Samar Ballav Bhoi

Abstract Tragedy Inspirational

4.5  

Samar Ballav Bhoi

Abstract Tragedy Inspirational

କରୋନାରେ ଜୀବନ ଜୀବିକା

କରୋନାରେ ଜୀବନ ଜୀବିକା

3 mins
205


 

ମାର୍ଚ୍ଚ ମାସରୁ ଆଜି ପର୍ଯ୍ୟନ୍ତ କରୋନା ଭୂତାଣୁର ମାୟାଜାଲ ଓ ଚକ୍ରବ୍ୟୁହରେ ସାରାବିଶ୍ବ ହନ୍ତସନ୍ତ ଓ ବିଚଳିତ।ବିଶ୍ବର ୨୧୩ଟି ଦେଶ କରୋନା ଭୂତାଣୁରେ କବଳିତ। କୋଭିଡ-୧୯ ଭୂତାଣୁ ଏକ ମାରାତ୍ମକ ଭୂତାଣୁ ଓ ବିଦେଶୀ ଶତୃ ବୋଲି ଧରାଯାଏ।ଶତୃ ବିଦେଶୀ କିମ୍ବା ସ୍ବଦେଶୀ କିମ୍ବା ନିଜ ଅନ୍ତରର ନକରାତ୍ମକ ଭାବନା ହୋଇପାରେ। ଶତୃ ଓ ଶତୃତା ଯେମିତି ହେଉନା କାହିଁକି ତାକୁ ଆମ ମାତୃଭୂମିରୁ ବା ଦେଶରୁ ବା ହୃଦୟରୁ ହଟାଇବାକୁ ପଡିବ। ଅନେକ ବିଦେଶୀ ଶତୃ ଭାରତବର୍ଷର ହୃଦୟବକ୍ଷରେ ରାଜତ୍ବ କରିବାକୁ ଆସି ପୁନଃ ଖାଲି ହାତରେ ଫେରିବାକୁ ପଡିଥିଲା। ବିଶ୍ବବିଜୟୀ ସିକନ୍ଦର ଆଲେକ୍ଜାଣ୍ଡର ମଧ୍ୟ ଭାରତବର୍ଷରୁ ଖାଲି ହାତରେ ଫେରିବାକୁ ପଡିଥିଲା, ଠିକ୍ ସେମିତି ରୋଗବ୍ୟାଧି ଯେମିତି ହେଉନା କାହିଁକି ତାକୁ ଆମକୁ ଦୁରେଇବାକୁ ପଡିବ। କୋରନା ଭାଇରସ ଆଜି ଆମର ବହିଶତୃ ବା ବିଦେଶୀ ଆକ୍ରମଣକାରି ଭାବରେ ଭାରତବର୍ଷ ରେ ସ୍ଥାନ ଅଧିକାର କରିସାରିଛି। ତାକୁ ଆମ ଦେଶରୁ ହଟାଇବାକୁ ପଡିବ। ତାକୁ ଏକତାବଦ୍ଦ ଭାବରେ ନୁହେଁ, ଯୁଦ୍ଧରେ ନୁହେଁ କି , ଅସ୍ତ୍ରରେ କିମ୍ବା ଶସ୍ତ୍ରରେ ନୁହେଁ କେବଳ ସାମାଜିକ ଦୁରତା ଓ ନଜରବନ୍ଦୀର ପଣ ମାଧ୍ୟମରେ। କରୋନାକୁ ମୁକାବିଲା ସାମ୍ନାରେ ନୁହେଁ କେବଳ ନିଜର ସଚେତନତାରେ। କରୋନା ଭୂତାଣୁ ଯାହା ମଣିଷର ଶରୀରକୁ ପାଟି,ନାକ ଓ ହାତ ସଂସ୍ପର୍ଶ ଆସି ଭିତରେ ପ୍ରବେଶ କରିଥାଏ। ତା`ପରେ ଶରୀର ଭିତରେ ରହି ଶ୍ବାସ ପ୍ରଶ୍ବାସ କୁ ବନ୍ଦ କରିଦିଏ। ତା`ପରେ ମଣିଷର ମୃତ୍ୟୁ ହୁଏ। ଦିନକୁ ଦିନ ତାର କାୟାବିସ୍ତାର ସଂଗୀନ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ମଣିଷ ମୃତ୍ୟୁ ମୁଖରେ ପଢୁଛନ୍ତି। କରୋନାର ଏବେ ବିସ୍ଫୋରଣ ରୁପରେଖ। କରୋନାଠାରୁ ଦୁରରେ ରହିବାକୁ ହେଲେ ଆମକୁ ସାମାଜିକ ଦୁରତା ରକ୍ଷା କରିବା, ଦିନକୁ ଚାରିପାଞ୍ଚ ଥର ହାତ ଧୋଇବା, ବାହାରକୁ ବାହାରିଲେ ମାସ୍କ ପିନ୍ଧିବା, ଆଉ ଲକ୍ଡାଉନ୍ ରେ ରହିବା। ମାର୍ଚ୍ଚ ମାସରୁ ସାରା ଭାରତବର୍ଷ ତଥା ପୃଥିବୀର ଅନେକ ଦେଶ ଲକ୍ଡାଉନ୍ ରେ ଥିଲା। ଲକ୍ଡାଉନ୍ ସମୟରେ ସାରାବିଶ୍ବର ତଥା ଭାରତବର୍ଷର ରାସ୍ତାଘାଟ, ଅଫିସ, କଳ କାରଖାନା, ଜିମ୍, ଧର୍ମାନୁଷ୍ଠାନ, ପ୍ରେକ୍ଷାଳୟ, ସ୍କୁଲ,କଲେଜ ଓ ସମସ୍ତ କାର୍ଯ୍ୟାଳୟ ଲକ୍ (ତାଲା) ପଡିରହି ଥିଲା। ଲକ୍ଡାଉନ୍ ସମୟରେ ଲୋକ ମାନଙ୍କର ସମସ୍ୟା ବହୁତ ବଢିଯାଇଥିଲା। ସେସମୟରେ ଏମିତି ଲାଗୁଥିଲା ଯେ ଆମେ ସମସ୍ତେ କାରାଗାରରେ ଆବଦ୍ଧ। ରାସ୍ତାଘାଟ ସବୁ ଶୂନସାନ ଓ ନିସ୍ତବଧ ଲାଗୁଥିଲା। ଫଗୁଣର ଫଗୁରଙ୍ଗ ଫିକା ପଡିଯାଇଥିଲା, ବସନ୍ତ ଋତୁଟା ଅତି ନିରବତା ମଧ୍ୟରେ ଫସିଯାଇଥିଲା ପରି ଲାଗୁଥିଲା। ବସନ୍ତର ମୃଦୁ ମଳୟ ସାଙ୍ଗକୁ କୋଇଲିର କୁହୁକୁହୁ ସଂଗୀତଗାନ ମଧ୍ୟ ମଳିନ ପଡିଯାଇଥିଲା। ପଶୁପକ୍ଷୀ ମାନେ ଅନାୟସରେ ଚଳପ୍ରଚଳ କରୁଥିଲେ। ସତେଯେମିତି ପଶୁପକ୍ଷୀ ଘରବାହାରେ ଆଉ ମଣିଷମାନେ ଘରେ। ଜୀବନ ଯାପନ ର ଶୈଳୀରେ କିଛିଟା ପରିବର୍ତ୍ତନ ହେଲାପରି ଲାଗୁଥିଲା। କରୋନା ପାଇଁ ପରିବାରର ଏକତା ଯୋଡିଯାଇଥିଲା।ଅନେକ ଦୁରରେ ରହୁଥିବା ପୁଅ ମା ପାଖକୁ ଫେରିଆସିଥିଲା। ପରିବାରର ହସଖୁସିରେ ପୁରି ଯାଇଥିଲା। ଘରର ସମସ୍ତ ସଦସ୍ୟ ଏକସାଥିରେ ବସି ମହାଭାରତ ଓ ରାମାୟଣ କୁ ପୁଣି ଥରେ ଦେଖିବାର ସୁଯୋଗ ପାଇଥିଲେ। କରୋନାର ଲକ୍ଡାଉନ୍ ବେଳେ ସମସ୍ତ ବ୍ୟବସାୟ ରେ ଆକଟ ଲାଗିରହିଥାଏ। ଚାଷୀର ଚାଷକ୍ଷେତରେ ଅନେକ ପନିପରିବା ନଷ୍ଟ ହେବାର ଖବର ଟିଭିରେ ଦେଖିବାକୁ ମିଳିଥିଲା। କରୋନାର ମାୟାଜାଲରେ ସମସ୍ତଙ୍କ ଜୀବନ ଯାପନ ଛନ୍ଦି ପଡିଥିଲା। ସମୟର ବୟସଟା ବଢିବା ସଙ୍ଗେ ସଙ୍ଗେ ଲୋକଙ୍କ ଦୁଃଖ ବି ବଢିଚାଲିଥାଏ।ଲକ୍ଡାଉନ୍ ସମୟରେ ଅନେକ ପ୍ରକାରର ଅଘଟଣ ଘଟୁଥାଏ। କରୋନାର ସଂକ୍ରମିତ ଧିରେ ଧିରେ ବଢିବାରେ ଲାଗିରହିଥାଏ। ଲକ୍ଡାଉନ୍ ର ପ୍ରଥମ ପର୍ଯ୍ୟାୟରେ କରୋନା ଯୋଦ୍ଧା ମାନେ ବହୁଳ ପରିମାଣରେ ଜନ ସଚେତନତାରେ ଲାଗିରହିଥିଲେ। ପ୍ରଥମ ପର୍ଯ୍ୟାୟ ଲକ୍ଡାଉନ୍ ପରେ ବାହାରେ ରହୁଥିବା ଶ୍ରମିକ, ଛାତ୍ରଛାତ୍ରୀ ଓ ପ୍ରବାସୀ ମାନଙ୍କର ଘରମୁହାଁ ଲାଗିରହିଲା। ଫଳରେ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇପଡିଥିଲା।

