Jyotirmayee Panda

Drama Romance Tragedy

4  

Jyotirmayee Panda

Drama Romance Tragedy

କେମିତି ଏ ବନ୍ଧନ (ଭାଗ -୯)

କେମିତି ଏ ବନ୍ଧନ (ଭାଗ -୯)

3 mins
336


ଗଗନ ପ୍ରକୃତରେ ସେତେବେଳେ ଗୀତାଙ୍କ ପାଇଁ ବଡ଼ କଲେଜ୍ ରେ ନାମ ଲେଖାକୁ ନେଇକି କଥା ହେବାରେ ବ୍ୟସ୍ତ ଅଛନ୍ତି । ସେଠି ଗୀତା ଗଗନଙ୍କୁ ପ୍ରଶ୍ନ କରିଛନ୍ତି , ମୁଁ ଏବେ କିଛି ସମୟ କଥା ହେଇ ପାରିବି କି ?? । ଗଗନ କହିଛନ୍ତି ଟିକେ ପରେ କଥା ହେବା , ମୁଁ ଏପଟେ ଟିକେ ବ୍ୟସ୍ତ ଅଛି ।

ଅପେକ୍ଷା କରି ଅସ୍ତବ୍ୟସ୍ତ ହେଇ ଯାଇଛନ୍ତି ଗୀତା , ତାଙ୍କୁ କଲେଜ୍ ରୁ ବାହାରିବା କଥାଟା ଏତେ କଷ୍ଟ ଦେଇଛି ଯେ ସେ ଗଗନଙ୍କ କୋଉ ବି କଥାକୁ ନା ତ ଶୁଣିବା ନା ହିଁ ଅପେକ୍ଷା କରିବାର ହାଲତ୍ ରେ ଅଛନ୍ତି । ତଥାପି ଯେତେବେଳେ ଗୀତା ନିଜର ପ୍ରଶ୍ନକୁ ଗଗନଙ୍କ ନିକଟରେ ରଖିଛନ୍ତି ସେତେବେଳେ ଗଗନ ଗୀତାଙ୍କୁ ଟିକେ ହଇରାଣ କରିବା ପାଇଁ ପ୍ରକୃତ ସତ କଥାକୁ କହି ନାହାଁନ୍ତି , ଖାଲି ଏତିକି ଜଣେଇଛନ୍ତି ଯେ ହଁ ମୁଁ ତୁମକୁ ସେଇ କଲେଜ୍ ରୁ ବାହାର କରିଚି । ଗୀତାଙ୍କ କାହିଁକିର ଉତ୍ତରରେ ଗଗନ କହିଛନ୍ତି ଯେ ଅପେକ୍ଷା କର କାଲି ତୁମକୁ ଗୋଟେ ଖୁସି ଖବର ତୁମ ହାତରେ ମୁଁ ଦେବି । ସେଇ ଖବର ମୁଁ ଏବେ କହିବାକୁ ଚାହୁଁନି ।

କଲେଜ୍ ରୁ ମତେ ବାହାର କରେଇବା କଥା ପ୍ରଥମେ ମତେ ଜଣେଇଲନି କାହିଁକିକୁ ନେଇକି ଗଗନ ଉତ୍ତର ଦେଇଛନ୍ତି , କାଲି ତୁମକୁ ତୁମର ସବୁ ପ୍ରଶ୍ନର ଉତ୍ତର ଦେବାକୁ ମୁଁ ଚାହୁଁଥିଲି , କିନ୍ତୁ ତୁମେ ଏବେ ଏଇ କାଗଜ ଦେଖି ଥିବାରୁ ତୁମ ମନରେ ଉଠିଥିବା ପ୍ରଶ୍ନକୁ ମତେ କିଛିମାତ୍ରାରେ ବରଦାସ୍ତ କରିବାକୁ ପଡ଼ୁଛି , ମୁଁ କରିବି ମଧ୍ୟ ତୁମେ କାଲିକୁ ଅପେକ୍ଷା କର ଏବେ ଶୋଇଯାଅ ।

ଏତିକି କହି ଗଗନ ଶୋଇବାକୁ ଚାଲିଗଲେ ଆଉ ଗୀତା ଚିନ୍ତାରେ ରହିଲେ , ବହୁତ୍ ସମୟ ଚିନ୍ତା କରି କରି ସେ ମଧ୍ୟ ଶୋଇ ପଡ଼ିଥିଲେ । ସକାଳ ପାହିବା ମାତ୍ରେ ଗଗନ ଜାଣି ଜାଣି ନିଜର ଅଫିସ୍ କୁ ବାହାରି ଯାଇଥିଲେ , ଗୀତାଙ୍କୁ କୌଣସି ପ୍ରକାର ଉତ୍ତର ନ ଦେଇକି , ଏପଟେ ଗୀତା କଲେଜ୍ ବହାନା କରି ନିଜର କିଛି ଜରୁରୀ ସାମଗ୍ରୀ ନେଇ ନିଜ ବାପ ଘରକୁ ଚାଲି ଯାଇଥିଲେ ।

