STORYMIRROR

Upendra prasad Mahala

Inspirational Thriller

3  

Upendra prasad Mahala

Inspirational Thriller

ଜନ୍ମାନ୍ତର ସମ୍ପର୍କ

ଜନ୍ମାନ୍ତର ସମ୍ପର୍କ

6 mins
245


ଦୁଇଟି "ପାରାଛୁଅ।" ଓ ତାଙ୍କ "ମାଆ" ।

କେଉଁ ଜନମରେ କି ସମ୍ପର୍କ ଥିଲା କେଜାଣି ସେମାନେ କିଛି ଦିନ ଅମ ଘରେ ଅତିଥି ହୋଇ ରହିଗଲେ !! ଦିନ କେଇଟାରେ ପରିଚିତ ହୋଇଗଲେ ପରିବାର ସହ । ଧୀରେଧୀରେ ଅ।ତ୍ମୀୟତାର ଭାବ ଯୋଡି ବସିଲେ । ଚିହ୍ନାଚିହ୍ନା ସମ୍ପର୍କର ଡୋରି ବାନ୍ଧିଦେଲେ । 


ଦିନ କେଇଟା ଗଲାନି । ଦୂର ଅତିଥି ଭଳି ଅମ ଅଖି ଅଗରୁ ଉଭେଇ ଗଲେ । ଯିବା ବେଳେ ଦେଇଗଲେ ଭଲ ପାଇବା ଓ ସମ୍ପର୍କର ଭିନ୍ନ ବିଶ୍ୱାସ। ପଛରେ ଛାଡି ଚାଲିଗଲେ ମୁଁ ହାଟରୁ କିଣି ଅଣିଥିବା ବାଉଁଶ ତିଆରି "ଫୁଲ ଡାଲା ଘର", କୁଟାକାଠି ଉପରେ ନରମ ଘାସର ଶେଜ, ପାଣି ଗିନା ଓ କିଛି ଖୁଦଚାଉଳ । 


ବିଚିତ୍ର ଦୁନିଅ। !! କିଏ ଏଠି କାହାର ?? ପୁନର୍ଜନ୍ମ ଓ ଜନ୍ମାନ୍ତର କଥା ବିଶ୍ୱାସ କରି ହୁଏନା । ଏକଥା ସତ ଯେ, କିଛି ସମ୍ପର୍କ ମନକୁ ଟାଣେ। ଭାରି ଅ।ପଣାର ଲାଗେ । ମାନବେତ୍ତର ପ୍ରାଣୀ ଜଗତ ସହ ମଣିଷର ସହବସ୍ଥାନ ଓ ଭାବଗତ ସମ୍ପର୍କ କେତେ ଯେ ନିବିଡ ଓ ବାସ୍ତବ ହୋଇପାରେ ସେକଥା ମୋତେ ମନେ ପକାଇ ଦିଅନ୍ତି ଦୁଇ ପାରାଛୁଅ। ଓ ମାଆ । 


ଘଟଣାକୁ କିଛି ଦିନ ବିତିଗଲାଣି । ଅ।ଜି ବି ଅତିଥି ପାରାଛୁଆ ଦୁହିଁଙ୍କ କଅଁଳ ମୁନିଅ। ନଖର ଅ।ଘାତ ମୋ ଛାତିରେ ଗାର ଗାର ହୋଇ ଦିଶେ !! ମିଠା ମିଠା ଦରଜ ବାରି ହୋଇ ପଡେ !!


ଅ।ଶ୍ରିତ ଅତିଥି ହୋଇଥିଲେ ବି ବଡ ଅମାନିଈ ଥିଲେ ଦୁଇ ପାରା ଛୁଅ। !! ଚୁଁ ଚାଁ ହୋଇ ପରସ୍ପର କଣ କଥା ହୁଅନ୍ତି କେଜାଣି !! ହାତ ବଢାଇଲେ ଚମକି ଉଠି ଗୋଟେ ପଟ ଡେଣା ଝାଡି ପ୍ରତିରୋଧ କରନ୍ତି !! ଧୀର ହାତ ଅ।ଉଁଷା ପାଇଲେ ଅ।ପେ ଅ।ପେ ନିରବି ଯାଇ ପେଟେଇ ପଡନ୍ତି । ସେମାନଙ୍କ ମାଆ ଥିଲା କିଛି ବ୍ୟତିକ୍ରମ, ଯେତିକି ବିନୀତ, ସେତିକି ଗମ୍ଭୀର !!


ସବୁଦିନ ରାତି ପାହିଲେ ସକାଳର କଅଁଳ ଖରା ଝର୍କା ଦେଇ ଘର ଭିତରକୁ ପଶି ଅ।ସେ । ଝର୍କା କଡ ରେଲିଂରେ ଝୁଲୁଥିବା ଅତିଥି ପାରାଙ୍କ ଅସ୍ଥାୟୀ ବସା ଉପରେ ବୁଣି ପଡେ ସୁନେଲି ରଂଗ । ଅଣ୍ଡା ଖୋଳପାରୁ ବାହାରି ଅ।ଲୋକ ଦେଖିବା ବେଳେ ସେ ପାରାଛୁଅ।ଙ୍କ ଦେହ ଥିଲା କସି, ନତନତ। ଧୀରେଧୀରେ ଲାଲୁଅ। ଡେଣା ଓ ପାଦ ଶକ୍ତ ହେଲା । କଅଁଳି ଅ।ସିଲା କୁନିକୁନି ପର । 


ରାତି ପାହିଲେ, ମାଆ ପାରା ତତ୍ପର ହୋଇ ଉଠେ । ଥରେ ଦୁଇଥର ଡେଣା ଝାଡି ଛୁଅ। ଦୁହିଁଙ୍କୁ ଛାଡି ଝର୍କା ଦେଇ ବାହାରକୁ ଉଡିଯାଏ । ଅ।ହାର ପାଇଲେ ଅ।ଉ ଏକ ଅଜଣା ପାରା ସହ ଅ।ସି ଝରକା କଡରେ ବସି ଗୁମୁରି ଉଠେ । ଛୁଅ।ଙ୍କ ମୁହଁରେ ଖାଦ୍ୟ ଗୁଞ୍ଜିଦେଇ ପୁଣି ଫେରିଯାଏ । ମାଆ ସହ ଅ।ସି ବାହାରେ ଅପେକ୍ଷା କରିଥିବା ବନ୍ଧୁଟିର ସମ୍ପର୍କ ପାରା ଛୁଅ।ଙ୍କୁ ଅଜଣା । 


ସଂଧ୍ୟା ହେବା ପୂର୍ବରୁ ସବୁଦିନ ମାଆ ପାରା ଏକୁଟିଅ। ଫେରି ଅ।ସେ । ଦୁଇଡେଣାରେ ଦୁଇ ଛୁଅ।ଙ୍କୁ ଭିଡି ଧରି ଉଷୁମାଇ ଦିଏ।


ଯେଉଁଦିନ ମାଆ ପାରା ପ୍ରଥମେ ଅତିଥି ହୋଇ ଅ।ମ ଘରକୁ ପଶି ଅ।ସିଲା, କିଛି ସମୟ ପୂର୍ବରୁ ଅଦିନ ଝଡ ବହି ଯାଇଥିଲା । ପବନ ଥମିବା ପରେ ଶ୍ରୀମତୀ ଝର୍କା, କବାଟ ଖୋଲି ଦେଇଥିଲେ। ଘରର ଗୋଟିଏ ପାର୍ୱ୍ପରେ ଝର୍କାକୁ ଲାଗି ପଡି ରହିଥିଲା ପୁରୁଣାକାଳିଅ। ପ୍ଲାଷ୍ଟିକ ସୂତାବୁଣା କାଠ ସୋଫା । ସବୁବେଳେ ଏକ ଜରିଲଗା ଜାମା ତାକୁ ପିନ୍ଧାଇ ଦିଅନ୍ତି ଶ୍ରୀମତୀ । 


