RAKHAL CHANDRA SWAIN

Inspirational

3  

RAKHAL CHANDRA SWAIN

Inspirational

ନହୁଷ ମାନଙ୍କୁ ପଦେ

ନହୁଷ ମାନଙ୍କୁ ପଦେ

3 mins
190


ସ୍ବର୍ଗ ପୁରରେ, ଦେବତା ମାନଙ୍କ ଭିତରେ ଭାଳେଣି ପଡି ଯାଇଥାଏ; କିଏ ଇନ୍ଦ୍ର ପଦ ଅଳଙ୍କୃତ କରିବେ। ବ୍ରହ୍ମ ହତ୍ୟା ପାପରୁ ମୁକ୍ତି ପାଇଁ, ଇନ୍ଦ୍ର ତପସ୍ୟା କରିବାକୁ ଯାଇଥାନ୍ତି।ତେଣୁ, ଇନ୍ଦ୍ର ପଦ ଖାଲି ପଡ଼ିଛି, ଯାହା କି,ସ୍ବର୍ଗ ପୁରୀ ପାଇଁ ଏକ ଚିନ୍ତାର ବିଷୟ।।ତପସ୍ୟା ରୁ ଫେରିବା ପର୍ଯ୍ୟନ୍ତ,ଏକ ସୀମିତ ସମୟ ପାଇଁ, କେହି ଜଣେ ଇନ୍ଦ୍ରପଦରେ ବସିବା ନିହାତି ଜରୁରୀ।

   ଦେବତା ମାନଙ୍କ ର ସଭା ଡକାଗଲା।ସଭା ପରିଚାଳନା କରୁଥିଲେ ସ୍ବୟଂ ବିଷ୍ଣୁ।କିଏ ଇନ୍ଦ୍ର ହେବେ ସେ କଥା ର ସମାଧାନ ହୋଇ ପାରିଲା ନାହିଁ। କାରଣ ସମସ୍ତ ଦେବ କୂଳ, ଇନ୍ଦ୍ର କରିଥିବା ପାପ ପାଇଁ ,ଦୁର୍ବଳ ହୋଇ ଯାଇଥାନ୍ତି। ତେଣୁ ବାହାରୁ କେହି ଇନ୍ଦ୍ର ପଦ ସମ୍ଭାଳିବା ଦରକାର।ନିରବତା ଭଙ୍ଗକରି ,ନାରଦ ମୁନି ,"ନହୁଷ,ଇନ୍ଦ୍ର ପଦ ପାଇଁ ଉପଯୁକ୍ତ", ବୋଲି ଯୁକ୍ତି ବାଢ଼ିଲେ। ନହୁଷ ଥିଲେ ମର୍ତ୍ତ୍ୟ ପୁରର ଜଣେ ଶାସକ; ଜଣେ ପ୍ରଜା ବତ୍ସଳ, ଧାର୍ମିକ ବ୍ୟକ୍ତି। ସବୁ କଥା ଶୁଣିବା ପରେ ବିଷ୍ଣୁ,ନହୁଷକୁ ସ୍ବର୍ଗ ପୁରକୁ ନିମନ୍ତ୍ରଣ କରି ଆଣିବା ପାଇଁ ନାରଦଙ୍କୁ ଦାୟିତ୍ଵ ଦେଲେ। ବିଷ୍ଣୁଙ୍କ ଆଜ୍ଞା ମାନି ,ନାରଦ ମର୍ତ୍ତ୍ୟ ପୁର ଯାଇ , ସବୁ କଥା କହି, ନହୁଷ କୁ ସ୍ବର୍ଗକୁ ନିମନ୍ତ୍ରଣ କଲେ।

      

