Dipti lekha Mishra

Inspirational Others

5.0  

Dipti lekha Mishra

Inspirational Others

ଖୁସିର ଖୁସି

ଖୁସିର ଖୁସି

2 mins
274


ଖୁସି ବୋଲି ଝିଅଟି ଥାଏ । ତାକୁ ସମସ୍ତେ ଉଦଣ୍ତୀ କହୁଥାନ୍ତି ତଥାପି କାହାକୁ ଖାତିର କରୁନଥାଏ । ବାପା ମାଆ ଛେଉଣ୍ତ ପିଲାଟି ଭାରୀ ଅସହାୟ ମନେ କରୁଥିଲା ଦିନେ ଦିନେ ଆଉ ବିଳବିଳେଇ କାନ୍ଦୁଥିଲା । ହେଲେ ତା କାନ୍ଦ ଶୁଣିବାକୁ ତା ପାଖରେ ଜେଜେ ମାଆ ହିଁ ଥା’ନ୍ତି । ଦୁହେଁ ଦିହିଁଙ୍କ ମୁହଁ ଦେଖି ସାରା ଦିନ କାଟୁଥିଲେ । ପୁଅ ମାନଙ୍କ ଭଳି କୁରାଢୀ ଧରି କାଠ ଚିରେ ତ ଆଉ କେବେ ନଡିଆ ଗଛ ଚଢି ଗଛରୁ ନଡିଆ ତୋଳିପାରେ । ଏଣୁ ଗାଁ ଲୋକେ ଖୁସିକୁ ଖୁସିରେ ଡାକନ୍ତି ଉଦଣ୍ତୀ ।


ଦିନେ ଗାଁ ଲୋକ ବଣଭୋଜି ଯିବା ପାଇଁ ବାହାରିଲେ ତାରାତାରିଣୀ ମନ୍ଦିର । ସେଠାକୁ ଯିବା ପାଇଁ ସବୁ ପ୍ରସ୍ତୁତି ଖୁସି ହିଁ କରୁଥିଲା । ସମସ୍ତେ ବହୁତ ଭଲରେ ଭଲରେ ପହଂଚିଲେ ଆଉ ଭୋଜିଭାତ ରାନ୍ଧି ବହୁତ ମଜା କରିଥିଲେ । ଫେରିବା ରାସ୍ତାରେ ନିମ୍ବ ଗଛରେ ବସି ମାଙ୍କଡ ପିଲାଟି କାନ୍ଦୁଥାଏ । କେହି ତାକୁ ଖାଇବାକୁ ବି ଦିଅନ୍ତିନି । ସେ ତା ଗୋଡରେ ଆଘାତ ପାଇଥିବାରୁ ଅନ୍ୟମାନଙ୍କ ଭଳି ଛଡାଇ ଖାଇପାରେନି । ଏ ଦୄଶ୍ଯ ଦେଖି ଖୁସି ସମ୍ଭାଳି ପାରିନଥିଲା । ସେ ବି ମାଙ୍କଡଙ୍କ ଭଳି କୁଦା ମାରି ନିମ୍ବ ଗଛରେ ଚଢିଲା । ଅଣ୍ଟାରେ ଖାଦ୍ୟ ଭିଡିଥାଏ । ବହୁତ କଷ୍ଟରେ ମାଙ୍କଡ ପାଖରେ ପହଁଚିଲା କାରଣ ନିମ୍ବ ଗଛରେ ଚଢିବା ଭାରୀ କଷ୍ଟ ଥିଲା । ତଥାପି ହାର ନ ମାନି ମାଙ୍କଡ ପାଖେ ପହଂଚି ତାକୁ ଆଗ ଖୁଆଇଦେଲା । ମାଙ୍କଡକୁ ପିଠିରେ ବାନ୍ଧି ସାଙ୍ଗରେ ଆଣିଲା । ସେଠୁ ସେ ବହୁତ କଷ୍ଟରେ ଗାଁ ଲୋକଙ୍କ ସାହାଯ୍ୟରେ ପୁଣି ମନ୍ଦିର ପାଖକୁ ଆସିଲା । ମାଙ୍କଡକୁ ଅଧିକ ଯତ୍ନ କରି ଭଲ ବି କରିଦେଲା ।

ଛୋଟରୁ ସେ ଏତେ ବଡ ହୋଇଗଲା ଯେ ଅନ୍ୟ ଗାଁ ଲୋକ ଆସିଲେ ତାକୁ ଦେଖି ଡରୁଥାନ୍ତି । କିନ୍ତୁ ଖୁସିର ଗାଁ ଲୋକଙ୍କ ଶ୍ରଦ୍ଧା କହିଲେ ନ ସରେ । 

ଦିନେ ତାକୁ ନିଜ ଗାଁକୁ ଯିବାକୁ ମନେ ହେଲା ଏଣୁ ସେ ତାରାତାରିଣୀ ଯିବାକୁ ବାହାରିଲା । କିନ୍ତୁ ରାସ୍ତା ଜାଣିପାରିବ ନି ଭାବି ଖୁସିକୁ ଟାଣି ଟାଣି ନେଲା । ଆଉ ଖୁସିର ଖୁସି ଦେଖ ଖାଲି ମାଙ୍କଡର ମୁହଁକୁ ଚାହିଁ କେତେ କଥା ଶିଖାଇ ଖାଲି ହସୁଛି ।


Rate this content
Log in

Similar oriya story from Inspirational