଙ୍କ ସହ କିଛି ବର୍ତ୍ତାଳାପରୁ ଜାଣିଲେ ଏ ସେହି ଲୀନା ପରିଜା ,ଏକଦା ଯିଏ ତାଙ୍କ ସହପାଠୀ ଥିଲେ, ଶୁଣିବାକୁ ପାଇଲେ ଲୀନା ମାଡମ ଏବେବି ଅବିବାହିତ, ସେ ଯାହାକୁ ମନ ଦେଇ ଭଲ ପାଉଥିଲେ ସେ କୁଆଡେ ବିଦେଶରେ ଚାକିରି କରିବାକୁ ଯାଇ କୌଣସି ଏକ ବିଦେଶୀ ନାରୀର ହୋଇଗଲେ, ବହୁତ କଷ୍ଟ ପାଇଛନ୍ତି ମାଡାମ ,କିନ୍ତୁ ସେ କହନ୍ତି ସେ ଯାହାର ଥରେ ହୋଇସାରଛନ୍ତି ଅନ୍ୟର ହାତ କେମିତି ଧରିବେ। 


ଅସିତ ବଚନରୁଦ୍ଧ ,ଅମୁଲ୍ୟ ଅମର ପ୍ରେମକୁ ଗୋଡରେ ଅଡେଇ ଅଭିଜାତ୍ୟର ଚାକଚକ୍ୟ ସେ ହଜି ଯାଇଥିବା ଅସିତ ନିଜକୁ ନିଜେ ଧିକ୍କାର କରୁଛନ୍ତି।


ଯେଉଁ ବିଦେଶୀ ମହିଳାର ପ୍ରେମର ଶିକାର ହୋଇ ଅସିତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସେ ପୁଣି ଛାଡପତ୍ର ଦେଇ ଅନ୍ୟକାହାର ହୋଇଯାଇଛି। ଅସିତର ସୁଖ ସଂସାର ଛାରଖାର ହେବାପରେ ଗାଁ ମୁହାଁ ଆଉ ଏଠି ଗାଁ ଟା ସହର ମୁହାଁ କିନ୍ତୁ ଲୀନା ସେହି ଭଳି ଅସିତର ହୋଇ ଅଛି ,ଲୀନା ପ୍ରେମ ସତରେ ଅମର ପ୍ରେମ ।


ଅସିତ ସ୍କୁଲରୁ ଫେରିବା ପୂର୍ବରୁ ତାଙ୍କ ଲୀନାଙ୍କ ପାଇଁ ଛାଡି ଯାଇଥିଲେ ତାଙ୍କର କୋହଭରା ଜୀବନା କିଛି ପଶ୍ଚ୍ୟାତାପର ବର୍ତ୍ତା ଓ ଆଶା ରଖିଥିଲେ ନିଶ୍ଚୟ ଲୀନା ଫୋନ କରିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance