Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Dr Jharana Satapathy

Abstract

3.9  

Dr Jharana Satapathy

Abstract

କାଲା ଆଗରେ ମୂଳା ଚୋବାଇବା

କାଲା ଆଗରେ ମୂଳା ଚୋବାଇବା

2 mins
652


ଶିଷ୍ଟାଚାର ଏବଂ ସଂସ୍କାର ସମସ୍ତେ ନିଜ ନିଜ ଗୁରୁଜନ ମାନଙ୍କଠୁ ଏବଂ ପରିବାରରୁ ହିଁ ଶିଖିଥାନ୍ତି।ପିଲାଟିର ଆଚାର ବ୍ୟବହାର ଦେଖିବା କ୍ଷଣି ଜଣାପଡେ ସେ ସଂସ୍କାର ଘରର ପିଲା।କିନ୍ତୁ ଆଜିକାଲିର ପିଲାମାନଙ୍କର ଚିନ୍ତାଧାରା ଅଲଗା।ଉଗ୍ର ଆଧୁନିକତା ସେମାନଙ୍କୁ କେତେ ନ୍ୟୁନ କରି ଦେଉଛି ଯାହା ଫଳରେ ପିଲାମାନେ ବହୁତ ତଳକୁ ଖସି ଯାଉଛନ୍ତି।ବଡ ମାନଙ୍କୁ ସର୍ମାନ ଦେବା ଭାବିଚିନ୍ତି କଥା କହିବା ସବୁ ଭୁଲି ଯାଉଛନ୍ତି।ମୁଁ ବହୁପିଲାଙ୍କୁ ଏଭଳି ଦେଖି ଆସିଛି। ସେ ଦିନ ମୁଁ ଏବଂ ମୋ ମିଷ୍ଟେର ଟ୍ରେନରେ ଯାଉଥିଲୁ ବ୍ରହ୍ମପୁର ଏକ ଜରୁରୀ କାମରେ।ଯେହେତୁ ଅଣସଂରକ୍ଷିତ ବଗିରେ ଚଢିବା ଲାଗି ସିଟ୍ ଖାଲି ନଥିବା ହେତୁ ଟିକେ ଏଡଜେଷ୍ଟ ହୋଇ ବସିବା ପାଇଁ ପଡୁଥିଲା। ଆମ ନଜର ପଡିଲା ଆମ ଆଗ ସିଟ୍ ଉପରେ।ସେ ଟୋଟାଲ ସିଟ୍ ଉପରେ ଦୁଇଜଣ ଝିଅ ବସିଥାନ୍ତି ବେଗଟିକୁ ପାଖରେ ରଖି ଟୋଟାଲି ସିଟ୍ ମାଡି ବସିଥାନ୍ତି।ମୋ ମିଷ୍ଟେର ଅନୁରୋଧ କଲେ ସେ ସିଟ୍ ଉପରୁ ବେଗଟାକୁ ବାହାର କରି ଟିକେ ବସିବାକୁ ଦିଅନ୍ତୁ।କିନ୍ତୁ ସେ ଝିଅ ଆଦୌ ଶୁଣିବାକୁ ପ୍ରସ୍ତୁତ ନଥିଲା।ବେଗଟିକୁ ତା ପାଖରେ ରଖି ସିଟ୍ ଅକ୍ତିହାର କରିଥିଲା।ଯେତେ କହିଲେ ମଧ୍ୟ ଶୁଣି ନଥିଲା।ଆମେ ବାଧ୍ୟ ହୋଇ ତା ବେଗଟିକୁ ତଳେ ଥୋଇ ଥିଲୁ।ପୁଣି ସେ ବେଗ ଉଠାଇ ତା ପାଖରେ ରଖିଥିଲା।ସେମାନଙ୍କର କଥାବାର୍ତ୍ତାରୁ ଜଣା ପଡୁଥିଲା ଦୁଇଜଣ ଯାକ ଝିଅ ଇଞ୍ଜିନିୟର ପଢନ୍ତି।ଆମେ ବ୍ରହ୍ମପୁରରେ ପହଞ୍ଚିବା ଯାଏଁ ମଧ୍ୟ ସେ ତା ବେଗଟିକୁ ସେମିତି ପାଖରେ ଧରିଥାଏ।ହଁ ସତ କଥା ଟ୍ରେନରେ ଚୋରିହାରି ଭୟ ତା ମାନେ ଏମିତି ଅନ୍ୟମାନଙ୍କୁ ବସିବାକୁ ଦେବେନି।ଛୋଟ ପିଲା ବୁଦ୍ଧି ବିବେକ ଯଦି ପାଖରେ ନାହିଁ ସଂସ୍କାର ରହିବା କଥାନା। ------ମୁଁ ସେମାନଙ୍କୁ ପଚାରିଲି କଣ ପଢୁଛ ସେମାନେ କହିଲେ ଇଞିନିୟରିଂ ଷ୍ଟୁଡେଣ୍ଟ। ତୁମେ ଜଣେ ଶିକ୍ଷିତା ହୋଇ ବଡମାନଙ୍କ ପ୍ରତି ଏଭଳି ବ୍ୟବହାର କରିବା ଠିକ୍ ନୁହଁ।ତୁମେ ଏ ବିଷୟରେ ଅବଗତ ହେବାଦରକାର।କିନ୍ତୁ ସେ ନିଜ ଜିଦରେ ସେମିତି ଅଟଳ ଥାଏ। -----ପୁଣି ମୁଁ ପଚାରିଲି ତୁମ ବାପା କଣ କରନ୍ତି?ସିଏ କିଛି କହିଲା ନାହିଁ। ----ମୁଁ ସଙ୍ଗେ ସଙ୍ଗେ ପ୍ରଶ୍ନ କଲି ତୁମ ବାପାଙ୍କ ସହ ଏଭଳି ବ୍ୟବହାର କରି ପାରିବ ତୁମେ? ସମସ୍ତେ ମିଶି ଯାଉଛେ ଆଡଜେଷ୍ଟରେ ବସିବା କିନ୍ତୁ ସେ ତା ନିଜ ଜିଦରେ ହିଁ ଅଟଳ ଥାଏ। ତା ଘରକୁ ଫୋନ କରି ଏ ସବୁ କଥା ଵୋଧେ ଜଣାଉଥାଏ।ମୁଁ ମନେ ମନେ ଭାବିଲି ସତରେ କାଲା ଆଗେ ମୂଳା ଚୋବାଇବା ଯାହା ଏମାନଙ୍କୁ ବୁଝାଇବା ତାହା।


Rate this content
Log in