ଶାଶୁଘରେ କଣ ଘଟିଥିଲା କିଛି ବି ଜଣେଇ ନଥିଲେ , ହଠାତ୍ ବାପଘର କଥା ମନେ ପଡ଼ିବାରୁ ଚାଲି ଆସିଛନ୍ତି ବୋଲି ଦର୍ଶେଇ ଥିଲେ । ଅନ୍ୟପଟେ ଗଗନ ନିଜର ଅଫିସ୍ କାମ ତୁଲେଇ ଗୀତାଙ୍କ ନୂଆ କଲେଜ୍ ଯାଇ ବାକି ଯାହା କାଗଜ ପତ୍ରର କାମ ଥିଲା ତାକୁ ସଂପୂର୍ଣ୍ଣ କରିଥିଲେ । ଗୀତାଙ୍କ ନୂଆ କଲେଜ୍ ରେ ଦାଖଲ ହେବାର କାଗଜ ଧରି ଘରକୁ ଖୁସିରେ ଆସି ଶୁଣନ୍ତି ତ ଗୀତା କଲେଜ୍ ଯାଇଛନ୍ତି । ଯେଉଁ କଥା ମାଙ୍କ ପାଖରୁ ଶୁଣିବା ପରେ ଗଗନ ଚିନ୍ତିତ ହେଇଗଲେ , କାରଣ ସେ ଜାଣିଥିଲେ ଯେ ଗୀତା ଆଉ ସେଇ କଲେଜ୍ କୁ ଯାଇ ପାରିବେ ନାହିଁ । ସେଇ କଲେଜ୍ ରୁ ଗଗନ ନିଜେ ଗୀତାଙ୍କ ବିଦା ହେବାର କାଗଜ ଆଣି ସାରିଛନ୍ତି , ତ ପୁଣି ସେଇ କଲେଜ୍ କୁ ଯିବା କଥାଟା ଗଗନଙ୍କୁ ସ୍ଵାଭାବିକ ନ ଲାଗିଥିଲେ ବି ହୁଏତ କିଛି ଦରକାରୀ ବହି ଖାତା କି କିଛି ଚର୍ଚ୍ଚା, ସାଙ୍ଗ ସାଥିଙ୍କ ବିଚ୍ଛେଦ ପାଇଁ ପୁରୁଣା କଲେଜ୍ ଯାଇଥିବେ ବୋଲି ଗଗନ ଭାବି , ସଙ୍ଗେ ସଙ୍ଗେ ସେଇ କଲେଜ୍ କୁ ଯାଇଥିଲେ ଆଉ ସବୁଆଡେ ଗୀତାଙ୍କୁ ଖୋଜିଥିଲେ ନୂଆ କଲେଜ୍ ର ଦାଖଲ କାଗଜକୁ ହାତରେ ଧରେଇ ଗୀତାଙ୍କ ଓଠର ହସକୁ ଦେଖିବା ପାଇଁ ।

ହେଲେ ଘଟିଥିଲା ସଂପୂର୍ଣ୍ଣ ଭିନ୍ନ କଥା, ସେ ଏତେ ଖୋଜିବା ପରେ ବି ଯେତେବେଳେ ଗୀତାଙ୍କୁ ପାଇ ନଥିଲେ ସେତେବେଳେ ସେ ଗୀତାକୁ ଫୋନ୍ କରିଥିଲେ ଆଉ କୋଉଠି ଅଛ ବୋଲି ପଚାରିଥିଲେ । ଗୀତା ପୂର୍ବରୁ ହିଁ ନିଜ କକ୍ଷରେ କଲେଜ୍ ରୁ ବାହାରିବାକୁ ନେଇକି ନିଜର ସ୍ବପ୍ନ ନିଜର ଲକ୍ଷ୍ୟ ପୂରଣ ନ କରି ପାରିବାକୁ ନେଇକି ଭାବି ଭାବି କ୍ରନ୍ଦନ କରୁଥିଲେ, ଆଉ ଯେତେବେଳେ ସେ ଗଗନଙ୍କ ଫୋନ୍ ଆସୁଥିବାର ଦେଖିଥିଲେ । ଫୋନ୍ ଉଠେଇ ନିଜର ସବୁ ଯନ୍ତ୍ରଣାକୁ ଶବ୍ଦ ମାଧ୍ୟମରେ କଠୋର ଭାବରେ ପ୍ରକାଶ କରିଥିଲେ ।


କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।



Rate this content
Log in

Similar oriya story from Drama