Dr Jharana Satapathy

Abstract

5.0  

Dr Jharana Satapathy

Abstract

କାଠମାଣ୍ଡୁ ଯାତ୍ରା

କାଠମାଣ୍ଡୁ ଯାତ୍ରା

3 mins
519


ମୋ ହାତ ଦେଖି କେହି କେହି କହିଥାନ୍ତି ତୁ ଭାରି ଭ୍ରମଣପ୍ରିୟ। ସତରେ ଭ୍ରମଣ କରିବାକୁ କାହାକୁ ଅବା ଭଲ ନ ଲାଗେ। ନୂଆ ନୂଆ ଯାଗାକୁ ତ ଦେଖିବାକୁ ଇଛା ହୁଏ ଆଉ ବିଦେଶ ନା ପଡିଲେ ସରିଲା କଥା ଆମ ଦେଶରେ ପ୍ରାୟତଃ ଆମ ଓଡିଶାରେ ଯେତେ ପର୍ଯ୍ୟଟନ ସ୍ଥାନ ଅଛି ବୁଲିଲେ ବି ସରିବନି କିନ୍ତୁ ହାତରେ ସମୟ ଥିବା ଦରକାର। କିନ୍ତୁ ମନରେ ଭାବିଥିଲି କାଠମାଣ୍ଡୁ ଯାଇ ପଶୁପତି ନାଥଙ୍କୁ ଦର୍ଶନ କରିବାକୁ। ଭାରି ଇଛା ଥାଏ ସେ ଯାଗା ଭ୍ରମଣ କରିବାକୁ।

ଯେତେବେଳେ ମୁଁ ଶୁଣିବାକୁ ପାଇଲି ମୋ ମିଷ୍ଟେରଙ୍କ ମୁହଁରୁ ଏକ ଟୁର ଏବଂ ଟ୍ରବଲ ଦ୍ବାରା ବାହାରିବା କାଠମାଣ୍ଡୁ ସତରେ ଖୁସିର ଆଉ ସୀମା ରହିଲା ନାହିଁ। ଆମେ ସେତେବେଳେ ବ୍ରହ୍ମପୁରରେ ଥିଲୁ।


କାଠମାଣ୍ଡୁ ନେପାଳର ରାଜଧାନୀ ଏବଂ ଐତିହ୍ୟ ସ୍ଥଳ। ବହୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ବ୍ରହ୍ମପୁରରୁ ଟୁର ଏବଂ ଟ୍ରଭେଲର ଦ୍ବାରା ଆମେ ପ୍ରାୟ ୧୦ଜଣ ଗାଇଡକୁ ମିଶାଇ ୧୧ ଜଣ ଯାତ୍ରୀ ବାହାରିଥିଲୁ ସନ୍ଧ୍ୟାରେ ଚେନାଇ ହାଓଡା ମେଲ୍ ରେ କଲିକତା ଅଭିମୁଖେ। ସକାଳୁ ସକାଳୁ କଲିକତାରେ ପହଞ୍ଚି ଵିଶ୍ରାମ ନେଇ ସନ୍ଧ୍ୟାରେ ପୁଣି ହାଓ୍ବାଡା ରକ୍ସୁଲ ଏକ୍ସପ୍ରେସରେ ବାହାରିଲୁ ରକ୍ସୁଲ ଅଭିମୁଖେ । ଵିହାର ରାଜ୍ୟର ରକ୍ସୁଲ ଆମ ଭାରତ ଏବଂ ନେପାଳ ବୋର୍ଡରେ ଅବସ୍ଥିତ। ରକ୍ସୁଲ ଷ୍ଟେସନରେ ପହଞ୍ଚି ଟାଙ୍ଗାରେ ପନ୍ଦରୁ କୋଡିଏ ମିନିଟ୍ ଯାତ୍ରା ପରେ ବିରଗଞ ଏୟାରପୋଟ୍ ରେ ପହଞ୍ଚିଥିଲୁ।


ଯେହେତୁ ଭାରତୀୟଙ୍କ ପାଇଁ ପାସପୋଟର ଆବଶ୍ୟକତା ପଡୁନଥିବା ଯୋଗୁ ପ୍ଲେନରେ ବୋଡିଙ୍ଗ୍ ଅତି ଶିଘ୍ର ହୋଇ ଯାଇଥିଲା। ବିରଗଞରୁ କାଠମାଣ୍ଡୁର ଦୂରତା air way ରେ ଅତି ନିକଟତର ହୋଇଥିବା ଯୋଗୁ ୨୦ ମିନିଟ୍ ଭିତରେ ସେଠାରେ ଆମେ ପହଞ୍ଚିଗଲୁ । ଏଥି ମଧ୍ୟରେ ଆମ ସାଥିରେ ଯାଇଥିବା ଅନ୍ୟ ସହଯାତ୍ରୀମାନଙ୍କ ସହ ଆମର ବନ୍ଧୁତା ସ୍ଥାପନ ହୋଇଯାଇଥିଲା। ଏୟାର ପୋର୍ଟ ରୁ ଆମ ପାଇଁ ସଂରକ୍ଷିତ ହୋଇଥିବା ହୋଟେଲକୁ ଯାଇ ନିଜ ନିଜର ଜିନିଷ ପତ୍ର ରଖି ରାତିରେ ଵିଶ୍ରାମ ନେଇ ସକାଳୁ ସକାଳୁ ଟିଫିନ ସାରି ବାହାରି ପଡିଥିଲୁ ପଶୁପତି ନାଥ।  


