କାମନା
କାମନା


ବଗିଚା ରେ ବସିଥିଲେ ମାଲବିକା। ନାନାଜାତିର ଫୁଲ। କେତକୀ,ଚମ୍ପା,ରଜନିଗନ୍ଧା, ମଲ୍ଲୀ, ମାଳତୀ, ଜୁଇ,ଯାଇ,ହେନା, ସହିତ କୃଷ୍ଟଚୁଡା, ନାଗେଶ୍ୱର,ଗଛ । ନିଜନିଜ ସୁବାସରେ ମହକି ଉଠୁଛି ପରିବେଶ । ସବୁଜ ଚାଦର ର ଘାସ ଉପରେ ବସି ଉପଭୋଗ କରିଥିଲେ ପ୍ରକୃତିକୁ । ବେଳେବେଳେ ଏହି ବଗିଚାରେ ବସିରହିଲେ ମନ ହାଲକା ହୁଏ । ଆଜିକିନ୍ତୁ ମନ ଭିତରଟା କୁହୁଳୁଛି । ଯେମିତି ନିଆଁଲାଗିଯାଇଛି । ବେଳେବେଳେ ପାଟିରୁ ଶବ୍ଦକେତେ ଆପେଆପେ ବାହାରି ପଡୁଛି । ବେଇମାନ,ନିମକହାରାମ, ବଦମାସ, ଲମ୍ପଟ, ଏମିତି କେତେକ ସୃତିକଟୁ ମନ୍ତବ୍ୟ । ସାମ୍ନାରେ ନଗେସ୍ୱର ଗଛଟିରେ ଲଦିହୋଇଛି ମୁକ୍ତା ଭଳି ଧଳା ଧଳା ଫୁଲ। ଫୁଲର ମଝିରେ ହଳଦୀ ରଙ୍ଗର କେଶର । କଲା ଭଅଁର , ମହୁମାଛି ଗଛ ସାରା ଲୁଟୁଛନ୍ତି ପରାଗ ।ଯେମିତି ପାଗଳ।ଏମିତିବି ପାଗଳ ହୋଇ ଛାଡୁନାହାଁନ୍ତି ଫୁଲପିଛା । କଳା ଭଅଁରଟା କେମିତି ଲୁଟୁଛି ସେତ ଫୁଲକୁ ଚୁମିଚୁମି ଯାଉଛି।ମହୁମାଛି ସିନା ମଧୁ ପିଉଛି । ଏ ଭଅଁରଟା ପୁରା ଲମ୍ପଟ । ଅନ୍ୟ ଫୁଲକୁ ଗଲାଣି । ପୁଣି ଗୁଣୁଗୁଣୁ ହେଉଛି । ଫୁଲକୁ ମନୋଉଛି। ଏହି ଲମ୍ପଟ ମାନଙ୍କୁ ଶାସ୍ତି ମିଳିବା ଉଚିତ । ଗୋଲାପ ପାଖ ମାଡୁନାହିଁ ।
ମାଲବିକା ଉଠି ଠିଆ ହେଲେ। ପାରା ଯୋଡିଏ ଉଡ଼ିଆସି ବସିଗଲେ ଘାସ ଉପରେ। ପୁରୁଷ ପାରାଟି ବେକ ଫୁଲେଇ ମାଇପାରା ଉପରକୁ ଉଠିବସୁଛି ।ଏମାନେ ବି ? କଣ ପ୍ରକୃତରେ ଏହାକୁ ପ୍ରେମ କୁହାଯାଏ । ବଗିଚାର ଚାରିଆଡକୁ ଦୃଷ୍ଟି ଦେଇ ପୁଣି ପାରା ଆଡକୁ ଚାହିଁଲେ। ଏମାନକଂ ମିଳନ ପର୍ବ । ଏହାପରେ ମାଈପାରା ମା ହେବ। ବସା ବାନ୍ଧିବେ। ଅଣ୍ଡା ଦେବ। ଛୁଆ ହେବେ । ପୁରୁଷ ପାରାଟା ଆଉଗୋଟିଏ ମାଈପାରା ସାଙ୍ଗରେ ପଳେଇବ ।ବିଚରା ମାଈ ପାରା କେତେ ହନ୍ତସନ୍ତ ହେବ ।
ମାଲବିକା ଫେରୁଥିଲେ । ଭାବନା ଭିତରେ ରହି ବେଳକୁ ଭୁଳିଯାଇଥିଲେ ।