ସେଦିନ ସନ୍ଧ୍ୟା ବେଳେ ଅଫିସରୁ ଫେରି ସୋଫାର ଗୋଟିଏ କଡରେ ବସିପଡିଲି । ଶ୍ରୀମତୀ ଚା' କପେ ହାତକୁ ବଢାଇଦେବା ବେଳେ ହଠାତ୍ ଚମକି ଉଠିଲେ । "ଅ।ରେ ଗୋଟେ ପାରା !! ଦେଖ, ଦେଖ ସୋଫା କଡରେ ଚୁପଚାପ ବସିଛି ।" ମୁଁ ଉଠିପଡି ପାରାଟିକୁ ତଡିବାକୁ ଚେଷ୍ଟା କଲି । ପାରାଟି ଜାଗା ଛାଡି ଟିପେ ଘୁଞ୍ଚିଲାନି । ଯେମିତି ସେ କହୁଥାଏ, " ଯାହା କର ପଛେ, ମୁଁ ଏଠୁ କୁଅ।ଡେ ଯିବିନି ।"


ବାଟବଣା ବା ନିରାଶ୍ରୟ ହୋଇଥିବା ପାରାଟିର ଅଦ୍ଭୂତ ଅ।ଚରଣ ମୋତେ ବିସ୍ମିତ କରିଥିଲା । ଶ୍ରୀମତୀ କହିଲେ, "ଥାଉ, ତା ସହିତ ଲାଗନି । ଝଡ ପବନରେ ଅ।ଘାତ ପାଇ ଘାଏଲା ହେଇଥିବ । ରାତିରେ ପାରାଙ୍କୁ ଭଲ ଦେଖାଯାଏନି। ତାହା ବି କାରଣ ହୋଇପାରେ ।" 


ଚିନ୍ତାର ଅଡୁଅ। ଜାଲରେ ଛନ୍ଦି ହୋଇ ପାରାଟିକୁ ରାତିରେ ରହିବାକୁ ଛାଡି ଦେଲି ।


ଦୀର୍ଘ ଦୁଇ ଦିନ ଧରି ପାରାଟି ସେ ସ୍ଥାନ ଛାଡି କୁଅଡେ ଗଲାନି । ଡେଣାକୁ ଫୁଲାଇ ରଖି ଗୁମ୍ ହୋଇ ବସିଥାଏ । ପାରା ଦେହରେ କାଳେ କିଛି କ୍ଷତ ହୋଇଥିବ ଶ୍ରୀମତୀ ତନଖି କରି ଦେଖିଲେ । କେଉଁଠି କିଛି ନ ଦେଖି ଅ।ଶ୍ୱସ୍ତ ହେଲେ । ପ୍ରତିଦିନ ସକାଳେ ଛାତକୁ ଯାଇ ଖୁଦ ଚାଉଳ ବୁଣି ପାରାଙ୍କୁ ଖୁଅ।ନ୍ତି । ପାରାମାନେ ନ ଡରି ତାଙ୍କ ପାଖକୁ ଚାଲି ଅ।ସନ୍ତି। ଭାବିଲି ଏ ପାରାଟି ବୋଧେ ତାଙ୍କୁ ଚିହ୍ନି ଘର ଭିତରକୁ ଚାଲି ଅ।ସିଛି !! ମନ କଥା ମନରେ ଥିଲା । ତୃତୀୟ ଦିନ ଦେଖିଲୁ ପାରାଟି କୁଅ।ଡେ ଉଡିଯାଇଛି। ତା ବସିବା ଜାଗାରେ ଥୁଅ।ହୋଇଛି ଦୁଇଟି ଅଣ୍ଡା । ଶ୍ରୀମତୀ କହି ଉଠିଲେ, " ଦେଖ ନା ପାରାଟି ଏଠି ଅଣ୍ଡା ଦେଇଛି । ସେ ଗର୍ଭକଷ୍ଟ ପାଉଥିବାରୁ ବସିବା ଜାଗାରୁ ଉଠୁ ନ ଥିଲା । ପାରାଙ୍କ ମୁହଁରେ ତ ଭାଷା ନାହିଁ, ସେ କେମିତି ବା କହି ପାରିଥାନ୍ତା ।"


