Rasmi Rekha Tripathy

Abstract Others

3  

Rasmi Rekha Tripathy

Abstract Others

କର୍ମଫଳ

କର୍ମଫଳ

1 min
7.2K


      ଜଣେ ମହିଳା ସହକର୍ମୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ମୋ ସ୍ୱାମୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା l ମୋର ମୋ ସ୍ୱାମୀଙ୍କ ଉପରେ ପୁରା ଭରସା ଥିଲା l ସେହି ଭରସାକୁ ମୂଳଦୁଆ କରି ଆମେ ଜୀବନକୁ ଗଢିବା ଆରମ୍ଭ କଲୁ l ପୁରା ସଂସାରକୁ ସାମ୍ନା କଲୁ l ପିଲାମାନଙ୍କୁ ମଣିଷ କଲୁ l ଆଜି ଆମର ପୁଅ ଝିଅ ଦୁହେଁ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ l ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ସେ ଦିନ ମୋ ସ୍ୱାମୀଙ୍କ ନିକଟରେ କିଛି ପ୍ରମାଣ ନ ଥିଲା l ତଥାପି ଭଗବାନଙ୍କର ସହାୟତାରେ ଆମେ ସେହି ଦୁର୍ଦ୍ଦିନକୁ ସାମ୍ନା କରିଥିଲୁ ଓ ନିଜକୁ ପ୍ରମାଣିତ କରିବା ପାଇଁ ସଫଳ ହୋଇଥିଲୁ l

       ମୋ ସ୍ୱାମୀଙ୍କୁ ନିଲମ୍ବିତ କରିବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅଧିକାରୀଜଣଙ୍କ ନାମରେ ଆଜି ତାଙ୍କ ପତ୍ନୀ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ନେଇ ମହିଳା କମିସନର ଦ୍ୱାରସ୍ଥ ହୋଇଥିବା ଶୁଣି ଲାଗିଲା ଯେ ଭଗବାନ ଅଛନ୍ତି l ଆଉ ଖାଲି ଅପେକ୍ଷା, କେବେ ସେହି ମହିଳା ସହକର୍ମୀଜଣଙ୍କ ତାଙ୍କର କର୍ମଫଳ ଭୋଗିବେ?


Rate this content
Log in

Similar oriya story from Abstract