Trupti Paikaray

Inspirational

3.8  

Trupti Paikaray

Inspirational

ଖନା ଭାଇ ପିଆଜି

ଖନା ଭାଇ ପିଆଜି

3 mins
13.7K


“ଖନା ଭାଇ ପିଆଜି”

 

ପ୍ରତିଦିନ ସ୍କୁଲ ସରିଲାପରେ ଆମେ ସବୁ ସାଙ୍ଗସାଥି ମେଳି ହେଇ ପହଞ୍ଚିଯାଉ ଖନାଭାଇ ପିଆଜି ଦୋକାନ ପାଖରେ I ଆମ ଗାଁ ଖନାଭାଇ ହାତତିଆରି ପିଆଜି ଯିଏ ଖାଇଛି ସେ ତା ଜୀବନସାରା ଭୁଲିପାରିବନି I ପ୍ରତିଦିନ ୪ ଟା ବାଜିଲେ ଖନାଭାଇ ଦୋକାନ ପାଖରେ ନାହିଁ ନଥିବା ଭିଡ I ଖାଲି ଆମ ଗାଁ କଣ ଆଖପାଖ ଗାଁଲୋକ ବି ଆସନ୍ତି ପିଆଜି ଖାଇବାକୁ l ଦୋକାନମାନେ ଗୋଟେ ଛୋଟ ଚାଳିଆ ଘର ଆଉ ତା ଭିତରେ ଗୋଟେ ବଡ ଚୁଲାଉପରେ ବଡ କଢ଼େଇ ବସିଥାଏ ଆଉ ଖନାଭାଇ ପିଆଜି ଛାଣେ, ଏକାବେଳେକେ ବୋଧେ ୪୦/୫୦ ପିଆଜି ବାହାରେ l ସାଙ୍ଗେସାଙ୍ଗେ କୁଆଡେ ସରିଯାଏ, ଖନାଭାଇ ପୁଅ ମଙ୍ଗୁ ପତ୍ର ଠୋଲାରେ ୫ଟା ପିଆଜି ଆଉ ତାସାଙ୍ଗକୁ ଗୋଟେ କଣ ଚଟଣି ଢ଼ାଲିଦେଇ ବଢ଼େଇ ଦେଇ ଯାଏ ଜଣଜଣଙ୍କୁ, ମାତ୍ର ୫ଟଙ୍କାରେ ସତେ କି ସ୍ୱାଦିଷ୍ଟ ପିଆଜି I  ଯିଏ ଆଗ ଆସିଥାଏ ତାକୁ ଆଗ ମିଳେ, ଖନାଭାଇ ସିନା ପିଆଜ ଛଣାରେ ବ୍ୟସ୍ତଥାଏ, ହେଲେ ମଙ୍ଗୁ ଯଦି ଦେବାରେ ଏପଟସେପଟ କରିଦିଏ ଖନାଭାଇ ସାଙ୍ଗେସାଙ୍ଗେ ଜାଣିଦିଏ ଆଉ କୁହେ "ସେ ବାବୁଙ୍କୁ ଆଗ ଦେ, ତାପରେ ଆର ବାବୁଙ୍କୁ ଦେ" l  ଲୋକମାନେ ଖାଇସାରି ଘରକୁ ପାର୍ସଲ ବି ନିଅନ୍ତି  I

 