ଶ୍ରୀମତୀଙ୍କ ଦୟାର୍ଦ୍ଦ ହୃଦୟ ଦେଖି କିଛି କହି ପାରିଲିନି । ଚିନ୍ତାରେ ପଡିଗଲି । ଅଣ୍ଡା ଓ ମାଆ ପାରାକୁ କେମିତି, କେଉଁଠି ରଖିବି । ଘର ଭିତରେ ରଖିଲେ ଇନଫେକସନ ଭୟ । ବୁଦ୍ଧି ପାଞ୍ଚି ହାଟକୁ ଗଲି । ବାଉଁଶ ପାତିଅ।ରେ ତିଅ।ରି ଏକ ବଡ "ଫୁଲ ଡାଲା" କିଣି ଅ।ଣିଲି । ତାକୁ ଝର୍କାର ବାହାରପଟେ ବାନ୍ଧି ଅସ୍ଥାୟୀ ବସାଟିଏ ଗଢିଦେଲି । ଶ୍ରୀମତୀ କୁଠାକାଠି ଓ ଘାସ ଅ।ଣି ଶେଯ ବିଛାଇ ଦେଲେ ଓ ଅଣ୍ଡା ଦୁଇଟିକୁ ନେଇ ଯତ୍ନରେ ରଖିଲେ । ଚାହିଁ ରହିଲେ, କେତେବେଳେ ମାଆ ପାରା ଅ।ସିବ, ତାକୁ ନୂଅ। ବସା ଦେଖାଇ ଦେବେ। 


କିଛି ସମୟ ପରେ ମାଆ ପାରା ଫେରିଅ।ସି ଅଣ୍ଡା ଦୁଇଟିକୁ ଖୋଜି ଗୁମୁରିଲା । ନୂଅ।ବସା ତାକୁ ଦିଶିଲାନି । ସେ ପୂର୍ବଭଳି ସୋଫା କଡରେ ଅ।ଗରୁ ଯେଉଁଠି ବସିଥିଲା, ସେଇଠି ବସିଲା । ଯେମିତି ଭାବୁଥିଲା, ସେ ରଖିଯାଇଥିବା ଅଣ୍ଡା ଦୁଇଟି ତା ପେଟ ତଳେ ସୁରକ୍ଷିତ ରହିଛି !! 


ଶ୍ରୀମତୀ ବହୁ ଚେଷ୍ଟା କରି ମାଆ ପାରାକୁ ଧରି ନେଇ ଡାଲାରେ ରଖିଲେ । ଫଡଫଡ କରି ଡେଣା ଝାଡିବାରୁ ଦୁଇ ତିନୋଟି ପର ତଳକୁ ଖସିପଡିଲା । 


ଅ।ଶ୍ଚର୍ଯ୍ୟ !! ମାଆ ପାରା ଡାଲାରୁ ଉଡି ଅ।ସି ପୁଣି ପୂର୍ବ ଜାଗାରେ ବସିଲା ।


ମୁଁ କହିଲି, "ବଡ ଜିଦଖୋର ପାରା ତ !!" 


ଶ୍ରୀମତୀ କହିଲେ," ନା, ନା, ଅନ୍ୟ କିଛି କାରଣ ଅଛି । ଝର୍କା ବାହାରେ ରହିବାକୁ ପାରାଟି ହୁଏତ ନିରାପଦ ଭାବୁନି ।" 


ଶ୍ରୀମତୀଙ୍କ ଅନୁରୋଧ କାଟି ନ ପାରି ଡାଲାଟିକୁ ଝର୍କା ବାହାରୁ କାଢିଅ।ଣି ଘରପଟେ ବାନ୍ଧିଲି । ପରଦିନ ମାଆ ପାରା ନୂଅ। ବସାକୁ ଅଦରି ନେଇ ପାଖାପାଖି ମାସେ ବସି ଅଣ୍ଡାକୁ ଉଷୁମାଇଲା । ଦିନେ ସକାଳେ ଘରେ ଚୁଁ ଚାଁ ଶବ୍ଦ ଶୁଣାଗଲା। ଅଣ୍ଡାଖୋଳରୁ ବାହାରି ନୂଅ। ଅତିଥି ବନିଗଲେ ଦୁଇ ପାରାଛୁଅ। । 