ସନ୍ଧ୍ୟା ପାଖେଇ ଆସୁଛି। ଅଫିସର ଭାରାରୁ ବର୍ତମାନ ମୁକ୍ତ ହେଲେବି ଘରେ ଏକୁଟିଆ ରହି ମାନସିକ ଚିନ୍ତାରେ ଅସ୍ତିର । ନା ବଂଚିବା ପାଇଁ ତାଙ୍କୁ ଅନ୍ୟପନ୍ଥା ଧରିବାକୁ ପଡିବ । ଆଉଜଣେ କେହି ତାଙ୍କୁ ଭଲପାଇବାକୁ ବସିବେ । ସେଇଠୁ ପୁଣି ଅରମ୍ବହେବ ଜୀବନ । ପ୍ରେମରେ ଧକାଖାଇବା ନୂଆକଥା ନୁହେଁ । ତେବେ ପଛକୁ ଭାବି ଭବିଷ୍ୟତ ନଷ୍ଟକରିବା ବି ଅନୁଚିତ । ହେଲେ ମନ ବୁଝୁନାହିଁ, ନାରୀ ତାର ଶରୀର ସହିତ ଅନ୍ୟ ପୁରୁଷ ସଙ୍ଗେ ଖେଳି କେମିତି ଭୁଲିପାରିବ ? କଣ କହି ତାର ଭାବି ସ୍ୱାମୀକୁଁ ବିଶ୍ୱାସ ଦେବ ?ଏମିତି ଅମୀମାସିତ ବିଚାର ଦଂଶନକରୁଥିଲ ।
ମାଲବିକା ର ମା ଜଣେ ଶିକ୍ଷୟିତୀ । ଝିଅ କୁ ଦେଖିବାକୁ ତାଙ୍କ ସହିତ ଜଣେ ଯୁବକ ଆସିଛନ୍ତି । ଯୁବକ ଜଣକ ଦେଖିବାକୁ ସୁନ୍ଦର ଆଉମଧ୍ୟ ଜଣେ ବ୍ୟବସାୟୀ । ଶିକ୍ଷା ମଧ୍ୟ ଇଂରାଜିରେ ଏମେ । ବାପାଙ୍କ ବ୍ୟବସାୟ ବୁଝି ମାସକୁ ଲକ୍ଷାଧିକ ଟଙ୍କା ଲାଭକରନ୍ତି । ଯୁବକକୁଁ ଦେଖି ମାଲବିକା ମନେମନେ ଭାବନ୍ତି ନିଜଆଡୁ ତାଙ୍କ ଜୀବନର ଝୁଣ୍ଟିଥିବା ଦାରୁଣକାହାଣୀ ଶୁଣେଇ ଦେବାକୁ ।ଯୁବକ କହିଲେ, ମାଲବିକା ତୁମକୁ ମୁଁ ପସନ୍ଦ କଲାପରେ ତୁମର ସନମତି ଆଶାକରୁଛି । ମାଲବିକା ନିରବ ରହିଲେ । ଯୁବକ ଆଣିଥିବା ହୀରାର ମୁଦି ମାଲବିକାକଂ ଆଙ୍ଗୁଳିରେ ଗଲେଇଦେଲେ । ମାଲବିକା କୁ ଲାଗୁଥିଲା ଜଣେ ପାପିଣୀ କୁ ମୁଦ୍ରିକା ଦେଇ ଭୁଲ କରୁଛ ବୋଲି । ସମୟ ଚକ୍ରରେ ତୁମ ଜୀବନରେ ଯାହା ସବୁ ଘଟିଯାଇଛି ମତେ ଜଣା ।ଯୁବକ କହିଲେ ।ମାଲବିକା ଚମକିପଡିଲେ । କହିଲେ , ଜାଣି କାହିଁକି ଜଣେ କଲକିନି କୁ କଥା ଛଡାଇ ଯୁବକ କହିଲେ ଏଇଥିପାଇଁ ତୁମେ ନରଦୋଶୀ । କେମିତି? ପ୍ରଶଂକଲେ ମାଲବିକା। କାରଣ ତୁମ ସରଲତାର ସୁଯୋଗ ନେଇ ସେ ବେଇମାନ ଖେଳ ଖେଳିଛି । ସେ ମୋର ସାଙ୍ଗ ଥିଲା, କିନ୍ତୁ ଏବେ ନାହିଁ। ତୁମ ଘଟଣା ସେ ମତେ ସବୁ କହିଛି । ତୁମୁକୁ ବିବାହ ର ପ୍ରତିଶୃତି ଦେଇ ଧକା ଦେଇଛି । ସେଥିପାଇଁ ତୁମେ ଭାଙ୍ଗି ପଡିଛ। ମୁଁ ତୁମକୁ ବିବାହ କରିବାକୁ ଚାହେଁ।
ମାଲବିକା ଅବାକ ହୋଇ ଶୁଣୁଥିଲେ। କହିଲେ ଏ ଅପବିତ୍ର ଦେହକୁ ନେଇ ତୁମେ ?ଯୁବକ କହିଲେ ତୁମେ ବି ଏବେ ଗଙ୍ଗା । ଛାଡ଼ ପଛକଥା । ଏବେ ନୂଆ ରୂପ ନିଅ । ତୁମ ଭବିଷ୍ୟତ ଏବେ ମତେ ଦିଅ। ଏତିକି ବିଶ୍ୱାସ ଦେଉଛି ।
ମାଲବିକା ର ଆଖିରଲୁହ ଭିଜିଗଲା ପଣତକାନୀ, ଲୁହ ପୋଛିଦେଲେ ମଳୟ ସେହି ଯୁବକ ।