ପଶୁପତିନାଥ ଦର୍ଶନ କରିବା ଵେଳକୁ ପ୍ରାୟ ସକାଳ ଦଶ ଘଣ୍ଟ ସମୟ ହୋଇଥିଲା। ପଶୁପତି ନାଥ କାଠମାଣ୍ଡୁର ବାଗମତୀ ନଦୀ କୂଳରେ ଅବସ୍ଥିତ । ଗର୍ଭଗୃହ ମଧ୍ୟରେ ସ୍ୱୟମ୍ଭୁ ଶିବ ଲିଙ୍ଗ ବିଦ୍ୟାମାନ । ଶିବଲିଙ୍ଗର ଉଚ୍ଚତା ପ୍ରାୟ ତିନି ଫୁଟ । ପାଗୋଡ଼ା ଶୈଳୀରେ ନିର୍ମିତ ପଶୁପତିନାଥ ମନ୍ଦିରର ଦ୍ୱିତଳ ବିଶିଷ୍ଟ ଶିଖର ଦେଶ ସୁନାରେ ଛାଉଣୀ ହୋଇଥାଏ । ମନ୍ଦିରର ରୌପ୍ୟ ଆଚ୍ଛାଦିତ କବାଟ କାରୁକାର୍ଯ୍ୟ ବିମଣ୍ଡିତ । କିଛି ରୁଦ୍ରାକ୍ଷ ଏବଂ ଶାଳଗ୍ରାମ ସଂଗ୍ରହ କରିଥିଲି ସେଠୁ। ପରେ ପରେ କାଠମାଣ୍ଡୁର ଏକ ହୋଟେଲରେ ଲଞ୍ଚ୍ କରି ନେପାଳ ରାଜାଙ୍କ ପେଲେସ୍ ଦେଖି ନେପାଳର ପ୍ରସିଦ୍ଧ କେସିନୋରେ ବିଭିନ୍ନ ଖେଳର ମଜା ନେଇ କାଠମାଣ୍ଡୁ ସହର ପରିଭ୍ରମରେ ବାହାରି ପଡିଥିଲୁ। କାଠମାଣ୍ଡୁରେ ବହୁତ ବୌଦ୍ଧ ଧର୍ମଲମ୍ବୀମାନଙ୍କୁ ଦେଖିବାକୁ ମିଳିଥିଲା। ଖାଲି ସେଠାରେ ବୌଦ୍ଧ ସ୍ତୁପମାନ ଦେଖିବାକୁ ମିଳିଥିଲା । ବିଭିନ୍ନ ବୌଦ୍ଧ ସ୍ତୁପମାନ ମଧ୍ୟ ଦର୍ଶନ କରିଥିଲି। ତାର ଐତିହ୍ୟ ବିଷୟରେ ଜାଣିବାକୁ ପାଇଥିଲି।


ତାପର ଦିନ ସକାଳୁ ସକାଳୁ ବାହାରିଥିଲୁ କାଠମାଣ୍ଡରୁ ପୋଖରା ଅଭିମୁଖେ। ରାସ୍ତାରେ ମନସା ଦେବିଙ୍କୁ ଦର୍ଶନ ମଧ୍ୟ କରିଥିଲୁ। ମା ମନସାଙ୍କୁ ଦର୍ଶନ କରିବାକୁ ହେଲେ ରୋପ୍ ଓ୍ବେରେ ଯିବା ପାଇଁ ପଡିଥାଏ। ଆମେ ରୋପ୍ ଓ୍ବେରେ ଯାଇ ମାଙ୍କୁ ଦର୍ଶନ କରିଥିଲୁ। କି ସୁନ୍ଦର ପ୍ରାକୃତିକ ପରିବେଶ। ସବୁଜ ବନାନି। ସତରେ ସେଠାର ପ୍ରାକୃତିକ ଶୋଭା ଅବଣ୍ଣନୀୟ।


ସନ୍ଧ୍ୟା ପୂର୍ବରୁ ପୋଖରାରେ ପହଞ୍ଚି ଯାଇଥିଲୁ । ସେଠାରେ ଥିବା ଲେକରେ ବୋଟିଙ୍ଗର ମଜା ନେଇ ମମୋ ଖାଇ ହୋଟଲରେ ସାଂସ୍କୃତିକ କାର୍ଯ୍ୟମାନ ଦେଖି ସେହି କଳାକାର ମାନଙ୍କ ଦ୍ବାରା ମୁଁ ଏବଂ ମୋ ମିଷ୍ଟେର ଆମ ସହ ଥିବା କିଛି ସହଯାତ୍ରୀ ସେମାନଙ୍କ ସହ ମିଶି ନୃତ୍ୟ ମଧ୍ୟ କରିଥିଲୁ। ବହୁତ ଭରପୁର ମଜା ନେଇଥିଲୁ।

