STORYMIRROR

Priyaranjan Biswal

Classics

5.0  

Priyaranjan Biswal

Classics

କୃଷକ ଦମ୍ପତି ‌‌

କୃଷକ ଦମ୍ପତି ‌‌

2 mins
434



 ‌‌  ଜଙ୍ଗଲକୁ ଲାଗି ଏକ ବିରାଟ ପାହାଡ। ସେହି ପାହାଡର ପାଦ ଦେଶରେ ଗୋଟିଏ କୃଷକ ଓ ତା'ର ସ୍ତ୍ରୀ କୁଡିଆ ଟିଏ କରି ରହୁଥିଲେ। କୃଷକର ନାମ ଥିଲା ରଘୁ ଓ ତା' ସ୍ତ୍ରୀର ନାମ ଥିଲା ଜାନକୀ। ଜଙ୍ଗଲକୁ ଲାଗି ସେମାନଙ୍କର ତିନି ,ଚାରି ମାଣ ଜମି ଥାଏ,ଯାହାକୁ ଚାଷ କରି ସେମାନେ ଆନନ୍ଦରେ ଦିନ କାଟୁଥିଲେ।କିନ୍ତୁ ଦୁହିଁଙ୍କର ଗୋଟିଏ ବଡ ଦୁଃଖ ଥିଲା କି ସେମାନଙ୍କର କୌଣସି ସନ୍ତାନ ନଥିଲା। ସନ୍ତାନଟିଏ ପାଇଁ ଉଭୟ ସ୍ୱାମି ଓ ସ୍ତ୍ରୀ ଅନେକ ଓଷାବ୍ରତ ଓ ପୂଜାପାଠ କରିବା ପରେ ଭଗବାନଙ୍କ ଆର୍ଶୀବାଦରୁ ସେମାନଙ୍କର ପୁଅଟିଏ ହେଲା। ସେମାନେ ପୁଅକୁ ପାଇ ବହୁତ ଖୁସି ହେଲେ ଓ ପୁଅର ନାମ ଅନନ୍ତ ରଖିଲେ। ଧିରେ ଧିରେ ପୁଅଟି ବଡ ହେବାକୁ ଲାଗିଲା। ସେ ବହୁତ ଆଜ୍ଞାଧିନ ଥିଲା ଓ ନିଜ ବାପା ମାଆ ଙ୍କୁ ବହୁତ୍ ଭଲପାଉ ଥିଲା। କିନ୍ତୁ ହଠାତ୍ ଦିନେ ଅନନ୍ତର ଦେହ ଭିଷଣ ଖରାପ ହେଲା। ତାକୁ ଭଲ କରିବା ପାଇଁ ରଘୁ ନିଜର ସମସ୍ତ ଜମି ଓ ଘର ସାହୁକାର ନିକଟରେ ବନ୍ଧକ ରଖି ଟଙ୍କା ଆଣି ପୁଅକୁ ଭଲକଲା।ତାପରେ ଚାରିବର୍ଷ ଧରି ଲଗାତର ମରୁଡି ହେବାରୁ ରଘୁ ସାହୁକାରର

କରଜ ସୁଝିପାରିଲାନି। ତେଣୁ , ଋଣ ନସୁଝିଲେ ସବୁ ଜମି ଓ ଘର ସାହୁକାର ନେଇଯିବ ବୋଲି ଧମକ ଦେଲା।ଏପଟେ ଅନନ୍ତ ଏହି ସମୟ ଭିତରେ ଅଠର ବର୍ଷର ହୋଇଯାଇଥିଲା। ତେଣୁ ସେ ସହରକୁ ଯାଇ ରୋଜଗାର କରି ସାହୁକାରର ଋଣ ଶୁଝିବାକୁ ବାପା, ମାଙ୍କ ଠାରୁ ଅମୁମତି ନେଇ ସହରକୁ ଗଲା। ପ୍ରଥମେ ପ୍ରଥମେ ସବୁ ଠିକ୍ ଥିଲା କିନ୍ତୁ ଧିରେଧିରେ ଅନନ୍ତ କୁସଙ୍ଗରେ ପଡି ବାପା ମାଙ୍କ କଥା ଭୁଲିଗଲା ଆଉ ଖରାପ କାମ କରିବାକୁ ଲାଗିଲା ଏବଂ ପୋଲିସ୍ ହାତରେ ଧରାପଡି ଜେଲ୍ ଗଲା।ସେପଟେ ରଘୁ ଓ ତାର ସ୍ତ୍ରୀ ପୁଅ ଚିନ୍ତାରେ ପ୍ରାଣହାରି ଦେଲେ। ସାହୁକାର ସେମାନଙ୍କର ସମସ୍ତ ଜମି ଓ ଘରବାଡି ନିଜ ଅକ୍ତିଆରକୁ ନେଇଗଲା। ଦଶ ବର୍ଷ ପରେ ଜେଲ୍ ରୁ ଫେରି ଅନନ୍ତ ଘରକୁ ଫେରିଲା କିନ୍ତୁ ବାପା ମାଆ ଙ୍କ ମରିବା ଖବର ଶୁଣି ଭାଙ୍ଗିପଡିଲା। ପରିଶ୍ରମ କରି ସାହୁକାର ର ସବୁ ଋଣ ସୁଝି ନିଜର ଜମି ଓ ଘରବାଡି ମୁକୁଳାଇ ସେଠାରେ ଏକ ମନ୍ଦିର କରି ବାପା ମାଆଙ୍କ ମୂର୍ତ୍ତି ରଖି ପୁଜାକରି ଦିନ କାଟିଲା। ଆଉ ନିଜେ କରିଥିବା ଭୂଲ୍ ପାଇଁ ତାକୁ କ୍ଷମା କରିବାକୁ ପ୍ରାର୍ଥନା କଲା।


    


Rate this content
Log in

Similar oriya story from Classics