Writer Roja Panda

Romance

3  

Writer Roja Panda

Romance

କୃଷ୍ଣ ପ୍ରେମ

କୃଷ୍ଣ ପ୍ରେମ

2 mins
604


     


   ସବୁଦିନ ପରି ସେଦିନ ବି ରାଧାରାଣୀ କାଖରେ କଳସୀ ଧରି ଯମୁନାକୁ ପାଣି ଆଣିବା ପାଇଁ ଯାଉଥିଲେ । ହେଲେ ଲବଣୀ ଚୋର କୃଷ୍ଣ କିନ୍ତୁ ସେଦିନ ରାଧିକା ପଛରେ ଯାଇନଥିଲେ । ରାଧିକା ପୁରା ଗୋପପୁର ସାରା ଖୋଜି ବୁଲିଲେ କୃଷ୍ଣଙ୍କୁ । ଶେଷରେ କଦମ୍ବ ମୂଳରେ କୃଷ୍ଣଙ୍କୁ ଦେଖି ରାଧା ଅଭିମାନ ଭରା କଣ୍ଠରେ ପଚାରିଲେ, ଗୋପାଳ ତମେ ଏପର୍ଯ୍ୟନ୍ତ କେଉଁଠି ଥିଲ ? ମୁଁ ସାରା ଗୋପପୁର ଖୋଜି ସାରିଲିଣି । ତୁମକୁ ନଦେଖି ମୁଁ କେତେ ଯେ ବ୍ୟାକୁଳ ତାହା ତୁମେ ବୁଝିପାରିବନାହିଁ । ତୁମେ କ'ଣ ଜାଣିନାହଁ, ତୁମ ବଂଶୀ ସ୍ୱର ନଶୁଣିଲେ ଏ ରାଧାରାଣୀ ପାଗଳୀ ହେଇଯାଏ । ରାଧିକାଙ୍କ ମୁଖରୁ ଏସବୁ ଶୁଣି କୃଷ୍ଣ ସ୍ମିତହାସ୍ୟ ଦେଇ କହିଲେ, ରାଧେ ମୁଁ ପରା ତୁମ ପାଖରେ ଅଛି, ତୁମର ଅତି ନିକଟରେ । ତମେ କ'ଣ ମତେ ଅନୁଭବ କରିପାରୁନ ? ରାଧିକା କହିଲେ, ଦେଖ ଗୋପାଳ କଥା ବୁଲାଅନି । ମତେ ସିଧା ସିଧା କୁହ ତମେ କେଉଁଠି ଥିଲ ? ମୁଁ ତ ସବୁ ଜାଗା ଖୋଜିଛି ହେଲେ କେଉଁଠି ବି ପାଇଲିନି । କୃଷ୍ଣ କହିଲେ, ସବୁ ଜାଗା ଖୋଜିଲ ଯେ କିନ୍ତୁ ଗୋଟିଏ ଜାଗା ଖୋଜିନା ରାଧେ । ଯେଉଁଠି ମୁଁ ଅଛି । ରାଧିକା ପଚାରିଲେ, କେଉଁଠି ? କୃଷ୍ଣ କହିଲେ , ତୁମ ହୃଦୟରେ । ତୁମେ କ'ଣ ମତେ ତୁମ ହୃଦୟରେ ଖୋଜିଛ ? ନା ମୁଁ ଯେଉଁଠି ରହିବା କଥା ମତେ ସେଠି ନଖୋଜି ଯଦି ଅନ୍ୟ କେଉଁଠି ଖୋଜିବ ତେବେ କେମିତି ପାଇବ ? ତୁମେ ମୋର ଶରୀରର ଅଧା ରାଧିକା । ମୁଁ ଦେହ ହେଲେ, ତୁମେ ମୋର ଆତ୍ମା । ମୁଁ ତୃଷ୍ନା ହେଲେ,ତୁମେ ମୋର ଜଳ । ମୁଁ କାୟା ହେଲେ ,ତୁମେ ମୋ ଛାୟା । ତେବେ ମୁଁ ସଦା ସର୍ବଦା ତୁମ ହୃଦୟରେ ବିଦ୍ୟମାନ । ପ୍ରେମ ଆମର ଶାଶ୍ୱତ, ଅଗଭୀର । ମତେ ଅନୁଭବ କର ରାଧେ । ମୁଁ ଅଛି ତୁମର ପ୍ରତ୍ୟେକଟି ନିଶ୍ଵାସରେ, ତୁମ ବିଶ୍ୱାସରେ,ତୁମ ହୃଦୟର ସ୍ପନ୍ଦନରେ । ପ୍ରେମ କେବଳ ଶାରୀରିକ ଉପସ୍ଥିତି ନୁହେଁ, ପ୍ରେମର ଅର୍ଥ ଆତ୍ମାର ମିଳନ । ପ୍ରେମର ଅର୍ଥ ଦୁଇଟି ଆତ୍ମା ସବୁ ସମୟରେ ପରସ୍ପରର ଉପସ୍ଥିତିକୁ ଅନୁଭବ କରିବା । ପ୍ରେମ ନିରାକାର । ପ୍ରେମ ଅଦୃଶ୍ୟ,ଅସ୍ପଷ୍ଟ, ସାଗର ପରି ସୀମାହୀନ । ଅଖଣ୍ଡ ବିଶ୍ୱାସର ଆଧାର । ଯେଉଁଠି ନା ଥାଏ ଛଳନା, ନା ପ୍ରତାରଣା । ନା ହରାଇବାର ଭୟ ନା ପାଇବାର ଆକାଂକ୍ଷା । ପ୍ରେମ ଅନେକ ରଙ୍ଗର ସମାହାର, ଅନେକ ଫୁଲର ମହକ ଆଉ ଅନେକ ଗୀତର ମଧୁର ସ୍ୱର । ପ୍ରେମ ସତ୍ୟ,ପ୍ରେମ ଶିବ ଆଉ ପ୍ରେମ ହିଁ ସୁନ୍ଦର । କୃଷ୍ଣଙ୍କ ମୁଖରୁ ଏମିତି ଉକ୍ତି ଶୁଣି ରାଧିକା ଆତ୍ମ ବିଭୋର ହେଇ କହିଲେ,ଧନ୍ୟ ଗୋପାଳ,ଧନ୍ୟ ତୁମେ । ଆଜି ମୁଁ ବୁଝିଲି ବାସ୍ତବରେ ପ୍ରେମ କଣ ? ମୋର ଆତ୍ମ ଚିନ୍ତନ ଠାରୁ ବୋହୁତ ଉପରେ । 



Rate this content
Log in

Similar oriya story from Romance