Akshayakumar Dash

Abstract

2  

Akshayakumar Dash

Abstract

କଖାରୁ ଫୁଲ

କଖାରୁ ଫୁଲ

2 mins
277


ରମେଶ ସାର ବାହାରିଲେ ବଜାର । ସକାଳୁ ସକାଳୁ ସାଇକେଲ ଧରି ଛୁଟିଲେ। ପରିବେଶ ସୁସ୍ଥ ରଖିବା ପାଇଁ ବର୍ଜନ କରାଯାଇଛି ପ୍ଲାଷ୍ଟିକ ଜରୀର ଝୁଲା । ତେଣୁ କପଡାର ବେଗଟିଏ ନିଅନ୍ତି । ସଉଦା ସେଥିରେ ଆଣନ୍ତି । ପହଁଚିଲେ ବଜାର। ଘର ଠାରୁ କୋଷେ ବାଟ ହେବ । ସୌଦା କିଛି କିଣି ଫେରୁଥିଲେ ଘରକୁ । ବାଟରେ ସକାଳୁସକାଳୁ ତାଜା ପରିବାମାନ ଧରି ବିକୁଥିଲେ କେତେକ ଚାଷୀଭାଇ । ଟମାଟୋ,ମୂଳା,କୋବି,ବାଇଗଣ, ଆଉରି ପୁଣି ଶାଗ । ଶାଗ ଭିତରେ, ଧନିଆପତ୍ର, ମେଥି, ପୋଦିନା, କୋଶଳା, ନେଉଟିଆ,ପାଳଙ୍ଗ,ବଥୂଆ,କଳମ,ପିତାଶାଗ । ପିଆଜଷଣ୍ଢ।,କିଛି ପାଳଙ୍ଗ,ମେଥି ଓ ଧଣିଆ ଶାଗ କିଣିଲେ। ଚାଷୀ ଭାଇ ଜଣକ ଜରୀ ଝୁଲାରେ ଦେଉଥିଲେ। ମନାକଲେ, ନିଜ ବ୍ୟାଗରେ ନେବାକୁ କହିଲେ । ଚାଷୀ ଭାଇଟି ଖୁସିହୋଇ ଦେଲା । କହିଲା ଏ ବଜାରରେ ଗରାଖମାନେ ଜରୀବେଗରେ ଦେବାକୁ କହୁଛନ୍ତି ,ଆପଣ କିନ୍ତୁ-ହଁ ଠିକ କଥା,ଆମେ ଆମର ସୁଭିଧାପାଇଁ ନେଇଯାଉଛୁ ହେଲେ ସମସ୍ତେ କିମିତି ସୁନ୍ଦର ପରିବେଶ ପାଇବେ ଚିନ୍ତାକରିବା କଥା । ଚାଷୀ ଭାଇଟି କହିଲା ଅ।ଜ୍ଞ। ମତେ ଜରୀବ୍ୟାଗ କିଣିବାକୁପଡେ । ଥରେ ଏଇକଥା ଜଣେ ଶିକ୍ଷିତ ଗରାଖ କୁଁ କହିଲି ସରକାର ତ ବନ୍ଦକଲେ ଆମେ କିମିତି ଦେବୁ ? ସେ ବାବୁଜଣକ ମତେ ଓଲଟି କହିଲେ ମୋ ମୁଣ୍ଡରେ ଦେ । ପାଖ ଦୋକାନରୁ କିଣିଆଣିଲି ସେଥିରେ ଦେଲି । ରମେଶ ସାର ମର୍ମାହତ ହୋଇ କହିଲେ ତୁମର ବା ଦୋଷକଣ ଲୋକମାନେ ବୁଝୁନାହାନ୍ତି । ଉପଯୁକ୍ତ ପଇସା ଦେଇ ଆଗକୁବଢ଼ିଲେ ।

