STORYMIRROR

ଓଡିଆ ଗଳ୍ପ

Classics

3  

ଓଡିଆ ଗଳ୍ପ

Classics

ଦୁର୍ଗମ ପଥରେ ଗମନ

ଦୁର୍ଗମ ପଥରେ ଗମନ

1 min
14.3K


ଶ୍ରୀ ହେମନ୍ତ କୁମାର ରାଉତ

ଗାଁକୁ ମନ୍ତ୍ରୀ ଆସିବା ପରେ ଗାଁ ଲୋକେ ମନ୍ତ୍ରୀଙ୍କ ପାଖରେ ବିଭିନ୍ନ ଦାବି କଲେ । ସବୁଠାରୁ ବଡ଼ ସମସ୍ୟା ହେଲା ଗାଁରେ ପାଇଖାନା ବ୍ୟବସ୍ଥା ନଥିବାରୁ ଲୋକେ ରାସ୍ତାର ଦୁଇ କଡ଼େ ଝାଡ଼ା ଫେରୁଛନ୍ତି ।

ମନ୍ତ୍ରୀ କହିଲେ, “ଗାଁର ଦଳ ପୋଖରୀ ସଫା, ରାସ୍ତାରେ ଘାଇ ବନ୍ଧା, ସ୍କୁଲ୍ ଘର ମରାମତି ସବୁ ପଇସା ସରକାର ଦେବେ ।” ଏସବୁ କଥା କ’ଣ ଗାଁ ଲୋକେ କରିପାରିବେନି । ତମେ ସମସ୍ତଙ୍କୁ ଡାକି ଆଲୋଚନା କର ।

ଗଜି ସୁଇଁ କହିଲା, “ଆଜ୍ଞା, ଆଉ କ’ଣ ସେ ଯୁଗ ଅଛି ? କିଏ କାହା କଥା ଶୁଣିବ ? ନିଜ ହାତରେ ନିଜେ ଚଉଦ ପା’ ।”

ମନ୍ତ୍ରୀ କହିଲେ, “ମୁଁ ସବୁ ଘର ପାଇଁ ପାଇଖାନା ମଞ୍ଜୁର କରୁଛି ।”

ଟିମଦାସ କହିଲା, “ସେ ପାଇଖାନା ସେମିତି ଥିବ ଲୋକେ ବସିବେନି, ଆପଣ ଗୋଟେ ମେହେନ୍ତର ଯୋଗେଇ ଦିଅନ୍ତୁ ।”

ଏମିତି ବ୍ୟବସ୍ଥା ସରକାରଙ୍କ ନାହିଁ । ସେ କଥା ଛାଡ଼ । ଆଜି ଗାଁ ସବୁ ଲୋକ ଏକାଠି ଚାଲ ଆମେ ଝାଡୁ ଧରି ନିଜେ ପରିଷ୍କାର କରିବା । ଆଜିଠାରୁ ଶପଥ ନେବ, ରାସ୍ତାରେ କେହି ଝାଡ଼ା ବସିବାନି । ଯଦି କିଏ ବସେ, ଆମେ ସଫା କରିପକେଇବା ।

ମନ୍ତ୍ରୀ ନିଜେ ଝାଡୁଧରି ସଫା କରିଗଲେ । ଗାଁ ଲୋକେ ତାଙ୍କ ପଛରେ ମାତିଲେ । ମନ୍ତ୍ରୀ ଯେତେବେଳେ କରୁଛନ୍ତି, ସେମାନେ କରିବାକୁ ବାଧ୍ୟ ।

ପରେ ସ୍ନାନ ତର୍ପଣ ସାରି ମନ୍ତ୍ରୀ ବସିଗଲେ ଆଶ୍ୱସ୍ତ ହୋଇ । ଚଇତା କହିଲା, “ସାର୍ ! ଆପଣ ଗାନ୍ଧୀଙ୍କ ପରି ମହାନ୍, ଗୋପବନ୍ଧୁଙ୍କ ପରି ଦେଶସେବକ । ଆଜି ଆପଣ ନିଜେ ଝାଡ଼ା ସଫା କଲେ ।”

ମନ୍ତ୍ରୀ କହିଲେ, “ଝାଡ଼ା ସଫା ତ ସାମାନ୍ୟ କଥା । ଭୋଟ ପାଇଁ ବହୁ ଦୁର୍ଗମ ପଥରେ ଗମିବାକୁ ହେବରେ ଚଇତନ ।”


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics