STORYMIRROR

Jyotirmayee Panda

Drama Romance Tragedy

4  

Jyotirmayee Panda

Drama Romance Tragedy

କେମିତି ଏ ବନ୍ଧନ (ଭାଗ -୮)

କେମିତି ଏ ବନ୍ଧନ (ଭାଗ -୮)

2 mins
392

ପରେ ଶୋଇ ଯାଇଛନ୍ତି ଗୀତା ନିଘୋର୍ ନିଦରେ ପରଦିନ ଗଗନ ନିଜର ଅଫିସ୍ କାମ ସାରି ଗୀତାଙ୍କୁ କଲେଜ୍ ରୁ ନେବାକୁ ଗୀତାଙ୍କୁ ପୂର୍ବରୁ କିଛି ନ ଜଣେଇ ବାହାରି ଯାଇଛନ୍ତି । କଲେଜ୍ ରେ ପହଂଚିବା ପରେ କଲେଜ୍ ର କିଛି ଦୃଶ୍ୟରୁ ସେ ସ୍ପଷ୍ଟ ବୁଝି ପାରିଛନ୍ତି ଯେ ,ଏଠାରେ ପଢ଼ିଲେ ଗୀତାଙ୍କ ଲକ୍ଷ୍ୟ କେବେ ବି ପୂରଣ ହେଇ ପାରିବ ନାହିଁ । ଯାହାକୁ ନେଇକି ସେ ଚିନ୍ତିତ ଅଛନ୍ତି ଆଉ ସବୁକିଛିକୁ ଅନୁସରଣ କରି ସେ ଗୀତାଙ୍କ କଲେଜ୍ ପ୍ରିନିସ୍ ପଲ୍ ଙ୍କ ନିକଟରେ ଗୀତାର କଲେଜ୍ ପରିବର୍ତ୍ତନ କରିବାକୁ ନେଇକି କଥା ହେଇଛନ୍ତି । ଆଉ ତା ସହିତ ଗୀତାକୁ ଅନ୍ୟ ଏକ ଭଲ କଲେଜ୍ ରେ ନାମ ଲେଖେଇବାର ବ୍ୟବସ୍ଥା ବି କରିଛନ୍ତି ।

ପରେ ଗୀତାକୁ କଲେଜ୍ ରୁ ବାହାରକୁ ଆସିବା ପାଇଁ ଅପେକ୍ଷା କରିଛନ୍ତି , ଗୀତା ନିଜର ପଢା ସାରିବା ପରେ କଲେଜ୍ ରୁ ବାହାରି ଆସିଛି । ବାହାରେ ନିଜ ସ୍ବାମୀ ଗଗନଙ୍କ କାର୍ ଦେଖି ଗୀତା ଆଶ୍ଚର୍ଯ୍ୟ ହୋଇ ଯାଇଚି । ଆଉ ଭାବୁଚି ଆଜି କଣ ହଠାତ୍ ସେ ମୋ କଲେଜ୍ କୁ ଆସିଛନ୍ତି । କଣ ମୋ କଲେଜ୍ ରୁ ଘରକୁ କିଛି ଫୋନ୍ ଯାଇନି ତ ମୋର ଏଥର ଏତେ ଖରାପ୍ ମାର୍କ ରହିଥିବାରୁ । ଏମିତି ଭାବି ଭାବି ଚିନ୍ତାରେ ଯେବେ ଗୀତା କାର୍ ନିକଟକୁ ଯାଇ ଦେଖିଛନ୍ତି ,ସେତେବେଳେ ଗଗନ ସର୍ପ୍ରାଇଜ୍ଜ୍ କହିକି କୁହନ୍ତି ଦେଖ ମୋର କାମ ଆଜି ଜଲଦି ସରିଗଲା ତେଣୁ ତୁମକୁ ନେବାକୁ ଆସିଗଲି । ଆସ ଆସ ଗାଡ଼ି ଭିତରେ ବସ ଆମେ କୁଆଡେ ଗୋଟେ ବାହାରେ ସମୟ ବିତେଇ ଘରକୁ ଯିବା ।