ଜଣେ ସାଙ୍ଗ ଭେଟହେଲା। କିରେ ଶାଗ ପରିବା କିଣିନେଲୁ ? ଆଉ କଥାକଣ ତୋର ଦେଖାନାହିଁ,ଝିଅ ପାଖକୁ ପଲୋଉଚୁକି? ରମେଶ ସାର କହିଲେ,ଥଣ୍ଡା ପଡିଛିତ ବାହାରକୁ ଭାରୁନାହିଁ । ଜଗିରଖି ଚଳିବାକୁ ପଡୁଛି । ପାଖରେ ଚାଷୀଭାଇ ଜଣେ ତାର କଖାରୁଫୁଲ ଥୋଇ ବିକୁଛି । ରମେଶ ସାର ଦଶଟଙ୍କାରେ ଦେବାକୁ କହିଲେ । ଲୋକଟି ପାଞ୍ଚବିଡା ଫୁଲ ଦେଲା । ଆରେ ଏକଣ, ଏ ମହୁମାଛି ମାନେ ଫୁଲରେ ଅଛନ୍ତି ମାରିବେ ନାହିଁ କେମିତି ନେବି । ଲୋକଟି ହସିଲା କହିଲା ସାର ଏମାନେ ମାରିବେ ନାହିଁ ସେମାନେ ଉଡି ପଳେଇବେ । ନିଅନ୍ତୁ । କଖାରୁଫୁଲ ପୁଳାକ ତା ହାତରୁ ନେଲେ ରମେଶ ସାର । ତାଙ୍କ ସାଙ୍ଗ ଜଣକ କହିଲେ ହୁସିଆର ନେବୁ, ମାରିପାରନ୍ତି। ରମେଶ ବାବୁ କହିଲେ ଦେଖତ, ମହୁମାଛି କେମିତି କଖାରୁଫୁଲର ପରାଗ ପାନ କରିବାରେ ଲାଗିପଡିଛନ୍ତି । ଆରେ ମଧୁସଂଗ୍ରହ କରୁଛନ୍ତି । ସଂଗ୍ରହ ବେଳେ ମତୁଆଲା ହୋଇ ଲାଗିପଡନ୍ତି । ମାନେ ପଚାରିଲେ ରମେଶ ,ଆରେ ତୁ ଜଣେ କବି ଲେଖକ ଏତିକ ଜାଣିନୁ,ତୁ କବିତା ଲେଖିଲାବେଳେ କେମିତି ବାହାର ଦୁନିଆଁ ଭୁଲିଯାଉ ? ବୁଝିଲି କଣ ବୁଝିଲୁ ସାଙ୍ଗ ପଚାରିଲେ। ଏମାନେ ପ୍ରେମ କରୁଛନ୍ତି କାହାକୁ କଖାରୁଫୁଲକୁ । ଖାଲି ମଣିଷମାନେ ପ୍ରେମକରିବେ ଏମାନେ ପ୍ରେମ କରିବେ ନାହିଁ? ରମେଶ କହିଲେ ପ୍ରକୃତିର ପ୍ରେମ ନିଆରା ଫୁଲକୁ ମହୁମାଛି ପ୍ରେମ କଲାବେଳେ ଏକଲୟରେ ରୁହେ ସେମିତି ପ୍ରେମ ଫାସରେ ମଣିଷ ପଡିଲେ ଭୋକ ଶୋଷ ଭୁଲିଯାଏ । ତା ଆଖିରେ ପ୍ରେମିକ ର ପ୍ରେମିକା ଛଡା କିଛି ଦିସେନାହି । ଦୁହିଁଙ୍କର ପାଇବାକୁ ଇଚ୍ଛା ସାଙ୍ଗ କହିଲେ ଏହି ତୁ ଯେମିତି କଖାରୁଫୁଲକୁ ପ୍ରେମ କରି କିଣିନେଉଛୁ ନୁହେଁ? ଦୁହେଁ ହାସିଉଠିଲେ । ରମେଶ କହିଲେ ଆରେ ତୁ ମତେ ପ୍ରେମସମ୍ପର୍କ ରଖି ,ଦେଖି ଦିପଦ କଥାହେଲୁ । ଆରେ ଦୁନିଆଁଟା ପ୍ରେମରେ ବନ୍ଧା। ବଂଧୁ ଟିଏ ଲୋଡ଼ା । ଥାଉ ତୋର ପ୍ରେମ କାହାଣୀ,ଘରେ ତୋ ଘରଣୀ ଅପେକ୍ଷା କରିଥିବ,ଆରେ ହଁ ତ? ସାଇକେଲ ଧରି ଘରକୁ ଫେରିଲେ ରମେଶ ସାର ।


Rate this content
Log in

Similar oriya story from Abstract