କଙ୍କାଳର କୋହ
କଙ୍କାଳର କୋହ
ସେଦିନ ମୋ ଚାକିରୀ ଜୀବନର ପ୍ରଥମ ଦିନ l ନାଇଟ ୱାଚର ରୂପେ ନିଯୁକ୍ତି ପାଇଥାଏ ଶ୍ରୀରାଜ ହାଇସ୍କୁଲ ରେ l ଦିନ ପ୍ରାୟ ସାଢେ ନଅ ଟା ରେ ମୁଁ ସେଠାରେ ପହଞ୍ଚିଲି l ପ୍ରଧାନ ଶିକ୍ଷକ ମହୋଦୟ ମୋତେ ମୋ ରହିବା ପ୍ରକୋଷ୍ଠ ଟି ସୂଚାଇ ଦେଇଥିଲ l ମୁଁ ମୋର ସାଙ୍ଗରେ ନେଇ ଥିବା ଆସବାବ ପତ୍ର ସଜାଇ ରଖିଥିଲି l ବିଦ୍ୟାଳୟ କାର୍ଯ୍ୟ ରେ ନିଯୁକ୍ତ ହୋଇଥିଲି l
ପ୍ରଥମେ ବୁଲି ବୁଲି ସ୍କୁଲ ଟି ର ଶ୍ରେଣୀ ପ୍ରକୋଷ୍ଠ ତଥା ବାହ୍ୟ ପରିବେଶ କୁ ଦେଖିଲି l ଏହାର ଅବସ୍ଥିତି ଏକ ପଥର ମୁଣ୍ଡିଆ ତଳେ ନିରୋଳା ଅଞ୍ଚଳ ରେ l ଚାରି ପାଖରେ ପାଚେରୀ କୁ ଲାଗି ସୁ ଦୀର୍ଘ ବୃକ୍ଷ ରାଜି l ସ୍କୁଲ କୁ ଲାଗି ବିରାଟ ଖେଳ ପଡିଆ l ପିଲା ମାନଙ୍କ କୋଳାହଳ ରେ ଦିନ ଟି ବିତି ଗଲା l
ସବୁ ଦିନ ପରି ସନ୍ଧ୍ୟା ଚାରି ଟା ରେ ସ୍କୁଲ ଛୁଟି ହେଲା l ସବୁ ଯେ ଯା ବାଟରେ ଚାଲିଲେ l ପ୍ରଧାନ ଶିକ୍ଷକ ମୋତେ ସ୍କୁଲ ର ଚାବି ଦେଲେ ଏବଂ ତାର ତଦାରଖ ର ଦାୟିତ୍ୱ୍ ଦେଇ ଚାଲି ଗଲେ l ଏତେ ବଡ଼ ସ୍କୁଲ l ଭାରି ନିଛାଟିଆ ଲାଗୁଥିଲା l ରାତ୍ରି ଭୋଜନ ପାଇଁ କିଛି ପ୍ରସ୍ତୁତ କରି ନିକଟରେ ଥିବା ଗାଁ କୁ ଗଲି ଟିକେ ବୁଲି ଆସିବା ପାଇଁ l ସେଠାରେ କିଛି ପିଲା ଙ୍କ ସହ ମୋର ବନ୍ଧୁତା ହୋଇଗଲା l ଏପରି ଦିନ ଟି ବିତି ଗଲା l ରାତ୍ରି ଭୋଜନ ସାରି ଭାବିଲି ସ୍କୁଲ ରେ ଘେରାଏ ମାରି ଆଶେ l ମୋ କଠୋରୀ ବାହାରେ ଛିଡା ହୋଇଥିଲି ଏକ ଅସମ୍ଭବ ଦୃଶ୍ୟ ଗୋଚର ହେଲା l ପ୍ରଧାନ ଶିକ୍ଷକ ଙ୍କ ପ୍ରକୋଷ୍ଠ ଟି ବନ୍ଦ ଥିଲା କିନ୍ତୁ ସେ ଭିତର ଜଣେ କେହି ବାହାରିଲା ପରିଲାଗିଲା l ମୋ ଦେହ ହାତ ଥର ଥର ହେବାକୁ ଲାଗିଲାଣି l ହେଲେ କହିବି କାହାକୁ ଚାରି ପାଖରେ ନିର୍ଜନତା ଗର୍ଜନ l ଲୋମ ଗୁଡିକ ଭୟରେ ଟାଙ୍କୁରି ଗଲେଣି l କିନ୍ତୁ ମନକୁ ଦୃଢ କାଲିଭୟ କୁ ଛାଡ଼ିଲି କାରଣ ମୋତେ ଏପରି ଏକୁଟିଆ ହିଁ ସବୁଦିନେ ରହିବାକୁ ପଡିବ ନତୁବା ଚାକିରୀ ଛାଡିବାକୁ ପଡିବ l