ଗଗନଙ୍କ ମୁହଁରୁ ଏମିତି ଶୁଣିବା ପରେ ଗୀତା ନିଶ୍ଚିନ୍ତ ହେଇଛନ୍ତି ଯେ ଗଗନ ହୁଏତ ବାହାରେ ହିଁ ମୋତେ ଅପେକ୍ଷା କରିଛନ୍ତି ଆଉ ତାଙ୍କୁ ମୋର ପରୀକ୍ଷା ଫଳ ବିଷୟରେ କୌଣସି କଥା କିଛି ବି ଜଣା ନାହିଁ । ପରେ ଗୀତା ଗଗନଙ୍କ ଗାଡ଼ି ଭିତରେ ପ୍ରବେଶ କରିଛନ୍ତି ଆଉ ଗାଡ଼ି ଆଗକୁ ଗଡିଛି । ଗାଡି ଯାଇ ରହିଛି ଗୋଟେ ବଡ଼ ରେଷ୍ଟୁରାଣ୍ଟରେ ଯେଉଁଠି କି ଉଭୟ ନିଜର ପସନ୍ଦର ଜିନିଷ ସବୁ ମଗେଇ ଖାଇଛନ୍ତି ଆଉ କିଛି ସମୟ ନିଜ ନିଜ ଭିତରେ ହଜି ଯାଇଛନ୍ତି । ଖାଇବା ପରେ ଦୁହେଁ ଗାଡ଼ିରେ ବସି ଘରକୁ ଫେରିଛନ୍ତି ।

ଘରକୁ ଫେରି ଗୀତା ଟିକେ ବିଶ୍ରାମ ନେଇ ଘର କାମରେ ଲାଗିଯାଇଛନ୍ତି । ଆଉ କାମ ସାରି ନିଜର ମୁଣ୍ଡ ବିନ୍ଧାକୁ ନେଇ ମେଡ଼ିସିନ୍ ଖୋଜନ୍ତି ତ ହଠାତ୍ ନଜର ପଡେ ତାଙ୍କର ସେଇ କଲେଜ୍ ରୁ ବାହାରିବାର କାଗଜକୁ ନେଇକି । ଯାହାକୁ ଦେଖି ସେ ନିଜର ଆଖିକୁ ବିଶ୍ଵାସ ବି କରି ପାରି ନାହାଁନ୍ତି । ସେ ତୁରନ୍ତ ରାଗି ଯାଇଛନ୍ତି , ଆଉ ବୁଝି ପାରିଛନ୍ତି ଯେ ଗଗନ ମୋର ପଢା ଏବେ ବନ୍ଦ୍ କରିବାକୁ ଚାହୁଁଛନ୍ତି , ଯେଉଁଥି ପାଇଁ କି ସେ ମତେ କିଛି ନ ଜଣେଇ ମୋର ପରୀକ୍ଷା ଫଳ ଖରାପ୍ ଆସିଥିବାର ଦେଖି ମୋର କଲେଜ୍ ଯାଇ ଆଜି ହିଁ ସେ ସମସ୍ତ କାର୍ଯ୍ୟ ତୁଟେଇ ଦେଇ ଆସିଛନ୍ତି । ଏମିତି ହେଲେ ମୁଁ ଆଉ କଲେଜ୍ ତ ଯାଇ ପାରିବିନି । କଣ ଏଇଠି ମୁଁ ମୋର ସ୍ବପ୍ନକୁ ଭୁଲିଯିବି । ନା ମତେ ତାଙ୍କୁ ସବୁ ବିଷୟରେ ପଚାରିବାକୁ ପଡ଼ିବ । ସେ ଏମିତି କୋଉ ଅଧିକାର ନେଇକି କଲେ। କାହିଁକି ସେ ଏମିତି କରିବେ।

ଏମିତି ଚିନ୍ତା କରି ରାଗି ଯାଇ ଯେତେବେଳେ ଗୀତା ଗଗନଙ୍କ ପାଖରେ ପହଂଚିଛନ୍ତି , ଗଗନ ସେତେବେଳେ ବାଲକୋନୀ ନିକଟରେ ଫୋନ୍ ମାଧ୍ୟମରେ କାହା ସହିତ କଥା ହେବାରେ ସଂପୂର୍ଣ୍ଣ ବ୍ୟସ୍ତ ଅଛନ୍ତି ।

କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।



Rate this content
Log in

Similar oriya story from Drama