      ନହୁଷ, ଇନ୍ଦ୍ର ପଦରେ ଅଭିଷିକ୍ତ ହେଲେ। ପ୍ରଥମେ ପ୍ରଥମେ ସବୁ ଠିକ୍ ଠାକ୍ ଚାଲିଲା। କିଛି ଦିନ ଉତ୍ତାରୁ, ନହୁଷ ସ୍ବର୍ଗର ଉଚ୍ଚୈଶ୍ରବା ଅଶ୍ଵ, ଐରାବତ ହସ୍ତୀ,ଓ ରମ୍ଭା,ମେନକାଙ୍କ ଗହଣରେ ରହିଲା ପରେ ,ସେ ଅତୀତକୁ ପାଶୋରି ପକେଇଲା।ଭୁଲିଗଲା ଯେ, ସେ ସୀମିତ ସମୟ ପାଇଁ , ଇନ୍ଦ୍ର ପଦ ରେ ଅଭିଷିକ୍ତ ହେଇଛି।ଆଉ ଦିନ କେଇଟା ପରେ ତାଙ୍କୁ ପଦ ଛାଡ଼ି ପୁଣି ମର୍ତ୍ତ୍ୟଲୋକକୁ ଫେରିବାକୁ ପଡିବ ସେ କଥାକୁ ପୁରା ଭୁଲି ଗଲା।ସିଏ ଦେବତା ମାନଙ୍କ ର ରାଜା ବୋଲି ତା ମନରେ ଅହଂକାର ବଢିଗଲା।ଯେଉଁ ନାରଦଙ୍କ ପାଇଁ ସେ ଇନ୍ଦ୍ର ପଦ ପାଇଥିଲା,ତାଙ୍କୁ ବି ସେ ଅସମ୍ମାନିତ କରିବାକୁ ପଛେଇଲା ନାହିଁ।

      ଥରେ ନହୁଷ ,ଇନ୍ଦ୍ର ଆସନରେ ବସିଥିବା ‌ ବେଳେ,ନାରଦ ମୁନି ଉପସ୍ଥିତ ହୋଇ, "ନହୁଷ ! "ବୋଲି ସମ୍ବୋଧନ କରିବାରୁ, ନହୁଷ ପ୍ରଚଣ୍ଡ ଭାବରେ ରାଗିଗଲା। କହିଲା,

"ମୁଁ ଇନ୍ଦ୍ର।ସ୍ଵର୍ଗର ରାଜା। ରାଜା ଙ୍କୁ କେମିତି ସମ୍ବୋଧନ କରାଯାଏ ତୁମକୁ କ'ଣ ଜଣା ନାହିଁ?"


   ନାରଦ, ନହୁଷଙ୍କୁ ପାନେ ଚଖେଇବା ପାଇଁ ,ଏକ ଯୋଜନା ପ୍ରସ୍ତୁତ କଲେ ଏବଂ,ହଠାତ୍ ନିଜର କଥାର ମୋଡ଼ ବଦଳେଇ କହିଲେ, "କ୍ଷମା କରିବେ ଇନ୍ଦ୍ର ଦେବ। ମୋର ଭୁଲ ହୋଇ ଯାଇଛି।ମାନୁଛି ଆପଣ ଇନ୍ଦ୍ର। ହେଲେ, ଇନ୍ଦ୍ରଙ୍କ ପାଖରେ ଇନ୍ଦ୍ରାଣୀ ନାହାନ୍ତି ।ଇନ୍ଦ୍ରାଣୀଙ୍କ ଆସନ ଖାଲି ପଡିବା ଇନ୍ଦ୍ରଙ୍କ ପାଇଁ ଆଦୌ ଶୋଭନୀୟ ନୁହେଁ।"

    ନହୁଷ କହିଲା ,"ତୁମେ କଣ କହାବାକୁ ଚାହୁଁଛ?"


ନାରଦ କହିଲେ,"ଅତି ସରଳ କଥା। ଇନ୍ଦ୍ର ,ଆସନରେ ବସିଲା ବେଳେ, ତାଙ୍କ ପାଖରେ ଇନ୍ଦ୍ରାଣୀ ସବୁ ବେଳେ ବସିଥାନ୍ତି। ହେଲେ ଏବେ ସେ ଆସନ ଖାଲି ପଡିବା ଟା ଆଦୌ ଶୋଭା ପାଉନି।"

    ନହୁଷ କହିଲେ,"ଇନ୍ଦ୍ରାଣୀ କିଏ ?"


    ନାରଦ କହିଲେ, "ଅତି ସହଜ।ଆପଣ ଇନ୍ଦ୍ର ହେଲା ପରେ ଶଚୀ ଆପଣଙ୍କ ର ଇନ୍ଦ୍ରାଣୀ। ଇନ୍ଦ୍ର ଙ୍କ ପାଖରେ ଇନ୍ଦ୍ରାଣୀ ନ ରହିଲେ ଇନ୍ଦ୍ର ପଦ କ'ଣ ଶୋଭା ପାଇବ?"

