STORYMIRROR

Sunanda Mohanty

Horror Tragedy Inspirational

3  

Sunanda Mohanty

Horror Tragedy Inspirational

କଣ୍ଟା

କଣ୍ଟା

3 mins
249

 ପୂର୍ବଦିନ ବୁଧବାର, ଆମିଷ ପାଳି ଖାଇବାକୁ ଇଚ୍ଛା ନଥିଲେ ବି ବଡ ବଡ଼ ଜୀବନ୍ତ ଚୁନାମାଛର ଲୋଭରେ ଠୁକୁଠୁକାର ଲୋଭ ସମ୍ଭାଳିନପାରି ବେସର ବାଟି କେଳେଇବାକୁ ଯାଇ ଫସିଗଲି, ବାମ ହାତର ବିଶି ଆଙ୍ଗୁଠିରେ କଣ୍ଟା ରହିଗଲା ଯେତେ ଯାହା କଲେ ଆଉ ବାହାରିବା ନାମ ଧରୁନି । ମନ ଫିକା ଖାଇବା ବେଳେ ବିରହିଲାନି ସ୍ୱାଦ । କାହିଁ ଖାଉଥିଲି ବେକାରକୁ ହାତରେ କଣ୍ଟାରହିଲାଣି କାଲି ସାବିତ୍ରୀ ବ୍ରତ ଟା ଛି ଛି କି ଯୋଗ... ନିଶ୍ଚୟ ଦୁର୍ଦ୍ଦିନ l

   ଛାତ ଉପରେ ବସି ଦାନ୍ତ ଖୋଳି, ଦୁଇଥର ବ୍ରସ କରି ମନବୋଧ କଲେ ବି ହାତ ଆଙ୍ଗୁଠିଟାକୁ ଯେତେ ସେଫଟିପିନ ଓ ଛୁଞ୍ଚିରେ ତାଡି ସାରିଲିଣି ଜମା ବି ଖସୁନି ଛୋଟ ମାଛ କଣ୍ଟାଟା, ଯେତେ ଯାହା କଲେ ବି ରାଢୁରାଢୁ ଲାଗୁଛି । ସ୍ୱାମୀ ଯେତେ ବୁଝେଇ କହେଲେ ଯାଇଥିବ ଭାରି ଯେ ସେଇ ଯୋଉ ଖୋଳା ଖୋଳି କଲ ଛୁଞ୍ଚିରେ ସେଇ ସେମିତି ଲାଗୁଥିବ ତଥାପି ମନ ବୁଝୁନି ସେ ଜାଗାରେ କେତେ କଣ ମନ ଇଚ୍ଛା ବୋଳିଲେ ବି ଶାନ୍ତି ଲାଗୁନି ।

  ରାତିରେ ନିଦ ବି ହଉନି । ମାଛ କଣ୍ଟା ବାମ ହାତ ବିଶି ଆଙ୍ଗୁଠିରେ ରହିଲା କେମିତି ମୁଗ ଧୋଇବି, ଫଳ ମୂଳ କାଟିବି, ବୁଦ୍ଧି ଦିଶୁନି, ଏତିକି ବେଳକୁ ମାଛ କଣ୍ଟା ମୋ ଆଗରେ ଉଭା, ଏତେ ବଡ କଣ୍ଟାଟେ ହୋଇ ମତେ କହୁଛି କାଢି ପାରୁନୁ ମତେ... ତୁ ମଣିଷ ସବୁ ବୁଦ୍ଧି ବିଦ୍ୟା ତୋ ପାଖରେ ଥାଇ ବି ତୁ ଛାର ମାଛ କଣ୍ଟାଟେ ପାଖେ ହାର ମାନିଯାଉଛୁ । କିଛି ନହେଲେ ନେଲପଲିସ ଲାଗାଇ ଦେଉନୁ... ଧଡ଼ପଡ଼ ଉଠିବସିଲି, ନେଲପାଲିସ ଲଗେଇ ଶୋଇଗଲି ହେଲେ ମନ ଭଲ ନଥିଲା । 

   ସକାଳୁ ଗାଧୁଆ ପୂଜା ପୂଜି ସାରି ମୁଗ ଵତୁରୁଛି ମନେ ପଡିଗଲା ଆଉ କଣ କରିବି। ଶୁଖିଲା ଫଳମୂଳ ଧରି ଶିବମନ୍ଦିର । ନନା ଏକୁଟିଆ ସବୁ ପାଣିଲାଗି ସରିଲା ପରେ ମନକଥା କହିଦେଲି ତ ନନା କହିଲେ ମାଆ ଇଏ ତ ଘୋର ପାପ ତୁମେ ହାତରେ ମାଛକଣ୍ଟା ରଖି ମନ୍ଦିର ଆସିଲ କାହିଁକି ... ? ମନ ବୁଝିଲାନି ନନା ସାବିତ୍ରୀଟାରେ ପୂଜା ଟିକେ ନକଲେ ଏଇ ନିଅନ୍ତୁ ଶହେ ଟଙ୍କା ମୋ ଲାଗି ପାଣି ଲାଗି କରି ପାତକ ଛଡେଇ ଦେବେ l

