ଜରିଗୋଟାଳି
ଜରିଗୋଟାଳି
ସେଦିନ କ୍ରିକେଟ ଖେଳିସାରି ଘରକୁ ଫେରି କବାଟ ବନ୍ଦ କରୁ କରୁ କବାଟ ରେ ଠକ ଠକ ଶବ୍ଦ ଶୁଣି ପୁନଶ୍ଚ କବାଟ ଖୋଲି ଦେଖିଲି
ପଡ଼ିଆରେ ଜରି ଗୋଟାଉଥିବା ପିଲାଟି ମୋ ସାମ୍ନାରେ ଠିଆ ହେଇଛି ।ମନେ ପଡ଼ିଲା ସାଙ୍ଗ କଥା
.....ଏ ଜରିଗୋଟାଳୀ ପିଲା !
ଆମେ ଖେଳିକି ଚାଲିଗଲା ପରେ ଜରି ଗୋଟାଇବୁ ।କୁଆଡୁ ଆସିଲା ଖେଳିବାରେ ବାଧା ଦେଉଛି ।
ପିଲାଟି ଖୁବ କରୁନ ଦୃଷ୍ଟିରେ ଚାହିଁ ଠିଆ ହୋଇ ରହିଲା ପଡ଼ିଆର ଶେଷ କୋଣରେ ।ଆଉ ଖେଳ ଭିତରେ ନିଜକୁ ହଜାଇ ଦେଲା କିଛି ସମୟ ।ମୋର ନଜର ପଡିଥିଲା ତା ଉପରେ ।ହେଲେ ସେ ଏଠାରେ
କାହିଁକି ?
ପଚାରିଦେଲି କଣ ହେଲା କିରେ ?ତୁ ମୋ ପଛେ ପଛେ କଣ ଏଠାରେ ?
ଖୁବ ଧୀର ସ୍ୱରରେ କହିଲା ବାବୁ ।ଖେଳ ସାରି ଫେଟିବା ପରେ ମୁଁ ଜରି ଗୋଟାଉ ଗୋଟାଉ ଏ ମୁଦି ଟି ପାଇଲି ।ଆଉ କାହା ଘର ଦେଖିନି ।ଆପଣ ଏଇ ଘରକୁ ଆସିଲେ ତ ।ଖେଳିବା ବେଳେ ଆପଣଙ୍କର କି ଆପଣଙ୍କ ସାଙ୍ଗ କାହାର ଏ ମୁଦି ହେଇଥିବ ଭାବି ଆପଣଙ୍କୁ ଦେବାକୁ ଆସିଛି ।
ତା ହାତରୁ ମୁଦି ଟି ନେଇ ଦେଖିଲି ।ଆରେ ଏ ତ ମୋ ମୁଦି ।ଏଇଟା ମୋ ବୋଉର ଶେଷ ସନ୍ତକ ।ଜରି ଗୋଟାଳି ପିଲା ଆଖିରେ ମୁଁ ମୋର ବୋଉର ସ୍ନେହ କୁ ସାଉଁଟିଲି ।
r>
ଅଭାବ ଭିତରେ ବି ତାହାର ସଚ୍ଚୋଟ ପଣିଆ ଆଗରେ ମୋ ମୁଣ୍ଡ ନଇଁଗଲା ।ତାକୁ କିଛି ଦେବା ପାଇଁ ଅକ୍ଷମ ଭାବୁଥିଲି ନିଜକୁ ।ତା ମୁଣ୍ଡରେ ହାତ ବୁଲାଇ ଆଣୁ ଆଣୁ ପଚାରିଲି ତୁ ଏତେ ଛୋଟ ପିଲା ଏ କାମ କରୁଛୁ କାହିଁକି ?
ସେ ନିଃସଙ୍କୋଚ ରେ କହିଲା ବାବୁ ରୋଗିଣା ବାପା ଘରଦ୍ୱାର ନାହିଁ ,ଭାଇଭଉଣୀଙ୍କ ମୁହଁରେ ଆହାର ଦେବା ପାଇଁ କଷ୍ଟ ।ଯୋଉଠିକି ଗଲି ଧର ଧର ମାର ମାର କରି କାମ ଦେଲେନି ।ତେଣୁ ଏ କାମ କରୁଛି ।ବୋଉ କହେ ଭଗବାନଙ୍କ ଇଚ୍ଛା ।
ଆଉ ତୁ ପାଠ ପଢିଛୁ ?ମୁଣ୍ଡ ହଲାଇ ନାହିଁ କଲା ।କହିଲି ତୁ ପଢ଼ିବୁ?
ସେ ଖୁସି ହେଲା ।କିନ୍ତୁ ବାବୁ......
ବୁଝିପାରିଲି ସେ କଣ ଭାବୁଛି ।କହିଲି ବ୍ୟସ୍ତ ହୁଅନା ।ସବୁଦିନ ଏଇ ସମୟରେ କିଛି ସମୟ ତୋତେ ମୁଁ ପଢ଼ାଇବି ତାପରେ ତୁ ଚାଲିଯିବୁ ।ମୁଣ୍ଡ ଟୁଙ୍ଗାରି ହୁଁ କଲା ।
ତା ପରଦିନ ସେ ଆସି ମୋ ପାଖରେ ଠିଆ ।ମୋତେ ବି ବହୁତ ଖୁସି ଲାଗିଲା ।ଦି ଅକ୍ଷର ଶିଖାଇବାକୁ ଚେଷ୍ଟା ଆରମ୍ଭ କଲି ।ସେ କିଛି ଦିନ ପରେ ବହୁତ କିଛି ଶିଖିଯାଇଥିଲା ।ଏବେ ସେ ଜରି ଗୋଟାଳି ନୁହେଁ ଗୋଟେ ଦୋକାନ କରିଛି ।ତା ଭାଇ ଭଉଣୀକୁ ପଢ଼ାଉଛି ।ତାକୁ ଦେଖିଲେ ସ୍ନେହାଶିଷ ଆପେ ଆପେ ମୋ ହୃଦୟରୁ ଝରି ଯାଉଛି ।