     ନହୁଷ ଏ କଥା ଶୁଣି,ତା ମନ କୁଣ୍ଢେ ମୋଟ ହେଇଗଲା।

ସଙ୍ଗେ ସଙ୍ଗେ ଦୂତ ପଠେଇ ଶଚୀଙ୍କୁ ଡକେଇ ,ତାଙ୍କ ନିକଟରେ ଖାଲି ଥିବା ଇନ୍ଦ୍ରାଣୀ ଆସନରେ ବସିବାକୁ ନିର୍ଦ୍ଦେଶ ଦେଲା।

 ଶଚୀ କହିଲେ,"ମୁଁ ଇନ୍ଦ୍ର ଙ୍କ ପତ୍ନୀ। ତୁମ ପତ୍ନୀ ନୁହେଁ।ତେଣୁ ତୁମର ଆଦେଶ କୁ ମୁଁ ମାନିବାକୁ ବାଧ୍ୟ ନୁହେଁ।"


ନାରଦ କହିଲେ,", ଶଚୀ ଦେବୀ ବୋଧ ହୁଏ ଠିକ୍ ଟା କ'ଣ ଜାଣି ପାରୁନାହାଁନ୍ତି।ଅବଶ୍ୟ ସେ ତାଙ୍କର ପୂର୍ବ ସ୍ବାମୀ ଙ୍କୁ ଭେଟି ତାଙ୍କ ସହ ପରାମର୍ଶ କଲେ ସତଟା କ'ଣ ସେ ଜାଣି ପାରନ୍ତେ।"

ଏ କଥା ଶୁଣି ନହୁଷ ,ଶଚୀଙ୍କୁ ତାଙ୍କ ସ୍ବାମୀ ଙ୍କ ସହ ଏ ବାବଦରେ ପରାମର୍ଶ କରିବାକୁ ସୁଯୋଗ ଦେଲେ।ଶଚୀ ତାଙ୍କ ସ୍ବାମୀ ଙ୍କୁ ଭେଟି ସବୁ କଥା କହିଲା ବେଳକୁ ,ନାରଦ ସେଠାରେ ପହଞ୍ଚି ଗଲେ , ଏବଂ ନହୁଷଙ୍କୁ ପାନେ ଦେବାକୁ ଯାହା ଯୋଜନା କରିଛନ୍ତି ସେ ବିଷୟରେ ଇନ୍ଦ୍ରଙ୍କୁ ଅବଗତ କରାଇଲେ, ଏବଂ,ସେଇ ଯୋଜନା ମୁତାବକ,ଶଚୀ, ଇନ୍ଦ୍ର ପୁରକୁ ଯାଇ, ନହୁଷକୁ ସ୍ଵାମୀ ରୂପେ ଗ୍ରହଣ କରି ବାକୁ ଏକ ସର୍ତ୍ତ ରଖିଲେ।

କହିଲେ,"ହେ ନହୁଷ! ଇନ୍ଦ୍ର ଯେତେବେଳେ ମୋ ରାଣୀ ହଂସପୁରକୁ ଆସନ୍ତି,ସେତେବେଳେ ଋଷି ମାନେ ତାଙ୍କୁ ପାଲିଙ୍କି ରେ ବସାଇ କାନ୍ଧରେ ବୋହି ବୋହି ମୋ ପୁରକୁ ଆଣନ୍ତି।ଆପଣ ସେଇଭଳି ମୋ ପୁରକୁ ଆସିଲେ ,ମୁଁ ଆପଣଙ୍କୁ ସ୍ବାମୀ ରୂପ ରେ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି। 

