ଜଷ୍ଟି ମହୁ
ଜଷ୍ଟି ମହୁ
ବିଜ୍ଞାନ ମେଳା ପାଇଁ ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନୟାନ୍ତ, ଏଥିପାଇଁ କି ଯେ ଇନୋଭେଟିବ ସମ୍ପୂର୍ଣ୍ଣ ପ୍ରୋଜେକ୍ଟ ନହେଲେ କେମିତି ପ୍ରୋଜେକ୍ଟ ଟି ସିଲେକ୍ଟ ହୋଇପାରିବ. ସଲୀଳାଦେବୀ ଆର୍ଟସ ଟିଚର ହେଲେ ବିଜ୍ଞାନ ପ୍ରତି ତାଙ୍କର ଘୋର ଦୁର୍ବଳତା. ତାଙ୍କ ସମୟ ରେ ବିଜ୍ଞାନ କହିଲେ ସଜୀବ/ନିର୍ଜୀବ, ଥରମୋପ୍ଳାସ ର ଗଠନ, ଦର୍ପଣ ର ଆଲୋକ-ବିକିରଣ, ଧୂଳିକଣା ଇତ୍ୟାଦି. ଏବେ ଟା ଡିଜିଟାଲ ଯୁଗ, ମନଭରାକ୍ରାନ୍ତ କେହି କେହି କହୁଥିଲେ ପଇସାଦେଲେ ବଢିଆ ବଢିଆ ପ୍ରୋଜେକ୍ଟ କିଣି ଆଣି ହେବ ଆଉ ମୁଣ୍ଡ ଖେଳାଇବା ଦରକାର ନାହିଁ ତ ଗ୍ରହଣ କରିପାରୁନଥିଲେ ସଲୀଳା ଗୁରୁମା.
ଭାରାକ୍ରାନ୍ତ ମନ ନେଇ ଘରେ ପହଁଚିଲା ବେଳକୁ ବାପା କାଶୀ କାଶୀ ବେଦମ. ଯେତେ ଔଷଧ ପତ୍ର ଦେଲେ ବି କଫ ଛିଂଡ଼ୁନି. ତଥାପି ଘରୋଇ ଉପଚାର ମଧ୍ୟରେ ଗୁଆଘିଅରେ ଅଦା ଭାଜି, ମହୁରେ ହଳଦୀ ମିଶାଇ ଖାଇବାକୁ ଦେଉଥିଲେ ଶ୍ବଶୁରଙ୍କୁ ସଲୀଳା ଦେବୀ ତାସହ ଚ୍ୟବନପ୍ରାସ. ତଥାପି କାଶି କାଶି ବେଦମ ବାପାଙ୍କୁ ଦେଖିଲେ କଷ୍ଟ ହୁଏ.
ସ୍ବାମୀ ହଠାତ କହିଲେ ସେ ଆରପଟ ଘରେ ଥାକରେ "ଜଷ୍ଟି ମହୁ " ଅଛି ଦୁଇଖଣ୍ଡ ବାପାଙ୍କୁ ଦିଅ ତ ଟିକେ ଭଲ ଲାଗିବ. ଜଷ୍ଟି ମହୁ ଖୋଜିବାକୁ ଯାଇ ସଲୀଳା ଇତଃସ୍ତତଃ ହେଲେ, ପ୍ରଥମକରି ଶୁଣୁଥିବା ଏ ନାଁ ଟି ରେ ହଡବଡେଇଗଲେ. କେତେ ଖୋଜାଖୋଜି କରିବା ପରେ ଯାହା ପାଇଲେ ତା ଥିଲା ଗୋଟିଏ ଛୋଟ ଗଛର ଛୋଟ ଛୋଟ ଶୁଖିଲା ଡାଳ. ତାକୁ ପାଟିରେ ଖଣ୍ଡେ ଦେଲେ ତ ମହୁ ଭଳି ମିଠା ଲାଗିଲା.
ହଠାତ ମନକୁ ବିଜ୍ଞାନ ମେଳା ର ପ୍ରୋଜେକ୍ଟ ପାଇଁ "ଉଦ୍ଭିଦର ସଂରକ୍ଷଣ ଓ ଔଷଧୀୟ ଗୁଣ " ଶୀର୍ଷକ. ବହୁପ୍ରକାର ଉଦ୍ଭିଦକୁ ସଂଗ୍ରହ କରିବାର ମନୋବଳ ଆଣି ପ୍ରୋଜେକ୍ଟ ଟିଏ ପ୍ରସ୍ତୁତ କରାଇପାରିବାକୁ ଲାଗିପଡ଼ିଥିଲେ ସଲୀଳା ଗୁରୁମା. ହେଇଗଲା ଅଳ୍ପ ପଇସା ରେ ଭଲ ପ୍ରୋଜେକ୍ଟ ଟିଏ. ବୁଲି ବୁଲି ସଂଗ୍ରହ କରାଗଲା ଘିକୁଆଁରି ଠାରୁ ଆରମ୍ଭ କରି କଣ୍ଟାମରୀଚ ଶାଗ ଯାଏଁ ଦେଖାଗଲା ଏମିତି କୌଣସି ବୃକ୍ଷ ବା ଉଦ୍ଭିଦ ବାଦ ପଡୁନି ଯେଉଁଥିରେ କି ଔଷଧୀୟ ଗୁଣ ନାହିଁ. ପୁଣି ଚମକୃତ ହେଲେ ଯେବେ ପ୍ରୋଜେକ୍ଟ ଟି ସିଲେକ୍ଟ ହୋଇଥିଲା.