ଓଡିଆ ଗଳ୍ପ

Classics

2  

ଓଡିଆ ଗଳ୍ପ

Classics

ମନ୍ତ୍ରୀ ଓ ଟେଲିଭିଜନ୍

ମନ୍ତ୍ରୀ ଓ ଟେଲିଭିଜନ୍

1 min
7.4K


ଶ୍ରୀ ହେମନ୍ତ କୁମାର ରାଉତ

ମନ୍ତ୍ରୀ ଏ ଅଞ୍ଚଳକୁ ଗସ୍ତ କଲାବେଳେ କିଛି ଲୋକେ ତାଙ୍କୁ ଭେଟିଲେ ଓ ନିଜର ଦୁଃଖ ଜଣାଇଲେ । ଗତ କିଛି ବର୍ଷ ଜମି ମରୁଡ଼ି ମଡ଼କରେ ଏଠିକାର ଲୋକେ ଫସଲ ହରାଇଛନ୍ତି । ସେମାନେ ଖାଇବାକୁ ପାଉ ନାହାନ୍ତି । କେତେ ଲୋକ ଭିଟାମାଟି ଛାଡ଼ି ପଳେଇଲେଣି ।

ମନ୍ତ୍ରୀ କହିଲେ, “ସେଦିନ ମୁଁ ଟିଭିରେ ସାକ୍ଷାତକାର ଦେବାବେଳେ କ’ଣ କହିଥିଲି ଜାଣ ?” ଚାଷୀମାନେ ଏତେ ଧାନ ଗହମ ଉତ୍ପାଦନ କରୁଛନ୍ତି ଯାହା ରଖିବାକୁ ସରକାରଙ୍କ ପାଖରେ ଜାଗା ନାହିଁ । ଲକ୍ଷ ଲକ୍ଷ କୁଇଣ୍ଟାଲ ଖାଦ୍ୟଶସ୍ୟ ବାହାରେ ପଡ଼ିଛି । ଅଥଚ ତୁମେ ଖାଇବାକୁ ପାଉନ । ତୁମେ କ’ଣ ଟିଭିରେ ଏକଥା ଶୁଣି ନାହଁ ? ତମମାନଙ୍କ ଘରେ କ’ଣ ଟିଭି ନାହିଁ ?

ଲୋକମାନେ କହିଲେ, “ଆମେ ତ ଖାଇବାକୁ ପାଉନୁ, ଟିଭି କେମିତି କରିବୁ ?”

ମନ୍ତ୍ରୀ କ୍ଷୁବ୍ଧ ହୋଇ କହିଲେ, “ଟିଭି ନଥିବାରୁ ତମେମାନେ ଦେଶର ସମସ୍ୟା କ’ଣ ଜାଣୁନାହଁ ? ଆମର ଭାଷଣ ଶୁଣୁନାହଁ, ତୁମେମାନେ ଯାଅ ଆଗେ ପ୍ରତ୍ୟେକ ଘରକୁ ଟିଭି କରିବ । ତା’ ପରେ ମୁଁ ତୁମକଥା ଶୁଣିବି ।”

ଲୋକମାନେ ଫେରି ଆସିଲେ କ’ଣ କେମିତି ଭାବି ଭାବି ।


Rate this content
Log in

Similar oriya story from Classics