      ନହୁଷ ସେ ସର୍ତ୍ତରେ ରାଜି ହେଇଗଲା; ଏବଂ ସଙ୍ଗେ ସଙ୍ଗେ,ଋଷି ମାନଙ୍କୁ ଡକେଇ,ତାକୁ ଶଚୀ ପୁରକୁ କାନ୍ଧରେ ବୋହି ନେବାକୁ ନିର୍ଦ୍ଦେଶ ଦେଲା।ବିଚରା ଋଷିମାନେ ଅନ୍ୟ ଉପାୟ ନ ପାଇ ,ବାଧ୍ୟ ହୋଇ ନହୁଷ କୁ ପାଲିଙ୍କି ରେ ବସେଇ,କାନ୍ଧରେ ବୋହି ରାଣୀ ହଂସ ପୁର ଆଡ଼କୁ ଅଗ୍ରସର ହେଲେ।ଋଷି ମାନଙ୍କର ତ କାନ୍ଧେଇବାର ଅଭ୍ୟାସ ନ ଥିଲା। ସେମାନେ ବିଳମ୍ବ କରିବାରୁ, ନହୁଷ ରାଗିଯାଇ ଅଗସ୍ତ୍ୟ ଋଷିଙ୍କୁ ଗୋଟେ ଗୋଇଠା ମାରିଲା। ଅଗସ୍ତ୍ୟ ଋଷି ରାଗିଯାଇ ଅଭିଶାପ ଦେଲେ। କହିଲେ,"ରେ ମୂର୍ଖ ନହୁଷ! ସାମାନ୍ୟ ଗୋଟିଏ ମଣିଷ ହେଇ,ତୋର ଏତେ ଗର୍ବ! ମୁଁ ଅଭିଶାପ ଦେଉଛି।ତୁ ଆଉ ଇନ୍ଦ୍ର ପଦ ରେ ରହି ପାରିବୁ ନାହିଁ।ଯେଉଁ ମର୍ତ୍ତ୍ୟ ପୁରରୁ ଆସିଥିଲୁ,ସେଇ ମର୍ତ୍ତ୍ୟ ପୁରକୁ, ମଣିଷ ରୂପରେ ନୁହେଁ,ଅଜଗର ରୂପ ରେ ଫେରି ଯିବୁ।ଆଉ ତୋର ସ୍ବର୍ଗ ପୁରରେ ସ୍ଥାନ ନାହିଁ।ଏଇ ମୂହୁର୍ତ୍ତ ରେ ତୁ ସେ ମଣିଷ ରୂପ ହରେଇ ଅଜଗର ହେଇ ମର୍ତ୍ତ୍ୟ ପୁରକୁ ଫେରି ଯା।"

      ଋଷି ଙ୍କ ମୁହଁ ରୁ ଏ କଥା ନ ସରୁଣୁ,ନହୁଷର ଗୋଡ଼ ଆଡୁ ସାପ ହେଇ ଆସିଲା। ସଙ୍ଗେ ସଙ୍ଗେ ନହୁଷ ଋଷିଙ୍କ ଗୋଡ଼ ତଳେ ପଡି ତାକୁ ଅଭିଶାପ ରୁ ମୁକ୍ତି ଦେବାକୁ ଅନୁରୋଧ କଲେ।

ଋଷି କହିଲେ," ନାଁ।ତୋର ମୁକ୍ତି ନାହିଁ।ଯା। ତୁ ଅଜଗର ହେଇ ଜଙ୍ଗଲରେ ରହିବୁ। ଯେଉଁ ଦିନ ଧର୍ମାବତାର ଯୁଧିଷ୍ଠିର ଙ୍କ ମୁହଁ ରୁ ଧର୍ମ ବାଣୀ ଶୁଣିବୁ ସେହି ଦିନ ହିଁ ତୋର ମୁକ୍ତି ହେବ।


    ସଙ୍ଗେ ସଙ୍ଗେ ନହୁଷ ଅଜଗର ହେଇ, ମର୍ତ୍ତ୍ୟ ପୁରକୁ ଖସି ପଡିଲା, ଏବଂ ଅନେକ ଦିନ ପରେ, ଯୁଧିଷ୍ଠିର ଙ୍କ ପାଖରୁ ଧର୍ମ ବାଣୀ ଶୁଣି ଉଦ୍ଧାର ପାଇଲା।

      ଉଦ୍ଧତ ଅହଂକାରର ବଶବର୍ତ୍ତୀ ହେଇ,ପଦ ପଦବୀର ମୋହରେ ଅନ୍ଧ ହୋଇ, ଯେଉଁ ବ୍ୟକ୍ତି ନିଜର ସ୍ଥିତି ଭୁଲିଯାଏ,ତାର ଫଳ ଏଇଆ ହିଁ ହୁଏ।


Rate this content
Log in

Similar oriya story from Inspirational