STORYMIRROR

RAKHAL CHANDRA SWAIN

Children

4  

RAKHAL CHANDRA SWAIN

Children

କହିବା କରିବା ଭିତରେ ବହୁତ ଫରକ

କହିବା କରିବା ଭିତରେ ବହୁତ ଫରକ

2 mins
364

ଗୁରୁ ସତ୍ୟାନାଶଙ୍କର ଭାରି ଖାତିରି। ପ୍ରବଚକ ଭାବରେ ଭାରି 

ଜଣାଶୁଣା। ତାଙ୍କ ପ୍ରବଚନ ଶୁଣିବା ପାଇଁ କାହିଁ କୁଆଡୁ ଲୋକ ଆସି ଜମା ହେଇ ଗଲେଣି। ଗୁରୁ ସତ୍ୟାନାଶ ଙ୍କର ପ୍ରଧାନ ଶିଷ୍ୟ ବୋଲକରା ସଭାର ଆୟୋଜନ କରିସାରିଥାନ୍ତି।ଆଗରେ ହଜାର ହଜାର ଲୋକ। ଶିଷ୍ୟ ବୋଲକରା ର ଛାତି କୁଣ୍ଢେ ମୋଟ।ଆଜି ସତ୍ୟାନାଶଙ୍କର ପ୍ରବଚନ ଶୁଣିବ। ଗୋଟିଏ ବଡ଼ ଉଚ୍ଚା କୂଅ ଉପରେ ଘୋଡେ଼ଇ ହେଇଥବା ମୋଟା ଢାଙ୍କୁଣି ଉପରେ ସତ୍ୟାନାଶଙ୍କର ଆସନ ପଡ଼ି ସାରିଥାଏ।ତାଙ୍କର ନିକଟତର ଶିଷ୍ୟ ମାନେ ସେଇ ଆସନ ପାଖରେ ଭିଡ଼ ଜମେଇ ସାରିଥାନ୍ତି।    

     "ହଠାତ୍ ଜୟ ବାବା ସତ୍ୟାନାଶଙ୍କର ଜୟ", ଧ୍ୱନି ରେ ମଞ୍ଚ ଫାଟି ପଡ଼ିଲା।ବାବା ସତ୍ୟାନାଶ ବେକରେ ମୋଟା ଗଜରା ପକେଇ ସଭା ସ୍ଥଳ ଆଡ଼କୁ ମାଡ଼ି ଆସୁଛନ୍ତି। ଶିଷ୍ୟ ବୋଲକରା ର ଆନନ୍ଦ କହିଲେ ନ ସରେ।ବାବାଙ୍କର ପ୍ରବଚନରେ ମୁଗ୍ଧ ହେଇ ସେ ବାବାଙ୍କୁ ଗୁରୁ ରୂପେ ବରଣ କରି ସାରିଥାନ୍ତି।ବୋଲକରା ସିଧା ଧାଇଁ ଯାଇ ବାବାଙ୍କ ଗୋଡ଼ ତଳେ ଲମ୍ବ ହେଇ ଶୋଇଗଲା।ବାବାଙ୍କୁ ସଭା ମଞ୍ଚକୁ ପାଛୋଟି ଆଣି ଆସନରେ ବସିବାକୁ ଅନୁରୋଧ କଲା।ବାବା ଅତି ଆନନ୍ଦରେ ଆସନ ଅଳଙ୍କୃତ କଲେ।ସମସ୍ତ ବିଧିବିଧାନ ଅନ୍ତେ,ବାବା ତାଙ୍କର ପ୍ରବଚନ ଆରମ୍ଭ କଲେ।

"ପ୍ରିୟ ଭକ୍ତ ବୃନ୍ଦ!ଆଜିର ଦୁନିଆଟା ପୂରା ସ୍ବାର୍ଥପର ହେଇଯାଇଛି।ଶାଗ ଖିଆ ପେଜ ଖିଆକୁ ଦେଖି ପାରୁନି।ଭାଇ ଭାଇ ଭିତରେ ସ୍ବାର୍ଥ ପାଇଁ ଲଢେ଼ଇ ହେଉଛି। ଜଣେ ଆଗକୁ ଗୋଡ଼ ବଢେଇଲେ ଆର ଜଣକ ତଳକୁ ଟାଣୁଛି। ବୁଡି ଯାଉଥିବା ଲୋକକୁ ଉଦ୍ଧାର କରିବା ପରିବର୍ତ୍ତେ,ତା କାନ୍ଧରେ ଗୋଡ଼ ଦେଇ ନିଜେ ବଞ୍ଚିବାକୁ ପ୍ରୟାସ କରୁଛି।ଏହା ମଣିଷର ଧର୍ମ ନୁହେଁ।ଦରିଦ୍ର ଙ୍କୁ ସାହାଯ୍ୟ କର।ନିଜ ଜୀବନ କୁ ବିପନ୍ନ କରି, ବୁଡି ଯାଉଥିବା ଲୋକକୁ ଉଦ୍ଧାର କର। ଏହାହିଁ ମଣିଷର ଧର୍ମ।"

      ଏଇ ସମୟରେ ହଠାତ୍, କୂଅର ଘୋଡଣିଟି ଏକ ବିରାଟ ଶଦ୍ଦ କରି ତଳକୁ ଗଳି ପଡ଼ିଲା।ମଞ୍ଚରେ ବସିଥିବା ସମସ୍ତ ବ୍ୟକ୍ତି,ଅଥଳ କୂଅ ଭିତରକୁ ଗଳି ପଡ଼ିଲେ। ବଞ୍ଚିବାର ଆଉ ଉପାୟ ନଥିଲା। ହଠାତ୍ ଗୁରୁ ସତ୍ୟାନାଶ, ଶିଷ୍ୟ ମାନଙ୍କ କାନ୍ଧରେ ଗୋଡ଼ ଦେଇ ଉପରକୁ ଉଠିବାକୁ ଆପ୍ରାଣ ଉଦ୍ୟମ କଲେ। ଶିଷ୍ୟ ମାନେ ବିଚରା ଅଣନିଃଶ୍ବାସୀ ହେଇ ପାଣି ଭିତରକୁ ଚାଲିଯାଇଥାଆନ୍ତି।

        ସେଠାରେ ଉପସ୍ଥିତ ଥିବା ଲୋକେ କୂଅ ଭିତରୁ ସମସ୍ତଙ୍କୁ ଉଦ୍ଧାର କଲେ। ଉଦ୍ଧାର ହେବା ପରେ ବୋଲକରା ପଚାରିଲା,"ବାବା ସତ୍ୟାନାଶ ! ଟିକିଏ ଆଗରୁ ଆପଣ କହୁଥିଲେ, ନିଜ ଜୀବନ କୁ ବିପନ୍ନ କରି ବୁଡି ଯାଉଥିବା ଲୋକକୁ ଉଦ୍ଧାର କରରିବା ଉଚିତ।ମାତ୍ର, ମୁଁ ଦେଖିଛି,ଆମେ ଯେତେବେଳେ ବୁଡି ଯାଉଥିଲୁ, ଆପଣଙ୍କ ସେତେବେଳେ ଆମ କାନ୍ଧରେ ଗୋଡ଼ ରଖି,ଆମରି ଶବ ଉପରେ ଆପଣ,ନିଜର ଜୀବନ ରକ୍ଷା କରିବାକୁ ଚେଷ୍ଟା କରୁଥିଲେ।ଏହାର କାରଣ କଣ ? ବାବା ସତ୍ୟାନାଶ ଉତ୍ତର ଦେଲେ," ଆରେ ମୂର୍ଖ। ମୋର ପୂର୍ବ କଥାକୁ ତୁ ମୁଁ ଭୁଲି ଯାଉଛୁ କେମିତି। ନିଜକୁ ପଡ଼ିଲେ ବିପଦ। ଗୁରୁ ବ୍ରାହ୍ମଣ ଶିର ଚ୍ଛେଦ।"

ଏଥର ବୋଲକରାର ବୁଦ୍ଧି ଗୁଡୁମ୍। କହିଲା,କହିବା କରିବା ଭିତରେ ବହୁତ ଫରକ।, ନିଜ ବୁଦ୍ଧି ରେ ଘାସ କାଟିବି ପଛେ ପର ବୁଦ୍ଧିରେ ଘୋଡା ଚଢିବି ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children