   ସେଠୁ ଫେରିବା ବାଟରେ ଦିଦିଙ୍କ ଘର । ସେଇଠି ଆମେ ସାଇ ଯାକର ସ୍ତ୍ରୀ ଲୋକ ପୂଜା କରୁ ଏଵେ ଆଉ କରୁନାହାନ୍ତି ଦିଦି ତ ସବୁ ମନ କଥା ଖୋଲି କହିଦେଲି । ଦି ଟା ବୋହୂ ତାଙ୍କର ଦଉଡି ଆସିଲେ କଣ ହେଇଛି ସବୁ ଶୁଣି ଏମା, କେମିତି ପୂଜା କଲେ? 

   ବିବ୍ରତ ଭିତରେ ଚାଲିଆସି ଠାକୁର ଘରେ ଭୋଗ ରଖୁଛି ଆଉ ଭାବୁଛି ନନା ଟିକେ ସାହାଯ୍ୟ କଲେନି କି ଦିଦିର ଦୁଇବୋହୁ ଟିକେ ହାତ ଦେଖି କଣ୍ଟାଟା ଅଛିକି ନାହିଁ ବି ଦେଖିଲେନି ବରଂ ଡରେଇ ଦେଲେ ମୁଁ ବେଶୀ ପାପ କରିଛି । ସବୁଶୁଣି ସ୍ୱାମୀ କହିଲେ ଏସବୁ କଥା ଅନ୍ୟକୁ କହିବାର ମାନେ କଣ ଏଇ ମୋ ଦାନ୍ତରେ ପା ଲାଗିଛି ଯେ ମୁଁ ବ୍ରସ କରିଚାଲିଛି ତ ମୁଁ ବି ଯାଇ ନୂଆ ବ୍ରସଟିଏ ଆଣି ଲଗାଇଥିବା ନେଲପାଲିସ ଉପରେ ଘଷି ଛଡାଇ ପୁଣି ଘଷି ଚାଲିଥାଏ । ଝିଅ ବୋହୂ ଫୋନ କରି କଣ ଖାଇଲେ, ଶାଢ଼ୀ ଚୁଡ଼ି ପିନ୍ଧିଲେ କି ନାଇଁ, ଫୋଟୋ ଉଠାଇ ଦିଅନ୍ତୁ କହିବାରେ କାନ୍ଦି କାନ୍ଦି ସବୁ କହୁଥିଲି ତ ଦୁହେଁ କହୁଥିଲେ ହେ କଣ୍ଟା କଣ ଆଉ ଥିବ ତତେ ସେମିତି ଲାଗୁଛି । ମତେ ତାଙ୍କ କଥା ଶୀତଳ ଚନ୍ଦନ ପରି ଲାଗୁଥିଲା । ଶିବଙ୍କ ମୁଣ୍ଡରୁ ଖସିଥିବା ଫୁଲଟି ବିଶ୍ୱାସର ଫଲଗୁ ଝରାଇଦେଉଥିଲା ହେଲେ ମାଛ କଣ୍ଟାର ସେ ମୁଖାଟା ମତେ କଷ୍ଟ ଦେଉଥିଲା ତ ସ୍ୱାମୀ କହୁଥିଲେ ହାତ ଫାଟିରକ୍ତ ବୋହିଲାଣି କେତେ ଘସୁଛ ବ୍ରସ ଆଉ କଣ ସେ କଣ୍ଟା ଥିବ? କେଜାଣି କହି ଆଙ୍ଗୁଠିକୁ ପାଟିକୁ ନେବାକୁ ଯାଇ ଥମିଗଲି କାଳେ କଣ୍ଟା ଥିବ । ସାବିତ୍ରୀ ଅମାବାସ୍ୟାରେ ଛି ଛି... ହେଲେ ଦୀପଟା ଜଳୁଥିଲା । ଠାକୁର ମାନେ ହସୁଥିଲେ ସ୍ୱାମୀ ଫୋଟୋ ପାଇଁ ପୋଜ ଦେବାକୁ କହୁଥିଲେ ଯେ ମନ ନଥିଲା ତଥାପି ବିଶ୍ୱାସ ଥିଲା ଉଶ୍ୱାସ ବି ଲାଗୁଥିଲା ହାତଟା ବ୍ୟାଣ୍ଡେଜ କରିସାରିଥିଲେ ସେ ହେଲେ ତାଙ୍କ ମୁଁହଟା ମତେ ମାଛକଣ୍ଟା ମୁଖା ଭଳି ଦିଶୁଥିଲା କାରଣ ମାଛ ତ ସିଏ ଆଣିଥିଲେ ନା !


Rate this content
Log in

Similar oriya story from Horror