ଖନାଭାଇ ମଣିଷ ହିସାବରେ ଭାରି ଭଲ ଲୋକଟିଏ, ତେଲଲୁଣର ସଂସାର ତାର l ଗାଁ ଶେଷମୁଣ୍ଡରେ ତା ଘର, ଘରେ ତା ବୁଢା ବାପାମା', ସ୍ତ୍ରୀ, ଚାରି ଝିଅ ଆଉ ପୁଅ ମଙ୍ଗୁ, ୯ ପ୍ରାଣୀର କୁଟୁମ୍ବ I ଯେତେ ବେପାର ହେଲେବି ସମୁଦ୍ରକୁ ସଂଖେପାଣି ଭଳି l ମଙ୍ଗୁ ସ୍କୁଲପରେ ଆସି ତା ବାପାଙ୍କୁ ସାହାଯ୍ୟ କରେ l ଖନାଭାଇ ଠକିକି କେବେ କାହାଠାରୁ ଟଙ୍କାଟିଏ ବି ନିଏନି, ଯଦି କାହା ପାଖରେ ପଇସା ନଥାଏ ତାକୁ ବି ବାକିରେ ଦିଏ ଖାଇବାକୁ l ଆମେ ବି ଏମିତି କେତେ ବାକିରେ ଖାଇଛୁ ଆଉ ପଇସା ସେମିତି ମାସମାସ ପଡ଼ିରହେ, ତାପରେ ପକେଟ ମନି ମିଳିଲେ ସୁଝାହୁଏ I

 

ଏବେ ଦୀର୍ଘ ୧୦ ବର୍ଷପରେ ଦିନେ ଆମ ପୁରୁଣା ସାଙ୍ଗମାନଙ୍କ ଗୋଟେ ବିଗ ଖଟି ଆମେ ସେଇ ଖନାଭାଇ ଦୋକାନରେ କରିଥିଲୁ I ସମସ୍ତେ ଚାକିରୀ କରି କିଏକୁଆଡେ ବାହାରେ, କିଏ ଦିଲ୍ଲୀ, କିଏ ବାଙ୍ଗଲୋର, କିଏ ଚେନ୍ନାଇ  l  ଆମ ବ୍ୟାଚରେ ସମସ୍ତେ ଭଲଭଲ ଚାକିରୀ କରିଛନ୍ତି l ଆମେ ସମସ୍ତେ ପ୍ଲାନ କରିଲୁ ଯେ ସମସ୍ତେ ଏଥର ଛୁଟିରେ ଗାଁକୁ ଯିବା ଆଉ ସେଇ ଖନାଭାଇ ଦୋକାନରେ ଖଟିକରିବା l ସେଦିନ ଖନାଭାଇ ଖୁସି କହିଲେ ନସରେ, ଆମ ପାଇଁ ଚେୟାର ମଗେଇ ପକେଇଥିଲା, ପିଆଜି ସାଙ୍ଗକୁ ଚା’ ବ୍ୟବସ୍ଥା ଆଉ ତା ସହ ଗରମ ଗରମ ଜିଲାପି ବି କରିଥିଲା I

 

ଖନାଭାଇ ବିଲକୁଲ ବି ବଦଳିନି ଯେମିତି ଥିଲା ସେମିତି, ଦୋକାନ ଆଉ ଟିକେ ଭାଙ୍ଗିରୁଜି ଯାଇଛି, ହେଲେ ଗୋଟେ ଜିନିଷ ନାହିଁ ଖନାଭାଇର ସେ ହସ ହସ ମୁହଁ I