ତାହା କଣ ଥିଲା ଜାଣିବାକୁ ଆଗ୍ରହ ବଢିଲା l ଲକ୍ଷ୍ୟ କଲି ଜଣେ ଯୁବକ ପରି ପ୍ରତୀତ ହେଉଛି କିନ୍ତୁ ରୂପ ସୁସ୍ପଷ୍ଟ ନୁହଁ ସେଇ କଠୋରୀ ଚାରି ପାଖରେ ବୁଲି ସେଇ କବାଟ ଆଗରୁ କୁଆଡେ ଚାଲିଗଲା ଜାଣିପାରିଲିନି l
ରାତିସାରା ନିଦ ନାହିଁ, ସପ ଉପରେ ଗଡ଼ ତଡ଼ ହେଇ ରାତି ଟି ପାହିଗଲା l ଏଇ କଥା ମୁଁ କାହାକୁ କହିପାରୁନଥାଏ ମନେ ମନେ ରାତି କଥା ଭାବି ଭୟ ଲାଗୁଥିଲା କିନ୍ତୁ ସମସ୍ତ ଙ୍କୁ ଦେଖି ଓ କୋଳାହଳ ରେ ସବୁ ଭୁଲିବାକୁ ଚେଷ୍ଟା କଲି l ପ୍ରଧାନ ଶିକ୍ଷକ କୌଣସି ଏକ କାମରେ ତାଙ୍କ ପ୍ରକୋଷ୍ଠ କୁ ଡାକିଲେ l ସେଠି ଏକ କୋଣରେ ଆଲମିରା ରେ ଏକ କଙ୍କାଳ କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲି l ତାହା ଏକ କାଚ ଆଲମିରା ଥିଲା l ସେଇ କଙ୍କାଳ କୁ ପିଲାମାନଙ୍କ ପାଠ ପଢ଼ା ପାଇଁ ରଖା ଯାଇଥିଲା l ସେଦିନ ସଅଳ ସଅଳ ମୋର ସବୁ କାମ ସାରି ଦେଲି ଏବଂ ରାତି ରେ ସେହି ଆଡେ ଆଉ ଚାହିଁନି l ଏମିତି କିଛି ଦିନ ବିତିଗଲା l ମନରୁ ବି ଭୟ ଧୀରେ ଧୀରେ ଅପସରି ଗଲାଣି l ଦିନେ ରାତିରେ ପୁଣି ସେଇ ଦୃଶ୍ୟ ମୋର ଦୃଷ୍ଟି ଗୋଚର ହେଲା l ସେଦିନ ସାହାସ ସଂଚୟ କରି ଧୀରେ ଧୀରେ ସେ ଆଡ଼କୁ ଅଗ୍ରସର ହେଲି l ଦେଖିଲି ପ୍ରକୋଷ୍ଠ ପଛ ପଟେ ଥିବା ଏକ କୋଣ ରେ ବସି ଜଣେ କିଏ କାନ୍ଦୁଛି l ଏମିତି ଲାଗୁଥିଲା ସତେ ଯେପରି ସେ ତା ହୃଦୟ ର କୋହ ଲୁହ ହୋଇ ଝରି ଆସୁଥିଲା l ପଚାରିଲି ତୁମେ କିଏ? ଏହି ନିକାଞ୍ଚନ ରଜନୀ ରେ ଏମିତି ରୋଦନ କରୁଛ! "ମୁଁ "(ଗମ୍ଭୀର ସ୍ଵର )ଭିତରେ ଥିବା କଙ୍କାଳ l ତୁମେ ଡରନି ମୁଁ କାହାର କଣ କରିବି ଯେ ସଂସାର ଛାଡି ମଧ୍ୟ ପ୍ରେତ ହୋଇ ଘୁରି ବୁଲୁଛି l ମୋତେ ବି ଭାରି କଷ୍ଟ ଲାଗିଲା ତା ସ୍ଵର ଶୁଣି ପଚାରିଲି ତୁମର କଣ ହୋଇଥିଲା l ମୁଁ ବି ଦିନେ ତୁମ ପରି ଥିଲି l ପିଲା ଟି ଦିନରୁ ମା ଚାଲିଯାଇଥିଲା l ସାବତ ମା ର ଅତ୍ୟାଚାର ରେ ପିଲାଦିନ କାଟିଲା କିନ୍ତୁ ବାପା ଙ୍କ ସ୍ନେହ ରେ ସବୁ ଭୁଲି ଯାଉଥିଲି କିନ୍ତୁ ସେବି ଅଧା ବାଟରେ ଛାଡି ଚାଲିଗଲେ l ଜୀବନ ହେଲା ଦୁର୍ବିସହ l ଦିନ ଭରି ଗଧ ଖଟଣି ସାଙ୍ଗ କୁ ପେଟକୁ ବେଲେ ଭାତ ବି ଦିଅନ୍ତିନି l ଏପରି ହେଇ ମୋ ଦେହ ଖରାପ ହୋଇ ମୋର ପ୍ରୟାଣ ଘଟିଲା l ସାରା ଜୀବନ କେବଳ ସଢ଼ି ସଢ଼ି ଦୁଃଖରେ ଚାଲିଗଲା ଏତିକି ରେ ବି ତାଙ୍କ ମନ ଭରିଲାନି ମୋ ଶବକୁ ବିକ୍ରି କରିଦେଲେ ସଂସ୍କାର ନ କରି l
ମୋ କଣ୍ଠ ପୁରା ରୁଦ୍ଧ, ଓଠ ଥରୁ ଥାଏ କିନ୍ତୁ ସ୍ଵର ବାହାରୁ ନଥିଲା l କିନ୍ତୁ ତାର ସନ୍ତପ୍ତ ପ୍ରାଣରେ ଟିକେ ସ୍ନେହର ପ୍ରଲେପ ଦେଇ କହିଲି ମନ ଦୁଃଖ କରନା ଋଷି ଦଧୀଚି ଯେପରି ବଞ୍ଚି ଥାଉ ଥାଉ ଜନ ମଙ୍ଗଳ ପାଇଁ ଶରୀର ତ୍ୟାଗ କରି ତାଙ୍କ କଙ୍କାଳ କୁ ଅସ୍ତ୍ର ରୂପେ ଇନ୍ଦ୍ରଙ୍କୁ ଦେଇଥିଲେ ସେହିପରି ତୁମ ଶରୀର ନିଆଁରେ ଜଳି ପାଉଁଶ ହୋଇଯାଇଥାନ୍ତା l କିନ୍ତୁ ଏବେ ତାହା କୋଟି କୋଟି ଶିକ୍ଷାର୍ଥୀ ଙ୍କୁ ଶରୀର ର ଅସ୍ଥି ପଞ୍ଜରା ର ଜ୍ଞାନ ବାଣ୍ଟୁଛି l ଯାହା ଦ୍ୱାରା ଭବିଷ୍ୟତ ରେ ଅନେକ ଲୋକଙ୍କ ଉପକାରରେ ଆସୁଛି l ଏପରି ଏକ ମହାନ କାମ ପାଇଁ ଭଗବାନ ତୁମକୁ ବାଛିଛନ୍ତି l ବାସ ସେହି ଦିନ ପର ଠାରୁ ଆଉ କେବେ ସେ ଦୃଶ୍ୟ ମୋ ଚାକିରୀ ସମୟରେ ମୁଁ ଦେଖିନାହିଁ l

