କୃପାମୟ ଜଗନ୍ନାଥ
କୃପାମୟ ଜଗନ୍ନାଥ
ଶ୍ରୀ ହେମନ୍ତ କୁମାର ରାଉତ
ଜଗନ୍ନାଥଙ୍କ ଫଟୋ ଉପରେ ଫୁଲ ଦେଇ ଧୂପଟିଏ ଲଗାଇବା ମାତ୍ରେ ହଠାତ୍ ଜଗନ୍ନାଥ ଆବିର୍ଭୂତ ହୋଇ କହିଲେ, “ଦେଖ ଦଧି ! ଭଗବାନଙ୍କୁ ଯେଉଁଥିପାଇଁ ଡାକିବା କଥା ସେ ପାଇଁ ନ ଡାକି ତମେମାନେ ହୋଟେଲ୍ରେ, ଦୋକାନରେ ମୋ ଫଟୋ ଝୁଲେଇ କାହିଁକି ବେପାର କରୁଛ ।”
ଦଧି ସାହୁ ହାତଯୋଡ଼ି କହିଲା, “ପ୍ରଭୁ ! ମୋ ସାଙ୍ଗରେ ଯେଉଁମାନେ ଦୋକାନ କରିଥିଲେ ସେମାନେ ଆଜି ଲକ୍ଷପତି । ମୁଁ ସେଇ ଦଧିଆ । ବରା ପିଆଜି ଧରି ବଇଚି । ଲୋକଙ୍କର ମୋ ପ୍ରତି ସମ୍ମାନ ନାହିଁ । ମୋ ଉପରେ ଥରେ କରୁଣାର ଜଳ ବର୍ଷଣ କରନ୍ତୁ ।”
ଜଗନ୍ନାଥ କହିଲେ, “ମୁଁ ହେଲି ପତିତଙ୍କର ପ୍ରଭୁ । ତୁ ଯଦି ମୋ କରୁଣା ଚାହୁଁ, ତେବେ କିଛି ଅବଢ଼ା ଆଣି ଗରିବ ଗୁରୁବାଙ୍କୁ ଖାଇବାକୁ ଦେ । ସହସା ଫଳ ପ୍ରାପ୍ତି ହେବ ।”
ଦଧି ହାତଯୋଡ଼ି କହିଲା, “ଦବା ନାଁ ଶୁଣିଲେ ମୋ ଛାତିଟା କେମିତି ହୋଇଯାଏ ।”
ଜଗନ୍ନାଥ କହିଲେ, “ମୋ ପାଖରୁ ଶୂନ୍ୟ ହସ୍ତରେ କେହି ଫେରନ୍ତିନି । ତୋର ଗରିବଙ୍କ ପାଇଁ ଯେଉଁ କରୁଣା ମୁଁ ଆଶୀର୍ବାଦ କରୁଛି, କଳିଯୁଗରେ ତୁ ମନ୍ତ୍ରୀ ହେବୁ ।”