ଲକ୍ଡାଉନ୍ ଯୋଗୁ ଅନେକଙ୍କ ଜୀବନ ଜୀବିକା ଠପ୍ ହୋଇପଡିଛି । ଶ୍ରମିକ ଓ ଦାଦନ ମାନଙ୍କର ଦୁଃଖ କହିଲେ ନସରେ।କେତେଦିନ ଘରେ ରହି ଜୀବନ କାଟି ହେବ? ଅନେକଙ୍କ କ୍ଷେତ୍ରରେ ଜୀବନ ଜୀବିକା ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଅନେକଙ୍କ କ୍ଷେତ୍ରରେ ଜୀବିକା ହରାଇବାକୁ ପଡିଛି। କଳାକାରଙ୍କ ଠାରୁ ଚାଷୀ ପର୍ଯ୍ୟନ୍ତ ସମସ୍ତେ ଜୀବନ ବଂଚିବାକୁ ପ୍ରୟାସ ଜାରି ରଖିଥିଲେ। କିନ୍ତୁ୍ କରୋନାର କଟକଣା ଭିତରେ ସତେଯେମିତି ହଜିଯାଇଥିଲା ମଣିଷର ଜୀବନ ଜୀବିକା। ଆତ୍ମଚିତ୍କାରର ବିକଟାଳ ଶବ୍ଦରେ ଫୁଟିଉଠୁଥାଏ ଅଭାବର ସ୍ପଷ୍ଟଚିତ୍ର ସବୁ। ବିଶେଷ କରି ଲକ୍ଡାଉନ୍ ଯୋଗୁ କ୍ଷୁଦ୍ର ଚାଷୀ, ବ୍ୟବସାୟୀ ,ଗରିବ ଖଟିଖିଆ ଲୋକଙ୍କ ଜୀବନ ସତେଯେମିତି ଲକ୍ଡାଉନ୍ ଭିତରେ ଲକ୍ ହୋଇଯାଇଥିଲା। ଲକ୍ଡାଉନ୍ ରୁ ମଣିଷଟି କଣ ଶିଖବାକୁ ପାଇଲା? ଅନେକ ଲୋକ ଘରେ ରହି ବହୁତ କିଛି ଜିନିଷ ତିଆରି କରିବା ଶିଖିଗଲେ। ଦାରିଦ୍ରତାର ସ୍ପଷ୍ଟଚିତ୍ରର ସତେଯେମିତି କରୋନା ଠାରୁ ଅତି ଭୟଙ୍କର ପରିସ୍ଥିତି ସୃଷ୍ଟିକରିଥିଲା। ପ୍ରଳୟକାରି ବନ୍ୟାର ବିଭିଷିକା ପରେ ଜମିବାଡି ରେ ପଟୁ ପଡିଗଲାପରି ଲକ୍ଡାଉନ୍ ଭିତରେ ମଣିଷର ଜୀବନରେ ସତେଯେମିତି ନିରାଶାର ପଟୁ ମାଡିବସିଛି। ସମସ୍ତେ ଏବେ ବଂଚିବାକୁ ପ୍ରୟାସ କରୁଛନ୍ତି।କରୋନାର ଭୟାବହତାକୁ ଆଖିଆଗରେ ରଖି ଜୀବନ ଓ ଜୀବିକା ପ୍ରତିି ଧ୍ୟାନ ଦବାରେ ସରକାର ତଥା ଜନସାଧାରଣ ଲାଗିପଡିଛନ୍ତି। ବାସ୍ତବରେ କରୋନା ଆମର ଯେତିକି କ୍ଷତାକ୍ତ କରିଛି ତାଠାରୁ ଅଧିକ ଲାଭ ବି କରିଛି। ଆସନ୍ତୁ ମନ ଭିତରେ ନିରାଶା,ହତାଶା ଓ ଦୁଃଖକଷ୍ଟକୁ ପଛକୁ ଠେଲିଦେଇ ଏକ ବାସ୍ତବତା ର ଜୀବନ ବିତାଇବା ପାଇଁ ଆଉ ଗୋଟେ ସୁଯୋଗ ତିଆରି କରିବା। କାହିଁକିନା ଦୁଃଖ ପରେ ସୁଖ ଆସେ। ଖରାପ ସମୟ ପରେ ଭଲ ସମୟ ଆସେ। ଜୀବନର ମାନେ ବୁଝିବାକୁ ହେଲେ ସମୟ ସାଥିରେ ସାଥୀ ହୋଇ ଚାଲିବାକୁ ପଡେ। 



Rate this content
Log in

Similar oriya story from Abstract