ତାପରେ ଆମେ ପିଆଜି ଖାଇଲୁ, ଗପିଲୁ, ଖୁବ ମଜା କରିଲୁ ଆଉ ତା ଭିତରେ ମୁ ପଚାରିଲି "ଖନାଭାଇ କେମିତି ଅଛ ଆଉ ଘରେ ସବୁ ଭଲ ତ"? ତାପରେ ଖନାଭାଇ ଆଖି ଟିକେ ଛଳଛଳ ହେଇଗଲା, କହିଲା ହଁ ରେ ପୁଅ ଆମେ ଗରିବଲୋକ କଣ କେବେ ଭଲରେ ରହିପାରିବୁ? ଘରେ ୪ ଟା ବଢ଼ିଲା ଝିଅ ବାହାହେବାକୁ ଆଉ ମଙ୍ଗୁ ବି  ପାଠ ପଢିବାକୁ ଇଛାଥିଲେ ବି ପଢିପାରୁନି I ମତେ ଶୁଣିକି ଭାରି ଦୁଃଖଲାଗିଲା I ତାପରେ ଆମେ ସବୁ ସାଙ୍ଗ ମିଶି ପ୍ଲାନକରିଲୁ କେମିତି ଖନାଭାଇକୁ ଆମେ ସାହାଯ୍ୟ କରିପରିବା l ମୋ ସାଙ୍ଗ ବିକ୍ରମ କିନ୍ତୁ ଗୋଟେ ଭଲ ଆଇଡ଼ିଆ ଦେଲା, ସେ ଇଞ୍ଜିନିଅର ଆଉ ଗୋଟେ ବଡ କମ୍ପIନିରେ ଚାକିରୀ କରେ, ସେ କହିଲା ଆମେ ଖନାଭାଇ ପିଆଜିକୁ ଦେଶବିଦେଶରେ ପ୍ରଚାର କରିବା l ଲଟେଷ୍ଟ ଟେକନୋଲଜି ଆଉ ମେସିନରୀ ଦ୍ୱାରା ଏବଂ ଖାଦ୍ୟର ଗୁଣବତା ପରୀକ୍ଷାନିରୀକ୍ଷା କରାଇ ତାକୁ କେମିତି ସତେଜ ରଖିବାର ପଦ୍ଧତି ଦ୍ୱାରା ଆମ ଖନାଭାଇ ପିଆଜି ବଟାକୁ "ରେଡ଼ିମିକ୍ସ ପିଆଜି" କରି ଆଉ ତାକୁ ସୁନ୍ଦର ପ୍ୟାକେଜିଙ୍ଗ କରି ବଜାରକୁ ଛାଡିପାରିବା l ଲୋକେ ଦିଲ୍ଲୀ, ବମ୍ବେରେ ରହି ଖନାଭାଇ ପିଆଜିର ସ୍ୱାଦ ନେଇପାରିବେ ଯେମିତି ଆଜିକାଲି ରେଡ଼ିମେଡ଼ ଇଡ଼ଲି ମିକ୍ସ, ଉପମା ମିକ୍ସ, ଦୋସା ମିକ୍ସ ସେମିତି ଆମ ଖାନଭାଇର ପିଆଜି ମିକ୍ସ l ଆଇଡ଼ିଆଟା ସମସ୍ତଙ୍କ ମନକୁ ଗଲା ଆଉ ଆମେ ଯାଇ ଖାନଭାଇକୁ ଏସବୁ କହିଲୁ l ସେ କହିଲା “ମୁଁ ତ ମୂର୍ଖ ଲୋକ, ଏସବୁ କଣ କରିପାରିବି”? ଆମେ ତାକୁ ସାହାଯ୍ୟ କରିବୁ ବୋଲି କହିଲୁ I ତାପରେ ଆମେ ୫ ଜଣ ସାଙ୍ଗ ମିଶି ଗୋଟେ ବଡ ପ୍ରୋଜେକ୍ଟ ଆରମ୍ଭକଲୁ ଆଉ ଏବେ ଖନାଭାଇ ପିଆଜି ସାରା ଦେଶବିଦେଶରେ ପରିଚିତ ଆଉ ଖନାଭାଇ ଆମର ବେଶ ଖୁସି, ତାର ଏବେ ପଇସାର କୌଣସି ଅଭାବ ନାହିଁ କହିଲେ ଚଳେ I ତା ବଡ ଦୁଇଝିଅଙ୍କର ବାହାଘର ସରିଯାଇଛି, ଆଉ ଦୁଇଝିଅ ପାଠବି ପଢୁଛନ୍ତି ଭଲ, ଖନIଭାଇର ଇଛା ତାଙ୍କୁ ବହୁତ ପାଠ ପଢ଼େଇ ଅଫିସର କରାଇବାକୁ l ଆଉ ଖନାଭାଇ ପୁଅ ମଙ୍ଗୁ ସେ ବି ଏବେ ଇଞ୍ଜିନିଅରିଂ ପଢୁଛି I

 

 

 


Rate this content
Log in

Similar oriya story from Inspirational