ତାପର ଦିନ ବଡି ଭୋରରୁ ପୋଖରା ନିକଟରେ ଅବସ୍ଥିତ ହିମାଳୟର କାଞ୍ଚନଜଙ୍ଗା ଶିଖରରୁ ସୂର୍ଯ୍ୟୋଦୟର ଭରପୁର ମଜ୍ଜା ନେଇ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରି ବିଭିନ୍ନ ଶୈଳୀରେ ଫୋଟମାନ ଉଠାଇ ଥଣ୍ଡାର ବାତାବରଣରେ ହଜି ଯାଇଥିଲି କିଛି ସମୟ। କି ସୁନ୍ଦର ପରିବେଶତାହା ଅବର୍ଣ୍ଣନୀୟ।


ପ୍ରାୟ ପାଞ୍ଚ ଦିନର ଯାତ୍ରାପରେ କାଠମାଣ୍ଡ ଠାରୁ ବିରଗଞ ଫେରିବାର ବ୍ୟବସ୍ଥା ହୋଇଥିଲା ସେ ଟୁର ଏବଂ ଟ୍ରବଲ ବାଲା ଦ୍ୱାରା । କାଠମାଣ୍ଡରୁ ବିରଗଞ ଫ୍ଲାଇଟ୍ ରେ ଆସିବାକୁ ଯାହା 20 ମିନିଟ୍ ଲାଗିଥିଲା ତାହା ବସ୍ ରେ ଆସିବାକୁ ଆମକୁ ପ୍ରାୟ ୨୦ ଘଣ୍ଟା ଲାଗିଯାଇଥିଲା। ଅଙ୍କାବଙ୍କା ଘାଟି ରାସ୍ତା । ମାଓବାଦି ଭୟ,ରାସ୍ତାଯାକ ମିଲଟ୍ରି ଚେକିଙ୍ଗ୍। କିଛି ବାଟ ଗାଡି ଗଲା ପରେ ଗୋଟେ ଯାଗାରେ ଗାଡି ରଖି ଆମକୁ ଓହ୍ଲାଉଥାନ୍ତି ଆମକୁ ଚେକିଙ୍ଗ୍ କରି ପୁଣି ଗାଡିରେ ବସିବା ପାଇଁ କହୁଥାନ୍ତି। ଏମିତି ରାସ୍ତାଯାକ ଚେକିଙ୍ଗ୍। ଖାଲି ଭଗବାନ ହିଁ ଭରସା ସେ ରାସ୍ତାକୁ। ଯିଏ ଯାଇଥିବ ସେହି ରାସ୍ତାରେ ତାର ଅନୁଭୂତି ଜୀବନ ଯାକ ରହିଯିବ। ସେହି ଅଭିଜ୍ଞ,ନିଖୁଣ ଡ୍ରାଇଭରର ଡ୍ରାଇଭିଙ୍ଗ୍ ଉପରେ ଗାଡିଟି ଖାଲି ନ୍ୟସ୍ତଥାଏ। ଏମିତି କଷ୍ଟମଷ୍ଟେ ସେ ଘାଟି ରାସ୍ତାରେ ଆସି ରକ୍ସୁଲ ଷ୍ଟେସନରେ ୨୦/୨୨ ଘଣ୍ଟା ପରେ ପହଞ୍ଚିଥିଲୁ। ଟ୍ରେନ ଛାଡିଦେବା ଅବସ୍ଥାରେ ଥାଏ।

ଯାହାହେଉ ବଡ କଷ୍ଟରେ  ରକ୍ସୁଲ ଷ୍ଟେସନରେ ପହଞ୍ଚି ଥିଲୁ। ଟ୍ରେନରେ ଚଢି ରକ୍ସୁଲରୁ କଲିକତା ପ୍ରତ୍ୟାବର୍ତ୍ତନ କରିଥିଲୁ। ବର୍ଷାଦିନ ହେବା ଲାଗି ଭୀଷଣ ବର୍ଷା ହେତୁ କଲିକତା ଷ୍ଟେସନ ପୂର୍ବରୁ ଟ୍ରେନଟି ଅଟକିଗଲା ପ୍ରାୟ ପାଞ୍ଚରୁ ଛଅ ଘଣ୍ଟା । ପ୍ରବଳ ବର୍ଷା ହେତୁ ଟ୍ରେନ ଟ୍ରାକ ହିଁ ଦେଖାବି ଯାଉନଥାଏ।

ବର୍ଷା ଛାଡିବା ପରେ ଟ୍ରେନଟି କଲିକତା ଷ୍ଟେସନରେ ପହଞ୍ଚିଲା। ସେଦିନ କଲିକତାରେ ରହି ମାର୍କେଟିଙ୍ଗ୍ କରି ଫାଲକନାମାରେ ପ୍ରତ୍ୟାବର୍ତ୍ତନ କରିଥିଲୁ ନିଜ ନିଜ ଘରକୁ।


Rate this content
Log in

Similar oriya story from Abstract