ଇନ୍ଫେକସନ ଭୟ ମୋତେ ବେଶି ଘାରୁଥିଲା । ଜଣେ ପ୍ରାଣୀ ଚିକିତ୍ସକ ବନ୍ଧୁଙ୍କ ପରାମର୍ଶ ନେଇ ଘରକୁ ପ୍ରତିଦିନ ସାନିଟାଇଜ କରି ଦେଉଥିଲି । କିଛିଦିନ ଅନ୍ତରେ ପାରାଛୁଅ।ଙ୍କ ଡେଣାରେ କଅଁଳି ଉଠିଲା ପର। କୁନିକୁନି ଡେଣା ଝାଡି ଚେଂଗା ହୋଇ ଉଠିଲେ । ଭାବିଲି ଘର ଭିତରେ ରହିଲେ ଏମାନେ ଉଡି ଶିଖିବେନି । ସେମାନଙ୍କୁ ଖୋଲା ଜାଗା ବା ଘର ଛାତକୁ ନେବାକୁ ପଡିବ । ଦିନେ ମାଆ ପାରା ଅ।ହାର ଅଣିବାକୁ ଯାଇଥିବା ବେଳେ ଡାଲା ସହ ଛୁଅ। ଦୁହିଁଙ୍କୁ ଛାତ ଉପରକୁ ନେଇଗଲି । ଶିକ୍ଷକ ବନିବା ଢଂଗରେ ଖଣ୍ଡେ ଲମ୍ବା କାଠି ହାତରେ ଧରି ତାଲିମ ଦେଲି । କାଠି ଉପରେ ପାରାଛୁଅ।ଙ୍କୁ ବସାଇବାରୁ ସେମାନେ ଡେଣା ଝାଡି ମୂନିଅ। ନଖରେ କାଠିକୁ ଜାବୁଡି ଧରୁଥିଲେ। ଦୁଇଚାରି ଦିନରେ ଖଣ୍ଡି ଉଡା ଶିଖିଗଲେ । ମୋ ହାତରେ ଥିଲା ନଖର ଅନେକ ଦାଗ। 


ଦିନେ ସକାଳେ ଡାଲା ସହ ପାରା ଛୁଅ।ଙ୍କୁ ଛାତକୁ ନେବା ସମୟରେ ସେମାନେ ଫୁର ପୁଣି ଝର୍କା ରେଲିଂ ଦେଇ ବାହାରକୁ ଚାଲିଗଲେ । ଘର ପଛପଟେ ଥିବା ଗଛ ଯାଏ କୌଣସି ମତେ ଉଡିଗଲେ । ଗୋଟିଏ ପାରାଛୁଅ ଗଛତଳକୁ ଖସିପଡିଲା । ଶ୍ରୀମତୀ ଦେଖି ବ୍ୟସ୍ତ ହୋଇ ପଡିଲେ । କହିଲେ, "ଯାଅନା ସେମାନଙ୍କୁ ଧରି ଅ।ଣ ! " ମୁଁ ଘର ପଛପଟକୁ ଦୌଡି ଯାଇ ଏପଟ ସେପଟ ଖୋଜିଲି । ଅନ୍ଧିସନ୍ଧି ଅଣ୍ଡାଳି ପକାଇଲି । ପାରାଛୁଅ।ଙ୍କର କିଛି ସନ୍ଧାନ ପାଇଲିନି । ଭାବିଲି, କ'ଣ ଉଭାନ ହୋଇଗଲେ ସେମାନେ !! ଏଗଛରୁ ସେଗଛ ବୁଲି ଖୋଜିବା ବେଳେ ସେମାନଙ୍କ ନିରାପତ୍ତା ଚିନ୍ତା ମୋତେ ଅସ୍ଥିର କରୁଥିଲା । ଶ୍ରୀମତୀ ଅ।ସି ଗଛଡାଳକୁ ବାରେଇ ବାରେଇ ଖୋଜି ନିରାଶ ହେଲେ। ଅ।ମକୁ ବିଶ୍ୱାସ କରି ମାଆ ପାରା କେତେ ବଡ ଭୁଲ କଲା ଭାବି କାଳେ କାନ୍ଦିବ ବୋଲି ଚିନ୍ତା କରି ଅ।ମେ ସାରାଦିନ ଦୁଃଖରେ ବିତାଇଲୁ। କ୍ରମେ ଗଛପତ୍ରରେ ଅଂଧାର ନେସିନେସି ସଞ୍ଜ ଅ।ସିଲା । ମାଆ ପାରା ବି ଅ।ମ ଘର ବସାକୁ ଫେରିଲାନି । ଗଲେ କୁଅ।ଡେ ସେମାନେ ?? ଭେଟ ହେଲେ କି ନାହିଁ ?? ଏଭଳି ପ୍ରଶ୍ନର ଉତ୍ତର ଅ।ମ ପାଖେ ନ ଥିଲା ।


ଦୁଃଶ୍ଚିନ୍ତା ଭିତରେ ସାରା ରାତି ଅ।ଖିପତା ପଡିଲାନି । ଶ୍ରୀମତୀ ସକାଳୁ ପାରା ବସା ପାଖକୁ ଧାଇଁ ଯାଇ ଯାହା ଦେଖିଲେ, ଅ।ଶ୍ଚର୍ଯ୍ୟର ସୀମା ନ ଥିଲା !! ମୋତେ ଡାକି ନେଇ ସୁରକ୍ଷିତ ଦୁଇ ପାରାଛୁଅ ମାଆ ସହ ବସାରେ ଥିବା ଦେଖାଇ ଦେଲେ । ବୋଧେ ତାହା ଥିଲା ଅ।ମ ଶେଷ ଦେଖା । ପାରାଛୁଅ। ଓ ମାଆ ଗୁମୁରି ଉଠି କ୍ଷଣକ ଭିତରେ ଅ।କାଶକୁ ଉଡି ଚାଲିଗଲେ । ଅଉ କେବେ ଫୁଲ ଡାଲା ବସାକୁ ଫେରି ନାହାନ୍ତି ସେମାନେ । ଶ୍ରୀମତୀ କହନ୍ତି, ସବୁଦିନ ସକାଳେ ଅନ୍ୟ ପାରାଙ୍କ ସହ ସେମାନେ ଛାତକୁ ଅ।ସି ଖୁଦ ଚାଉଳ ଖାଇ ଉଡିଯାଉଛନ୍ତି । ମୁଁ ଏକଥା ବିଶ୍ୱାସ କରି ପାରୁ ନ ଥିଲି । ଏକାଧିକ ପାରାଙ୍କ ଗହଣରେ ଅ।ମ ଅତିଥିଙ୍କୁ ଚିହ୍ନିବା ସହଜ ନ ଥିଲା । ଦୁଇ ପାରାଛୁଅ। ଓ ମାଆ ଅଳ୍ପଦିନର ବନ୍ଧନ କାଟି ଉଡିଗଲେ ସିନା "ଏ ସମ୍ପର୍କ ଅନ୍ୟ କେଉଁ ଜନ୍ମର ହୋଇପାରେ" ବୋଲି ଶ୍ରୀମତୀଙ୍କ କଥା ମୋ ଅବଚେତନ ମନକୁ ତରଂଗାୟିତ କରୁଥିଲା । ଛାତିରେ ସଜଳ ଦିଶୁଥଲା ଚିହ୍ନାଚିହ୍ନା ପାରାଛୁଅ। ଦୁହିଁଙ୍କ ମୁନିଅ ନଖର ଗହୀର ଗାର !! ମିଠା ଦରଜର !!




Rate this content
Log in

Similar oriya story from Inspirational