STORYMIRROR

Nibedita Mishra

Inspirational Others

4  

Nibedita Mishra

Inspirational Others

କର୍ତ୍ତବ୍ଯ

କର୍ତ୍ତବ୍ଯ

2 mins
483


ଏକ୍ସିଡେଣ୍ଟରେ ମୁଣ୍ଡରେ ଜୋରରେ ଆଘାତ ଲାଗିଥିବାରୁ ଆଜି ହୋସ ଆସିଲା।ଆଖି ଖୋଲୁ ଖୋଲୁ ସାମ୍ନାରେ ଠିଆ ହେଇଛି ସେ।କିଛି ସମୟ ଲାଗି ଅତି ସଟକଟରେ ଅତୀତ ଟା ଆଖି ଆଗରେ ନାଚିଗଲା ଅନୁଭବଙ୍କର।

ଭଲ ପାଇ ବାହା ହେଇଥିଲେ ଦିହେଁ ଦିହିଁଙ୍କୁ।ହେଲେ ଛୋଟ ଛୋଟ କଥାରେ ବାରମ୍ବାର ମତାନ୍ତର ଶେଷରେ ମନାନ୍ତର ହେଲା।ଡିଭୋର୍ସ ହେଲା ।ତା ପରେ କେହି କାହାକୁ ଭେଟି ନାହାନ୍ତି।୫ବର୍ଷ ବିତିଗଲାଣି ଏଇ ଭିତରେ।

ତାକୁ ସାମ୍ନାରେ ଦେଖି ଅନୁଭବ ପଚାରିଲେ 

-ନର୍ସିଂ କେବେ କଲ?

-ଏଇ ଦି ବର୍ଷ ଆଗରୁ।

-ଏଇ ସହରକୁ କେବେ ଆସିଲ?

-୬ମାସ ହେଲା।ମୋର ଅନ୍ଯ ପେସେଣ୍ଟ ଙ୍କ କାମ ଅଛି।ଆସୁଛି।

ତା ପରେ ସେ ଅନୁଭବଙ୍କ ସବୁ ସେବା କଲା।ଠିକ ସମୟରେ ଔଷଧ ଦେବାଠାରୁ ଆରମ୍ଭ କରି।ତାଙ୍କର ଡ୍ରେସିଂ କରିବା ସବୁକିଛି।ଧିରେ ଧିରେ ଅନୁଭବ ଠିକ ହେବାକୁ ଲାଗିଲେ।ଏଇ ଭିତରେ ଅନୁଭବଙ୍କ ପରିବାର ଲୋକ ବି ଆସି ଯାଇଥାଆନ୍ତି।ସେମାନେ ବି ଏସବୁ ଦେଖୁଥାଆନ୍ତି।ସେ ସମସ୍ତଙ୍କ ମନରେ ବି କିଛି ପରିବର୍ତ୍ତନ ହେଉଥାଏ।ତେଣୁ ସେମାନେ ସମସ୍ତେ ମିଶି ଠିକ କଲେ ନିଜ ବୋହୁ କୁ ପୁଣି ଘରକୁ ଫେରାଇ ନେବାକୁ।

ତେଣୁ ଅନୁଭବ ଯୋଉ ଦିନ ଡିସଚାର୍ଜ ହେବାର ଥିଲା।ସେଦିନ ଯେତେବେଳେ ସେ ଡ୍ରେସିଂ ଲାଗି ଅନୁଭବଙ୍କ ରୁମ କୁ ଆସିଲା।ସେତେବେଳେ ଅନୁଭବଙ୍କ ମା ତାକୁ କହିଲେ-

ମା ରେ ଯାହା ହେଇଗଲା ତାକୁ ଭୁଲି ଯା।ଅନୁଭବ ବି ତା ଭୁଲ ବୁଝିଲାଣି।ତୁ ମୋ ଅନୁଭବର ଯେମିତି ସେବା କରୁଥିଲୁ।ସେ ସବୁ ମୁଁ ଦେଖୁଛି।ତେଣୁ ତୁ ଯଦି ହଁ କରିବୁ ତେବେ......

ତାଙ୍କ କଥାକୁ ଅଧାରେ ରଖି ସେ କିଛି ସମୟ ନିରବ ଭାବେ ଠିଆ ହେଲା।ଅନୁଭବ ଆଡକୁ ଚାହିଁଲା।ତା ପରେ କହିଲା

-ଆପଣ ଯାହା କହିଲେ ତାକୁ ମୁଁ ସମ୍ନାନ ଜଣାଉଛି।ହେଲେ ଆପଣ ଯୋଉ କହିଲେ ମୁଁ ଆପଣଙ୍କ ପୁଅର ମୁଁ ସେବା କଲି।ସେଇଟା ଭାବିବା ଆପଣଙ୍କ ଭୁଲ ।ମୁଁ ଗୋଟେ ନର୍ସ ।ତେଣୁ ରୋଗୀର ସେବା ମୋ ଧର୍ମ।ମୁଁ କେବଳ ମୋ କର୍ତ୍ତବ୍ଯ କରିଛି।ମୋର କାଲି ଯାହା ନିଷ୍ପତି ଥିଲା ଆଜି ବି ସେଇଆ ଅଛି।ଆପଣ ଙ୍କ ପୁଅ ଜାଗାରେ ଅନ୍ଯ କେହି ଥିଲେ ବି ମୁଁ ମୋର କର୍ତ୍ତବ୍ଯ ହିଁ କରିଥାଆନ୍ତି।ଦୟାକରି ମୋ କର୍ତ୍ତବ୍ଯ ପାଳନ କୁ ମୋର ଦୁର୍ବଳତା ବା ସମର୍ପଣର ସନ୍ଧିପତ୍ର କରିବାକୁ ଚେଷ୍ଟା କରନ୍ତୁ ନାହିଁ।

ଏତିକି କହି ସେ ଡ୍ରେସିଂ କାମ ସାରି ରୁମରୁ ବାହାରି ଗଲା।ଅନୁଭବ ଓ ତାଙ୍କ ପରିବାର ଲୋକେ ବ୍ଯାଗପତ୍ର ଧରି ରିସେପସନ ଆଡକୁ ମୁହାଁଇଲେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational